ରେଳବାଇ ଫାଟକ ଖୋଲିବା ବେଳେ କେବୁଲ୍ ଛିଡି ଖସି ପଡିଲା ଗେଟ୍‌, ଫସି ରହିଲେ ଶତାଧିକ ଲୋକେ ।

166

କଟକ (ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୪ : ରେଳବାଇ ଫାଟକ ଖୋଲିବା ବେଳେ କେବୁଲ୍ ଛିଡି ଖସି ପଡିଲା ଗେଟ୍‌, ଫସି ରହିଲେ ଶତାଧିକ ଲୋକେ । ଭଦ୍ରକ ରେଳବାଇ ଫାଟକ ଖୋଲିବା ବେଳେ କୌଣସି କାରଣରୁ ଫାଟକର କେବୁଲ ଛିଡିଯିବା ଯୋଗୁଁ ହଠା୍‌ତ ଗେଟ ଟି ଖସି ପଡ଼ିଲା । ଫଳରେ ଶତାଧିକ ଲୋକେ ଫସି ରହିଲେ ଫାଟକ ମଝିରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୧୯ ନମ୍ବର ଚରମ୍ପା ବରାଳପୋଖରୀ ତାରିଣୀ ଫାଟକ ନିକଟରେ । ସୌଭାଗ୍ୟ କ୍ରମେ ବର୍ତ୍ତିର୍ି ଗଲେ ସମସ୍ତ ଲୋକ । ଫାଟକର ଜଗୁଆଳି ଗେଟ୍‌ଟିକୁ ଟେକି ଧରିବା ପରେ ବହୁ କଷ୍ଟରେ ଲୋକେ ଫାଟକ୍ ପାରି ହୋଇଥିଲେ । ଭଦ୍ରକ ରେଳ ଷ୍ଟେସନ ବାମ ପଟେ ଥିବା ୧୧୯ ନମ୍ବର ଚରମ୍ପା ବରାଳ ପୋଖରୀ ତାରିଣୀ ଫାଟକ । ଅପରାହ୍ନରେ ଏକ ମାଲବାହୀ ଟ୍ରେନ ସେହି ଫାଟକ ଦେଇ ପାରି ହେବା ବେଳେ ଫାଟକର ଜଗୁଆଳି ଗେଟକୁ ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ମାଲବାହୀ ଟ୍ରେନଟି ସେହି ଫାଟକ ଦେଇ ପାସ ହେବା ପରେ ଜଗୁଆଳି ଗେଟକୁ ଖୋଲିଥିଲେ । ଲୋକେ ରେଳ ଧାରଣା ପାର ହେଉଥିବା ସମୟରେ ଗେଟର କେବଲ୍ ଛିଡି ଯିବାରୁ ଗେଟଟି ପଡ଼ି ଯାଇଥିଲା ଏବଂ ପରେ ଅଟୋମେଟିକ୍ ଲକ୍ ହୋଇ ଯାଇଥିଲା । ଯାହା ଫଳରେ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରେଳ ଧାରଣା ମଝିରେ ଫସି ରହିଥିଲେ ଶତାଧିକ ଲୋକେ । ପରେ ରେଳ ଫାଟକର ଜଗୁଆଳି ଏବଂ ବିଭାଗୀୟ କର୍ମଚାରୀମାନେ ଆସି ଗେଟକୁ ହାତରେ ଟେକି ଧରିବା ପରେ ଫସି ରହିଥିବା ଲୋକେ ଉଦ୍ଧାର ହୋଇଥିଲେ । ଅନ୍ୟ କୌଣସି ଟ୍ରେନ ଆସିଥିବା ହେତୁ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ । ତେବେ ଗେଟ୍‌ର ମରାମତି ଦାଇତ୍ୱରେ ଥିବା ରେଳ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଏପରି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ହେଲେ ଏନେଇ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।