ରେସନ କାର୍ଡରେ ନାମ ଯୋଡିବା ନେଇ ଧାରଣାରେ ବସିଲେ ହିତାଧିକାରୀ |

62

କଟକ(ଉତ୍କଳ ନିଉଜ )୧୯/୦୨/୨୦୨୪ : ରେସନ କାର୍ଡରେ ନାମ ଯୋଡିବା ନେଇ ଧାରଣାରେ ବସିଲେ ହିତାଧିକାରୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ବାଲିଚତୁରୀ ଗ୍ରାମର ଅଭିମନ୍ୟୁ ଦାସଙ୍କ ପୁଅ ରାମଚନ୍ଦ୍ର ଦାସ(୪୦) ବ୍ଲକ ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଥିଲେ । ତାଙ୍କ ପରିବାର ରେସନ କାର୍ଡରେ ନିଜର ନାମ ଯୋଡିବା ନେଇ ବାରମ୍ବାର ଆବେଦନ କରି ଆସୁଛନ୍ତି । ପ୍ରଶାସନ ପକ୍ଷରୁ ଆଜିକାଲି କହି ଟାଳି ଦିଆଯାଉଛି ବୋଲି କହିଛନ୍ତି । ପରିବାରର ରେସନ କାର୍ଡ ମାତ୍ର ତାଙ୍କ ସ୍ତ୍ରୀଙ୍କ ନାମ ରହିଛି । ଯାହାକୁ ନେଇ ମାସିକ ମାତ୍ର ୫ କିଲୋଗ୍ରାମ ଚାଉଳ ମିଳୁଛି । ଏନେଇ ଗରିବ ଶ୍ରେଣୀର ରାମଚନ୍ଦ୍ର ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ପରିବାର ମୁଖ୍ୟ ହୋଇବି ଏଯାବତ୍ ତାଙ୍କ ନାମ ଯୋଡା ଯାଉନି । ସେହିପରି ତାଙ୍କ ଝିଅଙ୍କ ନାମ ମଧ୍ୟ ଯୋଡା ଯାଉନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ଚଞ୍ଚକତା କରାଯାଉଥିବା ଅଥବା ରାଜନୈତିକ ଚାପରେ ତାଙ୍କ ପ୍ରତି ଅବିଚାର କରାଯାଉଛି ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି । ବାରମ୍ବାର ଆବେଦନ ସତ୍ୱେ ବାପ ଝିଅଙ୍କ ନାମ ଯୋଡା ଯାଉନଥିବାରୁ ଏପରି ଧାରଣାରେ ବସିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ବ୍ଲକ ଯୋଗାଣ ନୀରିକ୍ଷକ ନାୟକ ଧାରଣାରତ ରାମଚନ୍ଦ୍ରଙ୍କୁ ଭେଟି ଆସ୍ୱାଶନା ଦେବା ସହିତ ୩ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |