ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ଆଶ୍ରମ ରେ ଦ୍ବାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

331

କଟକ(ଉତ୍କଳ ନିଉଜ )୧୯/୦୨/୨୦୨୪ : ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲି ଅଞ୍ଚଳ ରେ ଥିବା ହରିଡାମଡା ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର ପଞ୍ଚବଟୀ ଆଶ୍ରମ ରେ ଦ୍ବାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନନ୍ତ କୋଟି ନାୟକ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁ ଓ ସଦଗୁରୁ ସ୍ବାମୀ ଶ୍ରୀ ଶ୍ରୀ ଶିବାନନ୍ଦ ମହାରାଜ, ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ମହାରାଜାଙ୍କର ଅପାର କୃପାରୁ ପବିତ୍ର ମାଘ ସପ୍ତମୀ ତିଥିରେ ପଞ୍ଚବଟୀ ଆଶ୍ରମର ଦ୍ବାଦଶତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଆଚାର୍ଯ୍ଯ ଶ୍ରୀଯୁକ୍ତ ସଦାଶିବ ମିଶ୍ର, ପୁରୁଷାର୍ଥ ଆଧ୍ଯାତ୍ମିକ ସେବା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନଜୀ ଓ ଅନ୍ଯାନ୍ଯ ବରିଷ୍ଠ ଆଜୀବନ ସଭ୍ଯ ସଭ୍ଯା ମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି । ସକାଳ ସୂର୍ଯ୍ୟ ପୂଜା, ଗୋ ପୂଜନ, ଗୁରୁ ପାଦ ପୂଜା ସଂପାଦିତ ହୋଇଥିଲା ।

ଭକ୍ତମାନଙ୍କର ହରିବୋଲ ହୁଳହୁଳି ସହିତ ଘୃତ ଯଜ୍ଞ ଓ ପୁରୋହିତଙ୍କ ମନ୍ତ୍ର ପାଠ, ଅତିଥି ଓ ସାଧି ସନ୍ଥ ମାନଙ୍କ ଗହଣରେ ଆଧ୍ଯାତ୍ମିକ ଆଶ୍ରମ ପରିସର ଉତ୍ସବମୁଖର ହୋଇ ଯାଇଥିଲା । ସ୍ଥାନାୟ ଜନଜାତିର କୁନି କୁନି ପିଲାମାନଙ୍କ ସହିତ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ କରାଯାଇ ଥିଲା ଓ ଭକ୍ତି କୈବଲ୍ୟ କଳାକାର ମାନଙ୍କଦ୍ବାରା ଭଜନ ପରିବେଷଣ କରାଯାଇ ଥିଲା ।। ସଂଧ୍ଯା ଆରତୀ ପରେ ସ୍ଥାନୀୟ ମା ଆଦିଶକ୍ତିର କଳାକାର ଭଉଣୀମାନଙ୍କ ଦ୍ବାରା ଭଜନକୀର୍ତ୍ତନ କରାଯାଇଥିଲା | ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିଉଜ |