କଟକ ଟାଙ୍ଗୀ ଡ୍ରିମସର ଫିଜିଓ ଥେରାପି ଓ ଅକୁପେସନାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଲେ ।

57

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୪ ; ଟାଙ୍ଗୀ ଡ୍ରିମସର ଫିଜିଓ ଥେରାପି ଓ ଅକୁପେସନାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଲେ ।କଟକ ଜିଲ୍ଲା ଟାଙ୍ଗୀରେ ଥିବା ଡ୍ରିମସ ବିଶ୍ୱବିଦ୍ୟାଳୟର ଅକୂପେଶନାଲ ଓ ଫିଜିଓ ଥେରାପି କଲେଜରେ ବିଭିନ୍ନ ଦାବିନେଇ ଡାକ୍ତରୀ ଛାତ୍ର ଛାତ୍ରୀମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ବହୁ ଡୋନେସନ ଦେଇ ଗତ ୩ ବର୍ଷ ଧରି ପାଠ ପଢୁଥିଲେ ସୁଦ୍ଧା ସେଠାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ । ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ କଲେଜରେ ଥିବା ଭଲ ଫାକଲଟିଙ୍କୁ ଚାକିରିରୁ ବାହାର କରି କାମ ଚଳା ଭାବେ ଚାଲିଛି ପାଠ ପଢା । ନାମ ଲେଖା ସମୟରେ ବଡ ବଡ କଥା କହିଲେ , ଭଲ କ୍ଲାସ ରୁମ, ଭଲ ରହିବା ଘର, ଉନ୍ନତ ଶିକ୍ଷା ଦାନ ପଦ୍ଧତି ସହ ପ୍ଲେସମେଣ୍ଟର ପ୍ରତିଶ୍ରୁତି କରାଯିବ , କିନ୍ତୁ ସେଭଳି କିଛି ଦେଖାଯାଉ ନାହିଁ। ଏଠାରେ କୌଣସି ଲ୍ୟାବର ସୁଯୋଗନାହିଁ,ଯାହା ଥିଲା ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି। କୌଣସି ଡିଜିଟାଲ ଉପକରଣ ନାହିଁ। ଥ୍ରୀଡ଼ିରେ ପାଠ ପଢ଼ାଇବା ପରିବର୍ତ୍ତେ, କଳାପଟା ଓ ଚକରେ ଶିକ୍ଷା ଦାନ କରାଯାଉଛି । ବିଭାଗରେ ଗୋଟିଏ ଲ୍ୟାପଟପ ରହିଛି, ଶ୍ରେଣୀ ଗୃହର ଛାତରୁ ବର୍ଷା ଦିନରେ ପାଣି ଝରିବା ସହ ସରୀସୃପ ବାହାରୁଛନ୍ତି। ଲିଖିତ ଅସୁବିଧା ଜଣାଇବାରୁ ସେମାନ ଙ୍କୁ ଧମକ ମିଳୁଛି ସେଥିପାଇଁ ସେମାନେ ଆଜି ଆନ୍ଦୋଳନକୁ ଆସିଛନ୍ତି । ସେମାନେ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ କରୁଥିଲେ ବି ସେମାନଙ୍କର ଖାଦ୍ୟ ବନ୍ଦ କରାଯାଇ ହିଟଲର ଶାସନ କଲେଜ୍ ମ୍ୟାନେଜମେଣ୍ଟ ଚଳାଇଥିବାର ସୂଚନା ଦେଇଛନ୍ତି ଛାତ୍ର ଛାତ୍ରୀ । ବିନା ଶିକ୍ଷା ଉପକରଣ ,ଭଲ ଶିକ୍ଷକ ,ଭଲ ପରିବେଶ ନଥିବାରୁ ସେମାନଙ୍କ ଜୀବନ ଅନ୍ଧାର ହେବାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ । ସେମାନଙ୍କ ଦାବି ପୂରଣ ନହେଲେ ଧାରଣା ରୁ ଉଠିବେ ନାହିଁ ବୋଲି କହିଛନ୍ତି । ଏ ନେଇ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।