ରାସ୍ତା ରେ ନର୍ଦମା ପାଣି କୁ ନେଇ ଚୌଦ୍ୱାର ପୌରପାଳିକା ରେ ଅଭିଯୋଗ କଲେ ମଣ୍ଡାପଡା ଗ୍ରାମବାସୀ |

241

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୪ : ରାସ୍ତା ରେ ଭାସୁଛି ନର୍ଦମା ପାଣି | ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ର ମଣ୍ଡାପଡା ଗ୍ରାମବାସୀ ପୋୖରକାର୍ଯ୍ୟନିର୍ବହୀ ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି | ମଣ୍ଡାପଡା ଗ୍ରାମ ର ତିନିଘରିଆ ଛକ ରେ ୧ ବର୍ଷ ପୂର୍ବ ରୁ ନିର୍ମାଣ ହୋଇଥିବା ଡ୍ରେନ ର ପାଣି ନିଷ୍କାସନ ହୋଇପାରୁନଥିବା ରୁ ଡ୍ରେନ ର ନର୍ଦମା ପାଣି ରାସ୍ତା ରେ ଭାସୁଛି | ଅଚଳ ହୋଇଯାଇଛି ଉକ୍ତ ଡ୍ରେନ , ମଇଳା ପାଣି ଗୁଡିକ ନିଷ୍କାସନ ହୋଇପାରୁନାହିଁ | ଯାହାଦ୍ୱାରା ମଇଳା ପାଣି ରାସ୍ତା ଉପରେ ଲହଡି ମାରୁଛି | ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବା ସହ ପରିବେଶ ଦୂଷିତ ହେଉଥିବା ର ଅଭିଯୋଗ କରିଛନ୍ତି ୱାର୍ଡ ବାସୀ | ତେବେ ଯଥାଶୀଘ୍ର ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ଡ୍ରେନ ର ନର୍ଦମା ପାଣି କୁ ନିଷ୍କାସନ କରିବାକୁ ପୋୖରପ୍ରଶାସନ କୁ ଲିଖିତ ଅଭିଯୋଗ କରିଛନ୍ତି ୱାର୍ଡ ବାସୀ ସନ୍ତୋଷ ଲୋହାର , ସୁରାନ ବିଶ୍ୱାଳ , ସାମସନ ଦାସ , ପ୍ରଦୀପ ବେହେରା , ସୁନିତା ଗୁରୁ ପ୍ରମୁଖ |