ଠାକୁରଙ୍କ ସମ୍ପତି ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ,ମାନ୍ୟବର ଅଦାଲତ ଙ୍କ ଗୁରୁତ୍ୱ ପୁର୍ଣ ରାୟ |

504

କଟକ(ଉତ୍କଳ ନିଉଜ)୦୬/୦୨/୨୦୨୪ :ଠାକୁରଙ୍କ ସମ୍ପତି ଜବରଦଖଲ ନେଇ ମାନ୍ୟବର ଅଦାଲତ ଙ୍କ ଗୁରୁତ୍ୱ ପୁର୍ଣ ରାୟ ପ୍ରକାଶ ଏ ନେଇ କୟଲପଡା ପଂଚାୟତ ବାସି ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗ୍ରାମ ର ବାଲୁଙ୍କେଶ୍ୱର ମନ୍ଦିର ପାଖରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ସାମ୍ବାଦିକ ସମ୍ମିଳନୀ ରେ ଉକ୍ତ କେଶ ଲଢ଼ୁଥିବା ଆଇନଜୀବୀ ପ୍ରଭାସ ପ୍ରହରାଜ ଉକ୍ତ କେଶ ର ବର୍ତମାନ ର ସ୍ଥିତି ଉପରେ ଅବଗତ କରାଇଥିଲେ | ବିଜ୍ଞପ୍ତି ଅନୁଯାୟି ଠାକୁରଙ୍କ ସମ୍ପତି କୁ କେହି କ୍ଷତି ପହଞ୍ଚାଇପାରିବେ ନାହିଁ କି ବିକ୍ରି ମଧ୍ୟ କରିପାରିବେ ନାହିଁ |ଠାକୁରଙ୍କ ସମ୍ପତି ଠାକୁରଙ୍କ ରହିବ | କୟଲପଡା ପଂଚାୟତ ରେ ଠାକୁରଙ୍କ ସମ୍ପତି ଜବରଦଖଲ ନେଇ ଏପରି ନିର୍ଦେଶ ଦେଇଛନ୍ତି ମାନ୍ୟବର ଅଦାଲତ |କୟଲପଡା ପଂଚାୟତ ଲକ୍ଷ୍ମୀନାରାୟଣ ମନ୍ଦିର ଠାକୁରଙ୍କ ଚଳଣି ପାଇଁ ଭାବଦେଇପୁର ମୌଜା ରେ ୯ ଏକର ୭୨ ଡେସିମିଲ ଓ କୟଲପଡା ମୌଜା ରେ ୯ ଏକର ୮୪ ଏକର ଜମି ରହିଥିଲା |କିଛି ବ୍ୟକ୍ତି ଚଂଚକତା କରି କିଛି ଗ୍ରାମବାସୀ ଙ୍କ ସହାୟତା ରେ ଠାକୁର ଙ୍କ ଜମି କୁ ନିଜ ନାମରେ ହଡପ କରିବା ଯୋଜନା ରେ ଘର ନିର୍ମାଣ କରିବା ଆରମ୍ଭ କରିଛନ୍ତି |ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବାରୁ ସେ ଏ ନେଇ କର୍ଣପାତ କରୁନଥିଲା |ଠାକୁର ଙ୍କ ସମ୍ପତି ରକ୍ଷା କରିବାକୁ ଯାଇ ଗ୍ରାମ ର ପୂର୍ଣଚନ୍ଦ୍ର ସେଠି ,ସୁରେନ୍ଦ୍ର ରାଉଳ ,ନବକିଶୋର ପୃଷ୍ଟି ,ଗୋପୀନାଥ ପ୍ରଧାନ ପ୍ରମୁଖ ଚି଼ଭିଲ କୋର୍ଟ ରେ ,ମାମଲା ରୁଜୁ କରିଥିଲେ |ମାନ୍ୟବର ଅଦାଲତ ଶୁଣାଣି କରି ବିଚାର ନ ସାରିବା ପର୍ଯନ୍ତ ଠାକୁରଙ୍କ ସମ୍ପତି ରେ କୌଣସି କାର୍ଯ୍ୟ ନ କରି ସ୍ଥିତାବସ୍ଥା ବଜାଇରଖିବା ପାଇଁ ନିର୍ଦେଶ ଦେଇଛନ୍ତି |ଏହି ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନଙ୍କ ସହ ଗ୍ରାମର ବହୁ ବରିଷ୍ଠ ନେତୃମଣ୍ଡଳ ଙ୍କ ସହ ଆଞ୍ଚଳିକ ବିକାଶ ପରିଷଦ ର ଅଦକ୍ଷ ନିରଞ୍ଜନ ପଣ୍ଡା ,ସଭାପତି ରଶ୍ମିରଂଜନ ପ୍ରଧାନ ,କୋଷାଧକ୍ଷ ମହେଶ୍ୱର ସାହୁ ପୂର୍ବତନ ସରପଞ୍ଚ ଶ୍ରୀମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ |