କର୍ତ୍ତବ୍ୟନିଷ୍ଟ ସାମ୍ୱାଦିକ ଙ୍କୁ ମାଟି ମାଫିଆ ଙ୍କ ଧମକ ଓ ଆକ୍ରମଣ।

237

କଟକ (ଉତ୍କଳ ନ୍ୟୁଜ ) ୫-୦୨-୨୦୨୪ : କର୍ତ୍ତବ୍ୟନିଷ୍ଟ ସାମ୍ୱାଦିକ ଙ୍କୁ ମାଟି ମାଫିଆ ଙ୍କ ଧମକ ଓ ଆକ୍ରମଣ। ଅଭିଯୋଗ ର ତଦନ୍ତ କରୁଛି କମିଶରେଟ୍ ପୋଲିସ୍। ସାମ୍ୱାଦିକ କିଶୋର କୁମାର ଭୋଇ ଙ୍କୁ ମାଟି ମାଫିଆ ଦିପନ୍ ଙ୍କ ଦୂର୍ବେବହାର ବିଷୟ ରେ ତଦନ୍ତ କରୁଛନ୍ତି କମିଶନରେଟ ପୋଲିସ୍ ର ଉଚ୍ଚ ଅଧିକାରୀ । ବାଲିଅନ୍ତା ଅଞ୍ଚଳ ର କର୍ତ୍ତବ୍ୟନିଷ୍ଟ,କାର୍ଯ୍ୟରତ ସାମ୍ବାଦିକ କିଶୋର କୁମାର ଭୋଇ ଙ୍କୁ ମରଣାତ୍ମକ ଧମକ ଓ ଆକ୍ରମଣ । ଦେଶ ର ଚତୁର୍ଥ ସ୍ତମ୍ବ କୁ ଫୁ କରିଛି ଦୀପନ୍ ଙ୍କ ଭଳି ମାଫିଆ ।ସାମ୍ୱାଦିକ କିଶୋର ଙ୍କୁ ଧମକ ଓ ମରଣାତ୍ମକ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ହେଲେ ତିରଣପଦା ଗ୍ରାମ ର ଆଲୋକେନ୍ଦୁ ଦାଶ ଓରଫ୍ (ଦିପନ )। ବାଲିଅନ୍ତା ପଞ୍ଚାୟତ ଅନ୍ତର୍ଗତ ତିରଣପଦା,ର ସରକାରୀ ସଫେଇ ନାଳ ରୁ ମାଟି ତଡ଼ା ହେଉଥିଲା ଏବଂ ଚୋରା ମାଟି ଚାଲାଣ ହେଉଥିଲା । ତିରଣପଦା ରେ ଥିବା ସରକାରୀ ସଫେଇ ରୁ ଆଲୋକେନ୍ଦୁ ଓରଫ୍ - ଦିପନ ତାଙ୍କ JCB ମେସିନ୍ ଲଗେଇ ସଫେଇ କେନାଲ ବନ୍ଧ ରୁ , ମାଟି ତାଢ଼ିକି ନେଉଥିଲା ବେଳେ କିଶୋର ଜଣେ କର୍ତ୍ତବ୍ୟନିଷ୍ଟ ସାମ୍ବାଦିକ ଭାବରେ ଏଠାରେ ମାଟି କଣ ପାଇଁ ଖୋଳା ଯାଉଛି ବୋଲି ତାଙ୍କୁ ପଚାରିଥିଲେ ଏବଂ ଫଟୋ ଉତଳନ କରିଥିଲେ। ହେଲେ ଦିପନ ମୁଁ ମାଟି ନେଉଥିବା କେନାଲ ର ଫଟୋ କଣ ପାଇଁ ଉଠାଉଛୁ କହି କିଶୋର ଙ୍କ ଉପରେ ରାଗ ରେ ଉତୀକ୍ତ ହୋଇ କିଶୋର ଙ୍କୁ ନାଲି ଆଖି ଦେଖେଇବା ସହ ତାଙ୍କ ସାମ୍ବାଦିକ କାର୍ଯ୍ୟ କୁ ଅସଦାଚରଣ କରିବା ସହ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏବଂ ତାଙ୍କୁ ବହୁ ଅଶିଳ ଭାଷା ରେ ଗାଳି ଗୁଲଜ କରିବା ସହ କିଶୋର ଙ୍କୁ ବହୁ ଅସମ୍ମାନ କରିଥିଲେ। ତା ସହ କିଶୋର ଙ୍କ ମୋବାଇଲ୍ ଟିକୁ ମଧ୍ୟ ସେ ଛଡ଼େଇ ଭାଙ୍ଗି ଦେଇଥିଲେ । ଯଦି ପ୍ରଶାସନ ହାତ ରେ ଦିପନ୍ ଧରା ପଡ଼ନ୍ତି କିଶୋର ଙ୍କୁ ଜିବନ ରୁ ମାରିଦେବାକୁ କିଶୋର ଙ୍କୁ କହିଥିଲେ। ଏହା ଛଡ଼ା ଦିପନ ଙ୍କ ନାଁ ରେ ପୋଲିସ୍ ରେ FIR ଦେବାକୁ ଗଲେ କିଶୋର ଙ୍କୁ ଜିବନ ରୁ ମାରିଦେବେ ବୋଲି ଦିପନ୍ କିଶୋର ଙ୍କୁ ଧମକ ମଧ୍ୟ ଦେଇଥିଲେ । ଏତିକିରେ ଦିପନ୍ ର ରାଗ କମିନଥିଲା ଯେ ଦିପନ୍ କିଶୋର ଙ୍କ ଘରକୁ ଯାଇ ତାଙ୍କ ବାପା ଙ୍କୁ ମଧ୍ୟ କିଶୋର ଙ୍କୁ ରାସ୍ତା ରୁ ଉଡ଼େଇ ଦେବେ ବୋଲି ଧମକ ଦେଇ ଆସିଥିଲେ। ଏଣୁ ଜଣେ କର୍ତ୍ତବ୍ୟନୀଷ୍ଟ ଗଣମାଧ୍ୟମ ପ୍ରତିନିଧି,ସାମ୍ୱାଦିକ ଙ୍କୁ ହୋଇଥିବା ମାରଣତ୍ମକ ଆକ୍ରମଣ ବହୁ ନିନ୍ଦନୀୟ ହୋଇଛି। ଦିପନ୍ ଙ୍କର ଏପରି କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସାମ୍ବାଦିକ ସଂଘ ସହ ଅନେକ ବରିଷ୍ଟ ସାମ୍ୱାଦିକ,ବୁଦ୍ଧଜୀବୀ, ସମାଜସେଵୀ ଦାବି କରିଛନ୍ତି। ଯଦି ଦୋଷୀ କୁ ଗିରଫ ନ କରାଯାଏ ତେବେ ପାହାଳ ଥାନା କୁ ସାମ୍ବାଦିକ ସଂଘ ଘେରାଉ କରିବ ବୋଲି ଟୁଇନ୍ ସିଟି ପ୍ରେସ କ୍ଲବ ତରଫରୁ ଚେତାବନୀ ଦେଇଛନ୍ତି । ବାଲି ମାଫିଆ ଙ୍କୁ ସୁରକ୍ଷା ଦେଉଛି କିଏ,କାହା ବଳରେ ସାମ୍ବାଦିକ ମାନଙ୍କୁ ଦେଉଛନ୍ତି ଧମକ । ଦୋଷୀକୁ ମିଳିବ ଦଣ୍ଡ ନା ଦୋଷୀ ହୋଇଯିବ ଛୁ । ଖାଲି ଦେଖିବାକୁ ବାକି ରହିଲା। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ