କଳା ପତାକା ପ୍ରଦର୍ଶନ କରି ବିଧାୟକଙ୍କୁ ବିରୋଧ କଲେ ଖଟୁଆପାଟଣାବାସୀ |

160

କଟକ (ଉତ୍କଳ ନ୍ୟୁଜ ) ୦୩-୦୨-୨୦୨୪ ; କଳା ପତାକା ପ୍ରଦର୍ଶନ କରି ବିଧାୟକଙ୍କୁ ବିରୋଧ କଲେ ଖଟୁଆପାଟଣାବାସୀ । କୁଆଡେ ଆସିଛ, କଣ ପାଇଁ ଆସିଛ ଆଉ ଏତେଦିନ ଧରି କୁଆଡେ ଯାଇଥିଲା । ଏବେ ନିର୍ବାଚନ ଆସିଗଲା ବୋଲି ଆସିଛ । ଆପଣଙ୍କୁ କେବେବି ସୁଯୋଗ ଦେବୁନାହିଁ ଆଦି ନାନାଦି ତୁମ୍ଭିତୋଫାନ୍ କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କୁ ବିରୋଧ କରାଯାଇଛି । ଶନିବାର ଏକ ଦଳୀୟ "ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ଖଟୁଆସାହି ଗାଁକୁ ଯାଉଥିଲେ ବିଧାୟକ । ଠିକ୍ ଏହି ସମୟରେ ଗାଁ ରାସ୍ତାରେ କଳାପତାକା ପ୍ରଦର୍ଶନ କରି ବିଧାୟକଙ୍କ ବାଟ ଓଗାଳିଥିଲେ । ଚାନ୍ଦବାଲି ବିଧାୟକ ହାଏ ହାଏ, ମୁର୍ଦ୍ଦାବାଦ୍‌, ଗୋ ବେକ୍ ଆଦି ନାରାରେ କମ୍ପିଥିଲା । ବନ୍ୟା, ବାତ୍ୟା, ଘରପୋଡି ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ଆସିଲ ନାହିଁକି ସହାୟତା ପ୍ରଦାନ କରିଲ ନାହିଁ । ପ୍ରଥମ ଥର ଜିତିଲ ସେଇଆ କରିଥିଲା । ଦ୍ୱୀତିୟ ପାଳିରେ ଅଭିନୟ କରି ଭୋଟ ନେଲ ଆଉ ତୃତୀୟ ପାଳି ପୂର୍ବରୁ ଲୋକଙ୍କ ସମର୍ଥନ ନେବାକୁ ଯେଉଁ ଆସିଛ ତାହା କଦାପି ବରଦାସ୍ତ କରାଯିବନି ବୋଲି ନାରା ଦେଇଥିଲେ । ହେଲେ ବିଧାୟକ ସର୍ବଦା ଲୋକଙ୍କ ସହିତ ଅଛନ୍ତି ଏବଂ ବିରୋଧି ଦଳ ବିରୋଧ କରିବେ ଆମର ଯାଏଆସ ନାହିଁ ନ୍ୟାୟରେ ବିଧାୟକ ପୂର୍ବସୂଚିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |