ପଛକୁ ପଛ ଧକ୍କା ହେଲେ ୩ ଗାଡି, ଜଣେ ମୃତ |

147

କଟକ (ଉତ୍କଳ ନ୍ୟୁଜ ) ୨-୦୨-୨୦୨୪ : ସିରିଜ ଦୁର୍ଘଟଣା, ପଛକୁ ପଛ ପିଟି ହେଲେ ୩ ଟି ଗାଡି । ଜଣେ ବାଇକ ଆରୋହୀ ମୃତ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ବିଷ୍ଣୁପୁର ନିକଟରେ ଏମିତି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଏକ ଟ୍ରଲରକୁ ଧକ୍କା ଦେଇଥିଲା । ପରେ ଟ୍ରଲରଟି ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫେକ୍ଟ୍ରି ଭିତରେ ପଶି ଯାଇଥିଲା । ଏହି ସମୟ ରେ ଜନୈକ ବାଇକ ଆରୋହୀଙ୍କ ଉପରେ ମଧ୍ୟ ଗାଡି ଚଢିଯିବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଚାପ ଉତ୍ତେଜନା ଦେଖା ଦେବା ସହ ୧୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ପରେ ଲୋକଙ୍କୁ ବୁଝାସୁଝା କରିବା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |