ଚୌଦ୍ୱାର ମୁକ୍ତା ଯୋଜନା କାର୍ଯ୍ୟ ଆରମ୍ଭ ରୁ ଦୁର୍ନୀତି ର ବାସ୍ନା !

364

କଟକ (ଉତ୍କଳ ନ୍ୟୁଜ ) ୩୧-୦୧-୨୦୨୪: ଚୌଦ୍ୱାର ମୁକ୍ତା ଯୋଜନା କାର୍ଯ୍ୟ ଆରମ୍ଭ ରୁ ଦୁର୍ନୀତି ର ବାସ୍ନା , ଚିନ୍ତା ରେ ଚୌଦ୍ୱାର ବାସୀ | ଚୌଦ୍ୱାର ପୌରପାଳିକା ଦୁର୍ନୀତି ପାଇଁ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ , ପୁଣି ଏକ ମହାଦୁର୍ନୀତି ହେବାକୁ ଯାଉଥିବା ର ଚର୍ଚ୍ଚା ଜୋର ଧରିଛି | ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା ) ଯୋଜନା ରେ ଚୌଦ୍ୱାର ପୌରପାଳିକା ର ୧୯ ଟି ୱାର୍ଡ ର ବିକାଶ ପାଇଁ କୋଟି କୋଟି ଟଙ୍କା ଆସିଛି | ଯେଉଁ କାର୍ଯ୍ୟ ଗୁଡିକ ପତ୍ର ସଂଖ୍ୟା ୪୯୧୨ ତା ୨୯-୧୧-୨୩ ରିଖ ରେମିଶନ ଶକ୍ତି ଗୋଷ୍ଠୀ ଙ୍କ ମାଧ୍ୟମ ରେ କାର୍ଯ୍ୟ କରାଯିବ ବୋଲି ଅବଗତ କରାଯିବା ସହ ଚୌଦ୍ୱାର ପୌରପାଳିକା ର ସମସ୍ତ ୱାର୍ଡ ର ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ପୋୖରକାର୍ଯ୍ୟଳୟ ରେ ବିଭିନ୍ନ ୱାର୍ଡ ରେ କାର୍ଯ୍ୟ କରିବା ପାଇଁ ଦରଖାସ୍ତ କରିବାକୁ ଆହ୍ୱାନ ଦିଆଯାଇଥିଲା | ସମୟ ନିର୍ଧାରଣ ଅନୁଯାୟୀ ଗତ ସୋମବାର ପୌର ପରିସରରେ ଏକ ସଭା କରାଯାଇ ମିଶନ ଶକ୍ତି ଗୋଷ୍ଠୀ , ଆଞ୍ଚଳିକ ମହାସଂଘ ଓ ବସ୍ତିବାସିନ୍ଦା ସଂଘ ମାନେ କରିଥିବା ଦରଖାସ୍ତ କୁ ଖୋଲା ଯାଇ ଲଟେରୀ ମାଧ୍ୟମ ରେ ୧୯ ଟି ୱାର୍ଡ ରେ ହେବାକୁ ଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା | ତେବେ ବିଭାଗୀୟ ଅଧିକାରୀ ଓ ପୌରପରିଷଦ ଙ୍କ ଦ୍ୱାରା କରାଯାଇଥିବା ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମ ରେ ବହୁ ଅନିୟମିତତା ଦେଖାଯାଇଥିବା ମିଶନ ଶକ୍ତି ମହିଳା ମାନେ ଅଭିଯୋଗ କରିଛନ୍ତି | ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ମନ ମୁତାବକ ଗ୍ରୁପ କୁ କାର୍ଯ୍ୟାଦେଶ ବଣ୍ଟନ କରିଥିବା ନେଇ ଅଭିଯୋଗ ହୋଇଛି | କୋଟି କୋଟି ଟଙ୍କା ର କାର୍ଯ୍ୟ ହେବାକୁ ଥିବା ବେଳେ କାର୍ଯ୍ୟ ଆରମ୍ଭ ନ ହେଉଣୁ ଦୁର୍ନୀତି ର ଗନ୍ଧ ବାରି ହୋଇଗଲାଣି , ଏଣୁ ଏହି ମୁକ୍ତା ଯୋଜନା ର କାର୍ଯ୍ୟ ଗୁଡିକ କିପରି ସ୍ୱଚ୍ଛତା ର ସହ କାର୍ଯ୍ୟକାରୀ ହେବ ଏହା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚୌଦ୍ୱାର ବାସୀ |