ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା ଅଭିଯାନ |

178

କଟକ (ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ସୟା ପଞ୍ଚାୟତରେ ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା ଅଭିଯାନ ଉଦ୍‍ଘାଟିତ ହୋଇଯାଇଛି । ବାବା ମୁକ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀ ତରଫରୁ ବାଁଶବାଗରେ ଦୁଇଟି ସ୍ଥାନରେ ଏବଂ ସୟା ମହାଦେବସାହିର ଗୋଟିଏ ସ୍ଥାନରେ କଳାକାରମାନେ କୀର୍ତ୍ତିନ ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ବ୍ଲକ କଳାକାର ସଂଘର ଉପସଭାପତି ଭାଗିରଥି ଦତ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ, ୱାର୍ଡ଼ ସଭ୍ୟ ବୈକୁଣ୍ଠ ସେଠୀ, ନାରାୟଣ ମଲିକ, ଶୁଭେନ୍ଦୁ ମଲିକ, ସୁବାଶ ନାୟକ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇଥିଲେ । ମୁକ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ଦଳପତି ମନୋରଂଜନ ଦାଶଙ୍କ ନେତୃତ୍ୱରେ ଶ୍ରୀକାନ୍ତ ବେହେରା, ଅଣାକାର ନାୟକ, ସୁଶାନ୍ତ କୁମାର ସାହୁ, ତାପସ ସାହୁ, ବର୍ଷାରାଣୀ ଦାସ, ଲଲିତ ମୋହନ ଦାସ, ସୁରେନ୍ଦ୍ର ନାୟକ ଓ ଗୌରହରି ରଣା ପ୍ରମୁଖ କଳାକାରମାନେ ସଚେତନତା ଅଭିଯାନରେ ଅଂଶ ଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।