ତିହିଡି ଯୁବମଞ୍ଚ ପକ୍ଷରୁ ଜନରାଜ୍ୟ ଦିବସ ପାଳିତ |

145

କଟକ (ଉତ୍କଳ ନ୍ୟୁଜ ) ୨୭-୦୧-୨୦୨୪ : ଭଦ୍ରକ ଜିଲ୍ଲା ଅଗ୍ରଣୀ ସାମାଜିକ ସଂଗଠନ ତିହିଡି ଯୁବମଞ୍ଚ ପକ୍ଷରୁ ୭୫ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ଶଚିକାନ୍ତ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟ ଅତିଥି ସାମ୍ବାଦିକ ପ୍ରଭାତ କୁମାର ରାଉଳ ଯୋଗଦେଇ ଦେଶମାତୃକାର ସେବା କରିବାକୁ ଯୁବକମାନେ ଆଗଭର ହେଲେ ଦେଶ ଜାତିର ଉନ୍ନତ ହୋଇପାରିବ ବୋଲି କହିଥିଲେ । ସଭାପତି କୈଳାସ ବେହେରା, ସମ୍ପାଦକ ନିରଂଜନ ବାରିକ, ସଂଯୋଜକ ଆଇନଜୀବି ନୀଳମାଧବ ସେନାପତି, ଉପସଭାପତି ପ୍ରିୟବ୍ରତ ପାଢ଼ୀ, ମନୋଜ ପାଣିଗ୍ରାହୀ, ଜିତେନ୍ଦ୍ର ନାୟକ, ସୁବ୍ରତ ମିଶ୍ର, ଲଲାଟେନ୍ଦୁ ବାରିକ, ସାକିରୁଦ୍ଦିନ ଖାଁ, ସେକ ରଫିକ, ଅଲେଖ ବଳ, ଅନାଥବନ୍ଧୁ ପାତ୍ର, ଶ୍ରୀମନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସର ରେ ଯୁବ ସମାଜସେବୀ ସାହିତ୍ୟିକ ମନୋଜ ପାଣିଗ୍ରାହୀ ତିହିଡି ଯୁବମଞ୍ଚରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |