ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୫ତମ ବାର୍ଷିକ ଉତ୍ସବ |

270

କଟକ (ଉତ୍କଳ ନ୍ୟୁଜ ) ୨୬-୦୧-୨୦୨୪ ; ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଆରୁହାସ୍ଥିତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୫ତମ ବାର୍ଷିକ ଉତ୍ସବ ଓ ପୁରଷ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁ୍‌ପ୍ରଭା ପାଣି, ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ନକୁଳ ଚରଣ ବାରିକ, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ଓ ବୈକୁଣ୍ଠନାଥ ପାଣି ଓ ପରିଚାଳନା କମିଟିର ସଭାପତି ସୁକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ପାଠ ପଢି ବିଦ୍ୟାଳୟ ଓ ପିତାମାତାଙ୍କର ଟେକ୍ ରଖିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ସନ୍ତୋଷ ପଣ୍ଡା ପରିଚାୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ବିଦ୍ୟପୀଠର ଅନୁଷ୍ଠିତ ହୋଇଥିବା ଲମ୍ବଡିଆଁ, ଉଚ୍ଚଡିଆଁ, ସଟ୍‌ଫୁଟ୍‌, ଡିସକସ୍ ଥ୍ରୋ, ମ୍ୟୁଜିକ୍ ଚେୟାର, ଭୋକାଲ ସଂଗ, ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଆଦିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ଚମ୍ପିଆନ୍ ହୋଇଥିବା ସୋନେଶ ଦାସ ଓ ବର୍ଷାରାଣୀ ନନ୍ଦ, ୨୦୨୩-୨୪ ଆର୍ଥିକ ବର୍ଷରେ ଚମ୍ପିଆନ୍ ହୋଇଥିବା ସତ୍ୟପ୍ରକାଶ ଦତ୍ତ ଓ ବର୍ଷା ପ୍ରିୟଦର୍ଶନୀ ରଥ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ବେଷ୍ଟ ଷ୍ଟୁଡେଣ୍ଟସ୍ ଭାବେ ନିତିଶ କୁମାର ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ପ୍ରଶାନ୍ତ ମିଶ୍ର, ନୃସିଂହ ଚରଣ ପଣ୍ଡା, ଅଭୟ ସେନାପତି, ଦାଉଦ ଅଲ୍ଲି ସାହାଜୀ, ଭାଗିରଥି ବେହେରା, ବାଇଧର ଜେନା ଓ ଅଶୋକ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |