ଚୌଦ୍ୱାର ନାବାଳକ ନିଶାମୁକ୍ତି କେନ୍ଦ୍ର ର ଅନ୍ତେବାସୀ ଙ୍କ ବିଦ୍ୟାଳୟ ସ୍ତରୀୟ ଖେଳ ପ୍ରତିଯୋଗିତା ରେ ବାଜିମାତ |

233

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ଚୌଦ୍ୱାର ରେ ଥିବା ଓଡିଶା ର ସର୍ବ ପ୍ରଥମ ଦେୟମୁକ୍ତ ପରିବର୍ତନ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ର ଅନ୍ତେବାସୀ ମାନେ ଶିକ୍ଷା ଗ୍ରହଣ କରୁଥିବା କପାଳେଶ୍ବର ଜନ୍ମେଞ୍ଜୟ ବିଦ୍ୟାଳୟ ରେ ବାର୍ଷିକ ଖେଳ ପ୍ରତିଯୋଗିତା ହେଉଥିଲା ଏହି ଖେଳ ପ୍ରତିଯୋଗିତା ମଧ୍ୟରେ ନାଚ, ଗୀତ, ଅଭିନୟ ଓ ବିଭିନ୍ନ ଖେଳ ରେ ଆମ କେନ୍ଦ୍ର ର ଅନ୍ତେବାସୀ ମାନେ ଭାଗ ନେଇ ବିଜୟୀ ହୋଇଥିଲେ l ଆଜି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ବାର୍ଷିକ ଉତ୍ସବ ରେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଜେନା ଅଧ୍ୟକ୍ଷତା ରେ ବାର୍ଷିକ ଉତ୍ସବ ପରିଚାଳନା ହେଇଥିବା ସମୟ ରେ ମୁଖ୍ୟ ଅତିଥି ଭାବ ୱାର୍ଡ ନଂ.୯ ର କାଉନସିଲ ରଙ୍ଗ ଲତା ସାହୁ ଓ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ଲିପିକା କୁମାରୀ ପ୍ରଧାନ କୃତି ଅନ୍ତେବାସୀ ଙ୍କୁ ପୁରସ୍କାର ବିତରଣ କରିଥିଲେ ଲ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ମିତା ଆଚାର୍ଯ୍ୟ ଓ ମଂଜୁସ୍ମିତା ଦାସ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଏହି କୃତି କାର୍ଯ୍ୟ ପାଇଁ ଉପଦେଷ୍ଟା ମଣ୍ଡଳୀ ଙ୍କ ମଧ୍ୟ ରୁ ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି ଆଇନିଜିବୀ ମନ୍ଦାକିନୀ ଜେମା ଚୌଦ୍ୱାର କ୍ଳବ ରୋଟାରୀ ସଭାପତି ଜୟଶ୍ରୀ ମହାନ୍ତି ଓ ସଂଜୀବ କୁମାର ଜେନା ପ୍ରମୁଖ ଏହି ନାବାଳକ ଙ୍କ ଉର୍ନତି ପାଇଁ କେନ୍ଦ୍ର ର କର୍ମକର୍ତା ପ୍ରିୟଙ୍କା ଦାସ ଓ ବଦ୍ରିନାରାୟଣ ଅଧିକାରୀ ଙ୍କୁ ଜଣାଇଛନ୍ତି |