ନବ ନିର୍ମାଣ କୃଷକ ସଂଗଠନର ମହା ଚେତାବନୀ ସମାବେଶ , ବେକାରୀ ନିଯୁକ୍ତି ଓ ଚାଷୀ ସମସ୍ୟା ନେଇ ଆଦାନୀ-ଧାମରା ବନ୍ଦର ବିରୋଧରେ ଗଣପଦଯାତ୍ରା |

112

କଟକ (ଉତ୍କଳ ନ୍ୟୁଜ ) ୨୪-୦୧-୨୦୨୪ : ନବ ନିର୍ମାଣ କୃଷକ ସଂଗଠନର ମହା ଚେତାବନୀ ସମାବେଶ । ବେକାରୀ ନିଯୁକ୍ତି ଓ ଚାଷୀ ସମସ୍ୟା ନେଇ ଆଦାନି-ଧାମରା ବନ୍ଦର ବିରୋଧରେ ଏପରି ଗଣପଦଯାତ୍ରା ଆରମ୍ଭ ହୋଇଯାଇଛି । ହାଡଭଙ୍ଗା ଶୀତ ସହିତ ଲଘୁଚାପ ଜନିତ ବର୍ଷାରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ପଦଯାତ୍ରାରେ ଓଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାଦେଇ ଚାଲିଛନ୍ତି କର୍ମୀ । ଭଦ୍ରକ ଜିଲ୍ଲା ଆଦାନୀ-ଧାମରା ବନ୍ଦରରେ ଓଡିଅ।।ଙ୍କୁ ନିଯୁକ୍ତି ଦାବୀ, ଚାଷଜମିକୁ ଜଳ ସେଚନ, ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ଚାଷୀଙ୍କୁ ମାସକୁ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା, ବେକାର ଯୁବକ/ଯବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ପରିବା ଚାଷୀଙ୍କ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ଖୋଲିବା, ଦୁଦୃଢ କୃଷି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା, ଆଦାନୀ ଶୋଷର ବିରୋଧରେ ନେତାଜୀ ଜୟନ୍ତୀରେ କୃଷକ ଓ ଯୁବ ଅଧିକାର ହାସଲ ପାଇଁ ଭଦ୍ରକ ଗାନ୍ଧି ପଡିଆରୁ ଧାମରା ପର୍ଯ୍ୟନ୍ତ ଏହି ପଦଯାତ୍ରା ଆରମ୍ଭ ହୋଇଛି । ପର୍ଯ୍ୟାପ୍ତ ପରିମାଣରେ ଖଣିତ ସମ୍ପତ୍ତି ଥାଇବି ଓଡ଼ିଶା ଆଜି କାଙ୍ଗାଳ । ଭଦ୍ରକ ଜିଲ୍ଲା ଧାମରାରେ ଆଦାନି ବନ୍ଦର କମ୍ପାନୀ ୩ ଶହ ଏକର ଜମି ସମେତ ଓଡ଼ିଶାର ହଜାର ହଜାର ଏକର ଜମିର ଲିଜ୍ ନେଇ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପତ୍ତି ଶାଗ ମାଛ ମୂଲ୍ୟରେ ଲୁଟି ନେଉଛି । ଓଡ଼ିଶା ପ୍ରତ ଅବହେଳାରେ ସରକାରଙ୍କ ମଧ୍ୟ ଆଦାନୀ ପ୍ରତି ଅହେତୁକ ଅନୁକମ୍ପା ରହିଛି । ଓଡ଼ିଶାର ସମସ୍ତ ବିକାଶ ମୂଳକ ପ୍ରକଳ୍ପ ଅଣ-ଓଡ଼ିଆ ଠିକାଦାରଙ୍କ କବଜାରେ । ଫଳରେ ଯୁବକ କାମ ନପାଇ ବେକାର, ଅନ୍ୟ ରାଜ୍ୟରେ ଦାଦନ ଖଟୁଛି, ଚାଷୀ ଅବହେଳିତ, ଶୋଷିତ ଓ ଲାଞ୍ଛିତ ହେଉଥିବା କୁହାଯାଇଛି । ବୁଧବାର ମଧ୍ୟାହ୍ନରେ ତିହିଡି ଅତିକ୍ରମ କରିବା ପରେ ବାଟରେ ସଂଧ୍ୟାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବ ଏବଂ ୨୫ ତାରିଖରେ ଚାନ୍ଦବାଲିରୁ ଧାମରା ଯାଇ ସେଠାରେ ସାଧାରଣତନ୍ତ୍ର ଦିବରେ ପୁଞ୍ଜିବାଦୀ ବିରୋଧରେ ମହାଚେତାବନୀ ସମାବେଶ କରାଯିବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ, ଏହି ସଂଗଠନ ଗତକାଲି ନେତାଜୀ ଜୟନ୍ତୀରେ ଭଦ୍ରକ ସହରସ୍ଥିତ ଗାନ୍ଧି ପଡିଆରେ ପଦଯାତ୍ରା ଆରମ୍ଭ କରିଥିଲା । ପଦଯାତ୍ରାରେ ଆସି ସଂଧ୍ୟାରେ ତିହିଡି ଡାକବଙ୍ଗଳା ନିକଟରେ ପ୍ରତିବାଦ ସଭା ଜରିଆରେ ଆଦାନୀ-ଧାମରା ବନ୍ଦର ବିରୋଧରେ ନାରା ଦେଇଥିଲା । ତିହିଡିରେ ରାତିରେ ରହଣୀ କରିବା ପରେ ୨୪ ତାରିଖ ସକାଳୁ ଚାନ୍ଦବାଲି ଅଭିମୁଖେ ପଦଯାତ୍ରା ଚାଲୁରହିଛି । ୨୫ ତାରିଖରେ ଚାନ୍ଦବାଲି ବ୍ଲକ ପରିକ୍ରମା କରାଯିବା ପରେ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଆଦାନୀ ପୋର୍ଟ ପାଖରେ ପହଁଞ୍ôଚ ଆଦାନୀ ସମେତ ସରକାରଙ୍କୁ ଚେତାବନୀ ଦେବାପାଇଁ ଏକ "ମହା-ଚେତାବନୀ ସମାବେଶ’ରେ ପରିଣତ ହେବ । ଉକ୍ତ ମହାଚେତାବନି ସମାବେଶ ଲାଗି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ରାଉତ, ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଭଦ୍ରକ ଜିଲ୍ଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହସଂଯୋଜକ ସତ୍ୟପ୍ରକାଶ ନାୟକ, ଭଦ୍ରକ ଜିଲ୍ଲା ଛାତ୍ର ସଂଯୋଜକ ଜାହିର ଖାଁ, ତିହିଡି ବ୍ଲକ ସଂଯୋଜକ ଗଗନ ବିହାରୀ ମହାନ୍ତି, ଚାନ୍ଦବାଲି ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ୱାଳ, ଧାମନଗର ସଂଯୋଜକ ପିତବାସ ମହାନ୍ତି, ରାଜ୍ୟ କମିଟି ସଭ୍ୟ ଦେବୀପ୍ରସାଦ ମହାରଣା, ଅଶୋକ ଶାସ୍ତ୍ରି, ଖଗେଶ୍ୱର ମହାନ୍ତି, ରୀତାରାଣୀ ରାଉତ, ବିଳାସିନୀ ମହାନ୍ତି, ମହେଶ୍ୱର ଯେନା, ଅଶ୍ୱନୀ ନାୟକ, କୃଷଚନ୍ଦ୍ର ବିଶ୍ୱାଳ, ବିବେକାନନ୍ଦ ଜେନା, ପ୍ରଦିପ ସାମଲ, ରବିନ୍ଦ୍ର ନାଥ ପଣ୍ଡା, ଗୌରହରି ନାୟକ, ସାବିର ଖାଁ, ଶଶୀକାନ୍ତ ଦତ୍ତ, ପିତ୍ତବାସ ମହାନ୍ତି, ପ୍ରଭାତ ମହାନ୍ତି, ରମେଶ ଗିରି, ଅନାମ ପାଳ, ବିନୋଦ ନାୟକ ଓ ଜଗଦୀଶ ପାର୍ଥ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |