ଐତିହାସିକ ବୋଧିବୃକ୍ଷ ପରିଦର୍ଶନ କଲେ ଥାଇଲାଣ୍ଡର ବୌଦ୍ଧଭିକ୍ଷୁ ଓ ଭିକ୍ଷୁଣୀ |

76

କଟକ (ଉତ୍କଳ ନ୍ୟୁଜ ) ୨୩-୦୧-୨୦୨୪ : ଆଜି କଳିଙ୍ଗ ସଦ୍ଧମ୍ମ ସଂଗଠନ, ଓଡିଶା ଦ୍ୱାରା ସୁଦୂର ଥାଇଲାଣ୍ଡ ରୁ ଆସିଥିବା ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ ମାନଙ୍କୁ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ସ୍ୱାଗତ ସମ୍ବର୍ଦ୍ଧନ କରାଯାଇଛି l ସଂଗଠନର ମୁଖ୍ୟ ସଦସ୍ୟ ଲିଟୁନ ଚନ୍ଦଙ୍କ ପୌରୋହିତ୍ୟରେ ଏହି ସ୍ୱାଗତ ସମାରୋହ ଉତ୍ସବ ମୈତ୍ରୀପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ସୁଦୂର ଥାଇଲାଣ୍ଡ ରୁ ଆସିଥିବା ବୌଦ୍ଧ ଭିକ୍ଷୁ, ଭିକ୍ଷୁଣୀ ଓ ଅତିଥି ମାନଙ୍କୁ ଜେମାଦେଇପୁର(ନୂଆପାଟଣା) ସ୍ଥିତ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ସଂଗଠନର ଉପାସକ ଓ ଉପାସିକାଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଓତରୀୟ ଦେଇ ସ୍ୱାଗତ କରାଯାଇଥିଲା l ତତପରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥିବା ସଂଗଠନର ସଦସ୍ୟମାନେ ଏକତ୍ରୀତ ହୋଇ ଭିକ୍ଷୁ, ଭିକ୍ଷୁଣୀ, ଅତିଥିଙ୍କ ସହିତ ବୋଧିଦ୍ରୁମ ବୁଦ୍ଧ ବିହାର ଏବଂ ନଗର ପରିକ୍ରମଣ କରିଥିଲେ. l ପ୍ରତ୍ୟାବର୍ତ୍ତିତ ହୋଇ ସମସ୍ତେ ଐତିହାସିକ ମହାନ ବୋଧିଦ୍ରୁମ ଠାରେ ଉପସ୍ଥିତ ରହି ବୁଦ୍ଧ ବନ୍ଦନା ,ଚୈତ୍ୟ ବନ୍ଦନା ଓ ବୋଧି ବନ୍ଦନା ଏବଂ ସୁତ୍ତ ପାଠ କରିଥିଲେ l ଥାଇଲାଣ୍ଡ ରୁ ଆସିଥିବା ୱାର୍ଲଡ ପିଇସ୍ କାଉନ୍ସିଲ ଆସୋସିଏସନ ର ସମ୍ପାଦକ ଓରାଓଁନ ତନାୱତନା ଙ୍କ ଦାଇତ୍ୱପୂର୍ଣ୍ଣତା ସହିତ ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ନେପାଳ ରୁ ୩୦ଜଣ ଭିକ୍ଷୁ ଓ ଭିକ୍ଷୁଣୀ ମାନେ ବିଶ୍ୱସ୍ତରରେଥିବା କଳିଙ୍ଗର ଗୁଣଗାନ କରିଥିଲେ ଏବଂ ଆଜିର ସମୟରେ ବୁଦ୍ଧଙ୍କ ଶିକ୍ଷାର ମହତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ନୂଆପାଟଣା ବୌଦ୍ଧ ସଂଘ କୁ ଏକ ପିତଳ ବୁଦ୍ଧମୂର୍ତ୍ତି ପ୍ରଦାନ କରିଥିଲେ l ପରେ ସମସ୍ତେ ଏକତ୍ରୀତ ହୋଇ ମାଣିଆବନ୍ଧ ସ୍ଥିତ ତ୍ରିଶରଣ ବୁଦ୍ଧ ଶିଶୁ ମନ୍ଦିର, ଏବଂ ଆଞ୍ଚଳିକ ବୁଦ୍ଧ ବିହାର ଭ୍ରମଣ କରିଥିଲେ l ସେଠାରେ ସ୍କୁଲ ଅନୁଷ୍ଠାନକୁ ଆର୍ଥିକ ରାଶି ପ୍ରଦାନ କରି ରଗଡି (ବାଙ୍କୀ) ବୌଦ୍ଧ ସ୍ଥଳୀ ମାନଙ୍କୁ ଭ୍ରମଣି କରିଥିଲେ l ଏହି କାର୍ଯ୍ୟକ୍ରମରେ କଳିଙ୍ଗ ସଦ୍ଧମ୍ମ ସଂଗଠନର ସଦସ୍ୟ ତଥା ନୂଆପାଟଣା ବୌଦ୍ଧ ସଂଘର ସଭାପତି ରଙ୍ଗାଧର ପାତ୍ର, ସମ୍ପାଦକ ସୁଦାମ ଚରଣ ବର୍ଦ୍ଧନ, ଙ୍କ ସହ ବହୁ ଉପାସକ ଓ ଉପିସିକା ଯୋଗ ଦେଇଥିଲେ । ଆଠଗଡ଼ ରୁ ରଞ୍ଜିତ ରାଉତ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |