ଧାମରାରେ ମୋବିଲ ଡିପୋରେ ଲାଗିଲା ନିଆଁ, ଆତଙ୍କିତ ସ୍ଥାନୀୟ ଲୋକେ।

59

କଟକ (ଉତ୍କଳ ନ୍ୟୁଜ ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରାରେ ଏକ ମୋବିଲା ଡିପୋରେ ଲାଗିଲା ନିଆଁ, ଆତଙ୍କିତ ସ୍ଥାନୀୟ ଲୋକେ। ମୋବିଲ ଡିପୋରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କାର ମୋବିଲ ପୋଡି ନଷ୍ଟ ହୋଇ ଯାଇଛି। ଧାମରା ବଜାରରୁ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମାତ୍ର ଏହା ସମ୍ଭବ ହୋଇପାରି ନଥିଲା। ପରେ ଧାମରା ବନ୍ଦରରୁ ଅଗ୍ନିଶମ ବାହିନୀ ଆସିଥିଲେ ହେଁ ଗାଡ଼ିରେ ପାଣି ସରିଯିବାରୁ ସମ୍ପୃକ୍ତ ଅଗ୍ନିଶମ ବାହିନୀର ଗାଡିଟି ଫେରି ଯାଇଥିଲା। ପୁନଶ୍ଚ ଧାମରା ବନ୍ଦରରୁ ଆଉ ଗୋଟିଏ ଅଗ୍ନିଶମ ବାହିନୀର ଗାଡି ଆସି ଦୀର୍ଘ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତକୁ ଆସିଥିଲା। କେଉଁ ପରିସ୍ଥିତି ରେ ଖୁଲମ ଖୁଲା ଭାବେ ସାଧାରଣ ଜନତାଙ୍କ ବାସଗୃହ ନିକଟରେ ଏହି ପେଟ୍ରୋଲିମଜାତ ପଦାର୍ଥ ଖୋଲାଖୋଲି ଭାବେ ଗଛିତ ରଖୁଛନ୍ତି ଏବଂ ଏହା ପ୍ରଶାସନର ଅଗୋଚର କି ତାହାର ବିଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।