ଚୌଦ୍ୱାର ମହାଜନ ସାହୀ ର ନୂତନ ସଭାପତି ଭାବେ ସୁନୀଲ କୁମାର ସାହୁ ମନୋନୀତ |

332

ଚୌଦ୍ୱାର (ମାନିସ ) ଚୌଦ୍ୱାର ମହାଜନ ସାହୀ ପୂଜା କମିଟି ପକ୍ଷ ରୁ ଏକ ସାଧାରଣ ସଭା କରାଯାଇ , ସୁନୀଲ କୁମାର ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି | ମହାଜନ ସାହୀ ପୂଜା କମିଟି ରୂପ ଘର ପ୍ରାଙ୍ଗଣ ରେ ପୂଜା କମିଟି ଅନୁକୂଲ୍ୟ ରେ ହରେକୃଷ୍ଣ ସାହୁ ଙ୍କ ସଭାକାର୍ଯ୍ୟ କରାଯାଇଥିଲା | କିଛି ଦିନ ପୂର୍ବ ରୁ ପୂଜା କମିଟି ର ସଭାପତି ତୋଫାନି ନାୟକ ଙ୍କ ଅକାଳ ବିୟୋଗ ହୋଇଯାଇଥିଲା | ଯାହାଦ୍ୱାରା ମହାଜନ ସାହୀ ବାସୀ ଜଣେ ବ୍ୟକ୍ତିତ୍ୱ କୁ ହରାଇବା ସହ ପୂଜା କମିଟି ର ସଭାପତି ଙ୍କୁ ହରାଇଥିଲେ | ଆଜି ର ସଭାକାର୍ଯ୍ୟ ରେ ପ୍ରଥମେ ସ୍ବର୍ଗତ ତୋଫାନି ନାୟକ ଙ୍କ ଆତ୍ମା ର ସଦ୍ଗତି କାମନା କରି ୧ ମିନିଟ ନିରବ ପ୍ରାଥନା କରାଯାଇଥିଲା | ସର୍ବ ସମ୍ମତି କ୍ରମେ ୨୦୨୩ ପୂଜା ର ଆୟବ୍ୟୟ ର ଉପସ୍ଥାପନା କରାଯାଇଥିଲା | ପରେ କମିଟି ପକ୍ଷ ରୁ ସର୍ବ ସମ୍ମତି କ୍ରମେ ସୁନୀଲ କୁମାର ସାହୁ ଙ୍କୁ ମହାଜନ ସାହୀ ପୂଜା କମିଟି ର ସଭାପତି ଭାବେ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଉପଦେଷ୍ଟା ଭାବେ ଦାମୋଦର ସ୍ୱାଇଁ , ସୁରେନ୍ଦ୍ର ପରିଡା , ହରେକୃଷ୍ଣ ସାହୁ , ଭଗବାନ ସାହୁ , ଓ ରାଜେନ୍ଦ୍ର କୁମାର ସାହୁ ଙ୍କୁ ଦାୟିତ୍ୱ ଦିଆଯାଇଥିଲା | କାର୍ଯ୍ୟକାରୀ କମିଟି ରେ ଜଗବନ୍ଧୁ ସାହୁ , ଅନାଦି ଅଚ୍ୟୁତ ଲେଙ୍କା, ଜିତେନ୍ଦ୍ର ପରିଡା, ପ୍ରକାଶ କୁମାର ସ୍ୱାଇଁ , ଅଶୋକ କୁମାର ଲେଙ୍କା , ଜଗନ୍ନାଥ ସାହୁ , ରବୀନ୍ଦ୍ର କୁମାର ସାହୁ , ଅଶୋକ କୁମାର ସାହୁ , ଅଭିମନ୍ୟୁ ନାୟକ , ମାନସ କୁମାର ସାହୁ , ପ୍ରଶାନ୍ତ କୁମାର ସାହୁ , ସନ୍ତୋଷ କୁମାର ସାହୁ ,ଧର୍ମେନ୍ଦ୍ର କୁମାର ସାହୁ , ସଞ୍ଜୟ କୁମାର ବେହେରା , ଲକ୍ଷ୍ମୀଧର ବେହେରା , ମନୋଜ କୁମାର ସାହୁ , ବିନୋଦ କୁମାର ସାହୁ , ବିକାଶ ରଞ୍ଜନ ସାହୁ , ନିରଞ୍ଜନ ସାହୁ , ରମେଶ କୁମାର ସାହୁ , ଲୋକନାଥ ସାହୁ , ଏହିପରି ୨୧ ଜଣଙ୍କୁ କାର୍ଯ୍ୟକାରୀ କମିଟି ନୂତନ ଭାବେ ଦାୟିତ୍ୱ ଦିଆଯାଇଥିଲା | ସଭା ଶେଷ ରେ ବିଷ୍ଣୁ ଚରଣ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ |