ତିହିଡ଼ି ସି.ଆର.ଏସ. ହାଇସ୍କୁଲର ପ୍ଲାଟିନମ ଜୁବୁଲି ମହୋତ୍ସବ ଉଦ୍‌ଘାଟିତ।

315

କଟକ (ଉତ୍କଳ ନ୍ୟୁଜ ) ୧୩-୦୧-୨୦୨୪ : ଭଦ୍ରକ ଜିଲା ତିହିଡ଼ି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲର ପ୍ଲାଟିନମ ଜୁବିଲି ସମାରୋହ ଶନିବାର ଉଦ୍‌ଘାଟିତ ହୋଇ ଯାଇଛି । ଏହି ସମାରୋହକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ବିରଜା ପ୍ରସନ୍ନ ଶତପଥୂ ଯୋଗ ଦେଇ ପରିଶ୍ରମ କେବେ ବୃଥା ଯାଏନାହିଁ ବୋଲି କହିଥିଲେ । ପ୍ଲାଟିନମ ଜୁବିଲି କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଚାରପତି ଶ୍ରୀ ଶତପଥୂ ପ୍ରଥମେ ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ. କାଳିକିଙ୍କର ପଟ୍ଟନାୟକ ଯୋଗଦେଇ ହୃଦୟର ଭାଷା ହିଁ ସର୍ବଶ୍ରେଷ୍ଠ ଭାଷା ବୋଲି କହିଥିଲେ । ମଣିଷ ଯାହା କହୁଛି ତାହା କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । କମିଟିର ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପୁରାତନ ଛାତ୍ର ଡ. ଲକ୍ଷ୍ମୀଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ବିଶ୍ବଜିତ ବେହେରା ଅତିଥୂ ପରିଚୟ ଓ ପି. ହୃଷୀକେଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନେ ମୁଖପତ୍ର ‘ରଗର୍ଭା’କୁ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପାର୍ଥସାରଥି ନାୟକ, ଶଚିକାନ୍ତ ନାୟକ, ଅମୂଲ୍ୟ କୁମାର ସେନାପତି, କୈଳାସ ବେହେରା, ବିସ୍ମୟ ବିହାରୀ ସାହୁ, ବିକାଶ ସେନାପତି, ଭୂପେନ୍ଦ୍ର କୁମାର ପଣ୍ଡା, ଗିରିଜା ରମଣ ଜେନା, କୃତିବାସ ଜେନା, ରବୀନ୍ଦ୍ର ସେନାପତି, ବିଜୟ ନାୟକ, ସୀତାକାନ୍ତ ନାୟକ, କେଶବ ବେହେରା ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଉଦ୍‌ଘାଟନ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ପୁରାତନ ଛାତ୍ରମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଆସୋସିଏଟ ଆଡଭୋକେଟ ଜେନେରାଲ ମନୋଜ ଖୁଣ୍ଟିଆଙ୍କୁ ସମ୍ବନ୍ଧିତ କରା ଯାଇଥିଲା। ସନ୍ଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତିନି ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।