ସିନ୍ଦୋଳ ପଞ୍ଚାୟତରେ ୧.୪୯ କୋଟି ଟଙ୍କା ବ୍ୟୟବରାଦରେ ୨୨ ପ୍ରକଳ୍ପର ଶିଳାନ୍ୟାସ |

285

କଟକ (ଉତ୍କଳ ନ୍ୟୁଜ ) ୧୩-୦୧-୨୦୨୪ : ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତର ବିଭିନ୍ନ ଗାଁରେ ୧.୪୯ କୋଟି ଟଙ୍କା ବ୍ୟୟବରାଦରେ ୨୨ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । “ଆମ ଓଡିଶା ନବୀନ ଓଡିଶା” ଯୋଜନାରେ ସିନ୍ଦୋଳ ରାସ୍ତାପାଖ ଲକ୍ଷ୍ମୀନାରାୟଣ ମନ୍ଦିରର ଭୋଗ ମଣ୍ଡପ ଓ ଯଜ୍ଞ ମଣ୍ଡପ, ସିନ୍ଦୋଳ ଏମଇ ସ୍କୁଲ ଓ ସିନ୍ଦୋଳ ପଞ୍ଚାୟତ ବିଦ୍ୟାପୀଠ ଶ୍ରେଣୀ ଗୃହ ଓ ଉନ୍ନତିକରଣ, ସିନ୍ଦୋଳ କୃଷ୍ଣେଶ୍ୱର ମନ୍ଦିର ଉନ୍ନତିକରଣ, ଘାଟିଆସାହିରେ ମା’ ବୀଣାପାଣି ମନ୍ଦିରର ଉନ୍ନତିକରଣ, ସେନବାଡ ମଧୁଗଣେଶ ଦାଣ୍ଡର କଂକ୍ରିଟ୍ କରଣ, ଗିରିଗୋବର୍ଦ୍ଧନ କମ୍ୟୁଟିନ୍ ସେଣ୍ଟର, ସିନ୍ଦୋଳ ରଥସାହି ହରିହାଟ, ଇନ୍ଦିରିଆ ନାୟକସାହି କମ୍ୟୁନିଟ୍ ସେଣ୍ଟ, ଆରୁହା ରାସ୍ତା, ଇନ୍ଦିରିଆ ବସ୍ତି ମସଜିଦ୍ ଘର, ଇନ୍ଦିରିଆ ମା’ ଜାଡି ଠାକୁରାଣୀ, ରାସ୍ତା, ସାଟିଉଟି ରାସ୍ତା ଓ ସ୍କୁଲ, ଇନ୍ଦିରିଆ-ଖଣ୍ଡିଆସାହି ରାସ୍ତା, ଇନ୍ଦିରିଆ ଅଷ୍ଟମପ୍ରହରୀ ରାସ୍ତା ଅନ୍ତର୍ଭୁକ୍ତ । ଏଥିସହ ନୂଆପାଟଣାରେ କମ୍ୟୁନିଟ୍ ସେଣ୍ଟର, ପୀରବାବା ପୀଠର ଉନ୍ନତି କରଣ, ଫାଇଭ୍‌-ଟି ସ୍କୁଲର ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଦି ଅନ୍ୟାନ୍ୟ ଯୋଜନାରେ ସାମିଲ ହୋଇଥିବା ସୂଚନା ମିଳିଛି । ଏହି ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରମୁଖ ସହଯୋଗ ରହିଥିବା ନେଇ ଗ୍ରାମବାସୀ ପ୍ରମୁଖ ଭୁୟସି ପ୍ରସଂଶା କରିଥିଲେ । ଗାଁକୁ କାମ ଆଉ ମାଆକୁ ସମ୍ମାନ ଦେଇ ଆସୁଥିବା ରାଜ୍ୟର ନବୀନ ସରକାରଙ୍କ ପ୍ରତି ଲୋକଙ୍କ ଭଲ ପାଇବା ରହିଛି ଆପଣମାନଙ୍କ ସହଯୋଗ ରହିଲେ ସେ ଆଉ ଥରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ପାରିବେ ବୋଲି ଶ୍ରୀ ରାଉତରାୟ ପଞ୍ଚାୟତବାସୀଙ୍କ ଉଦ୍‌ବୋଧନ ଦେଇଥିଲେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ସମସ୍ତ ପ୍ରକାରର ଯୋଜନା ପ୍ରଣୟନ କରିଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ସେବାରେ ଅତ୍ୟାଧୁନିକ ସେବା ପ୍ରଦାନ କରାଯାଇଛି । ସେହିପରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ବିନା ସୁଧରେ ଋଣ ପ୍ରଦାନ ଆଦି ରାଜ୍ୟ ସରକାରଙ୍କ ବହୁମୁଖି ପ୍ରତିଭାର ପରିଚୟ ମିଳିଛି । ସମସ୍ତେ ଏକହୋଇ ଆଗାମି ନିର୍ବାନରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପରାମର୍ଶ ଦେଇଥିଲେ । ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ସମିତି ସଭ୍ୟ ନକୁଳ ବାରିକ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ସମିତି ସଭ୍ୟା ତଥା ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, କୋହ୍ଲ ସରପଞ୍ଚ କୈଳାସ ପରିଡା, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ବରିଷ୍ଠ ନେତା ହରିହର ସେନାପତି, ରଘୁନାଥ ପଣ୍ଡା, ବିଜେଡି ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ପୂର୍ବତନ ସେବା ସମବାୟ ସମିତିର ସଭାପତି ପ୍ରବୀର ନାୟକ, ପୂର୍ବତନ ସମିତି ସଭ୍ୟା ଗୌରୀଲତା ବାରିକ, ପଞ୍ଚାୟତର ଯୁବ ସଭାପତି ନେତା ଅରୁଣ ବାରିକ, ବ୍ଲକ ଯୁବ ସମ୍ପାଦକ ଅନିରୁଦ୍ଧ ବାରିକ, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ହିମାଂଶୁ ପାଣି, ପ୍ରଦୀପ ଦାସ, ଶ୍ରୀଧର ବାରିକ, ଗୋପବନ୍ଧୁ ସ୍ୱାଇଁ, ଦେବକାନ୍ତ ନାୟକ, ଚକ୍ରଧର ସ୍ୱାଇଁ, ସୟଦ୍ କାଲା, ସୟଦ୍ ଇବ୍ରାହିମ୍‌, ଶଶିକାନ୍ତ ପରିଡା, ଜିତେନ୍ଦ୍ର ନାୟକ, ମାନସ ସେନାପତି, ସନାତନ ପରିଡା, ମଣ୍ଟୁ ପରିଡା, ହିମାଂଶୁ ଦାସ, ଭାବଗ୍ରାହୀ ମଲ୍ଲିକ, ଚନ୍ଦ୍ରଶେଖର ପାଣି, ଜଗବନ୍ଧୁ ରାଉଳ, ନିଶାକର ସ୍ୱାଇଁ, ତ୍ରିନାଥ ଦାସ, ଶୈଳ ଦାସ, ରମେଶ ଦାସ, ନିରାକାର ବେହେରା, ଅନିରୁଦ୍ଧ ମଳିକ, ବିରେନ୍ଦ୍ର ଦାସ, ମାୟାଧର ମଲ୍ଲିକ, ରାଜେନ୍ଦ୍ର ପାଣି, ପ୍ରଭାତ ମଳିକ, ଗୟାଧର ମଲ୍ଲିକ, ତପନ ବାରିକ, କୈଳାସ ଦାସ, ରାଜେନ୍ଦ୍ର ବଳ, ମୁରଲୀ ଦାସ, ହେମନ୍ତ ରଥ, ବଳରାମ ମଲ୍ଲିକ, ବିରେନ୍ ଦାସ, ରାଜଲକ୍ଷ୍ମୀ ପାଣି, ମମତା ମହାକୁଡ, ମିନତୀ ଦାସ, ସଞ୍ଜୁଲତା ଦାସ, ଅନୁପମା ବାରିକ ଓ ସଂଧ୍ୟାରାଣୀ ଦାସ ପ୍ରମୁଖ ଶହଶହ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପଞ୍ଚାୟତବାସୀଙ୍କ ସହଯୋଗକ୍ରମେ ଆଜିର କାର୍ଯ୍ୟକ୍ରମ ସଫଳ ହୋଇଥିବା ନେଇ ସରପଞ୍ଚ ଶ୍ରୀମତୀ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |