ଅର୍ପଣ ରଥ ପରିକ୍ରମା କୁ ନେଇ ଚୌଦ୍ୱାର ପୌରପାଳିକା ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ |

288

କଟକ (ଉତ୍କଳ ନ୍ୟୁଜ ) ୧୧-୦୧-୨୦୨୪ : ଚୌଦ୍ୱାର ପୌରପରିଷଦ ତରଫରୁ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ବିଷୟ ରେ ଏକ ସାମ୍ବାଦିକ ସମ୍ମିଳନୀ ପୌର ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ସାମ୍ବାଦିକ ସମ୍ମିଳନୀ ରେ ପୋୖରକାର୍ଯ୍ୟନିର୍ବହୀ ଅଧିକାରୀ ସଂଜୀବ ମହାପାତ୍ର , ପୌରଧ୍ୟକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ , ବିଧାୟକ ଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡା , ପୌରଉପାଧକ୍ଷ ଶୁଭେନ୍ଦୁ ସାମଲ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡ ରେ ଅର୍ପଣ ରଥ ପରିକ୍ରମା ଉପରେ ସୂଚନା ଦେଇଥିଲେ | ବିଶ୍ୱ ପ୍ରସିଦ୍ଧ ଜଗତ ର ନାଥ ଜଗନ୍ନାଥ ପବିତ୍ର ଧାମ ପୁରୀ ରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦ୍ଘାଟନୀ ମୋହତ୍ସବ ର ସମାରୋହ କୁ ନେଇ ୧୯ ଗୋଟି ୱାର୍ଡ ରେ ଅର୍ପଣ ରଥ କିପରି ବୁଲି ଲୋକମାନଙ୍କ ଠାରୁ ଅଖ୍ୟତ ଚାଉଳ ଏବଂ ଗୁଆ ଗ୍ରହଣ କରି ପୁରୀ କିପରି ପଠାଯିବା ସହ ଜଗନ୍ନାଥ ଙ୍କୁ ନେଇ ୱାର୍ଡ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ସେ ନେଇ ସୂଚନା ପ୍ରଦାନ କରିଥିଲେ |