କବାଡିଆ ଙ୍କ କବଜା ରେ ମୁଖ୍ୟ ରାସ୍ତା ସହ , ସରକାରୀ ଜାଗା , ଗୋ ଚର ଭୂମି , ନାଳ ଓ ଚକ ରାସ୍ତା |

354

କଟକ (ଉତ୍କଳ ନ୍ୟୁଜ ) ୧୦-୦୧-୨୦୨୪ : ଚୌଦ୍ୱାର ମଙ୍ଗୁଳି ଛକ ରାଜ୍ୟ ର ଏକ ମୁଖ୍ୟ ସଂଯୋଗ ସ୍ଥଳ ହୋଇଥିବା ବେଳେ , ରାସ୍ତା ପାର୍ଶ୍ୱ ରେ ଥିବା କବାଡିଆ ଙ୍କ ଦୌରାତ୍ମ୍ୟ ଦିନ କୁ ଦିନ ବଢିଚାଲିଛି | ମଙ୍ଗୁଳି ଛକ ଠାରେ ପ୍ରାୟ ୧୦୦ ଏକର ରୁ ଉର୍ଧ ଏରିଆ ରେ କବାଡିଆ ମାର୍କେଟ ରହିଛି | ପଳାସ ମୌଜା ରେ ଥିବା ନିଜସ୍ୱ ଜାଗା ରେ କିଛି ବ୍ୟବସାୟୀ କବାଡିଆ ବଜାର ଆରମ୍ଭ କରିଥିଲେ , ତେବେ ସମୟ କ୍ରମେ ଏହି ବଜାର ର ବ୍ୟବସାୟ ବଢି ଏକ ବିରାଟ କବାଡିଆ ବଜାର ରେ ପରିଣତ ହୋଇଛି | ସରକାରୀ ଜାଗା , ଗୋ ଚର ଭୂମି , ନାଳ ,ଚକ ରାସ୍ତା , ଗୁଡିକୁ ଜୋରଜବରଦସ୍ତ କବଜା କରି କବାଡିଆ ବଜାର ରେ ପରିଣତ ହୋଇଛି | ଯାହା ଦ୍ୱାରା ସ୍ଥାନୀୟ ଅଂଚଳ ର ୮ , ୧୦ ଟି ଗ୍ରାମ ରେ ପାଣି ବିନା ଚାଷ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇଛି | ଗୋଚର ଜମି କୁ ଏହି କବାଡିଆ ମାନେ ନିଜ କବଜା କୁ ନେଇଯାଇଥିବା ରୁ ଗୋରୁ , ଗାଈ ମାନେ ଖାଇବାକୁ ନ ପାଇ ନିଶ୍ଚିହ୍ନ ହେବାକୁ ବସିଲେଣି | ଅନ୍ୟପକ୍ଷେ , ଏଠାରେ ବଡ଼ ବଡ଼ ଗାଡି ଗୁଡିକ କଟା ଯାଇ ରବର , ଟାୟାର ଆଦି ଅନାବଶ୍ୟକ ଜିନିଷ ଗୁଡିକୁ ପ୍ରତିଦିନ ଜଳାଯାଉଥିବା ରୁ ସ୍ଥାନୀୟ ଅଂଚଳ ଏକ ପ୍ରକାର ପ୍ରଦୂଷିତ ହୋଇଯାଇଛି | ସ୍ଥାନୀୟ ଅଂଚଳ ରେ ମ୍ୟାଲେରିଆ , ଡେଙ୍ଗୁ ମାତିବା ର ମୁଖ୍ୟ କାରଣ ଏହି କବାଡିଆ ବଜାର ବନିଯାଇଛି | ଏହା ବ୍ୟତୀତ ରାତାରାତି ବିଭିନ୍ନ ଭାରୀଯାନ ଠାରୁ ଆରମ୍ଭ କରି ଛୋଟ ଗାଡି ର ଟ୍ୟାକ୍ସ ନ ଥାଏ , ଫାଇନାନ୍ସ କିସ୍ତି ପୈଠ କରିନଥିବା ଗାଡି ଗୁଡିକୁ ଏଠା କୁ ଅଣାଯାଇ ବେନିୟମ ଭାବେ ରାତାରାତି କାଟି ରାଜ୍ୟ ବାହାର କୁ ପଠାଯାଉଛି | ଏପରିକି ଦିବାଲୋକ ରେ ମଧ୍ୟ ଚାଲିଛି ଏହି ଖୁଲମଖୁଲା ବିନିୟମ କାର୍ଯ୍ୟ | ମଙ୍ଗୁଳି ଛକ ଠାରୁ ଢେ଼ଙ୍କନାଳ ଯାଉଥିବା ଓଭର ବ୍ରିଜ ର ରାସ୍ତା କବାଡିଆ ମାନଙ୍କ କବଜା ରେ | ବ୍ରିଜ ର ରାସ୍ତା ଉପରେ ଭଙ୍ଗା ଗାଡି ଗୁଡିକୁ ରଖାଯାଇଛି | ଯାହାଦ୍ୱାରା ରାସ୍ତା ଯାମ ହୋଇ ପ୍ରତିଦିନ ଦୁର୍ଘଟଣା ଘଟୁଛି | ଲୋକଦେଖାଣିଆ ଭଙ୍ଗା ଗାଡି ଗୁଡିକ ରାସ୍ତା ରେ ରଖା ଯାଇଥିବା ବେଳେ , କବାଡି ମାର୍କେଟ ବେନିୟମ ଭାବେ କଟା ଚାଲିଛି ଶହ ଶହ ଗାଡି | ମାତ୍ର ୫ କିମି ଦୂର ରେ ଟାଙ୍ଗି ଥାନା ଓ ମଙ୍ଗୁଳି ଛକ ରେ ଫାଣ୍ଡି ଥାଇ ମଧ୍ୟ ଏହା କୁ ଅଣଦେଖା କରି ଦିନ ଦ୍ୱିପ୍ରହର ରେ ମଧ୍ୟ ବେନିୟମ କାର୍ଯ୍ୟ କରୁଛନ୍ତି ଏହି କବାଡିଆ ମାଫିଆ | ଏ ନେଇ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ | ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଅଂଚଳ ବାସୀ ସ୍ଥାନୀୟ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି |