୧୦ କୋଟି ଟଙ୍କା ବ୍ୟୟରେ ୩ଟି ନୂତନ ରାସ୍ତା ର ଶୁଭ ଶିଳାନ୍ୟାସ ସହ ଧାନ ମଣ୍ଡି ଓ ବଜାର ଗୃହ ଉଦ୍ଘାଟିତ |

499

କଟକ (ଉତ୍କଳ ନ୍ୟୁଜ ) ୧୦-୦୧-୨୦୨୪ : ୧୦ କୋଟି ଟଙ୍କା ବ୍ୟୟରେ ୩ଟି ନୂତନ ରାସ୍ତା ର ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶିଳାନ୍ୟାସ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ରହ୍ମପୁର ପଂଚାୟତ , ଶଙ୍କରପୁର ପଂଚାୟତ ଓ ଶେଷ ରେ ବଡ଼ସାମନ୍ତାରପୁର ପଂଚାୟତ ରେ ରାସ୍ତା କାର୍ଯ୍ୟ ର ଶୁଭ ଶିଳାନ୍ୟାସ ହେବା ସହ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଆଠଗଡ ନିର୍ବାଚନ ମଣ୍ଡଳୀ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ୩ ପଂଚାୟତରେ ୩ଟି ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ଓ ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇଥିଲେ | ମନ୍ତ୍ରୀଙ୍କ ପ୍ରତିନିଧି ସେକ ସାହାଜାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଯୋଗ ଦେଇ ବ୍ରହ୍ମପୁର ଗ୍ରାମପଂଚାୟତ ସ୍ଥିତ ତାରେଣି ମନ୍ଦିର ଠାରୁ ହନୁମାନ ଛକ ପ୍ରଯ୍ୟନ୍ତ, ବଡ ସାମନ୍ତରାପୁର ଗ୍ରାମ ଠାରୁ ନଈ ମାଳିଆ ପ୍ରଯ୍ୟନ୍ତ ଓ ସର୍ଦାର ଖରିଦା ଗ୍ରାମ ଠାରୁ ଦୁଆନୀପାଟଣା ଗ୍ରାମ ପ୍ରଯ୍ୟନ୍ତ ରାସ୍ତା ନିର୍ମାଣ, ଶଙ୍କରପୁର ବଜ଼ାରରେ ସରକାରୀ ହୋମିଓ ପାଥିକ ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ ଗୃହ ନିର୍ମାଣର ଶିଳାନ୍ୟାସ ସହ ଧାନମଣ୍ଡି ଓ ବଜ଼ାର ଗୃହର ଉଦଘାଟନ କରିଥିଲେ। ୩ଟି ପ୍ରକଳ୍ପ ପାଇଁ ୧୦କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଛମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଉଭୟ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ସେକ ସାହାଜାନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ପ୍ରଧାନ, ବଡ଼ ସାମନ୍ତରାପୁର ସରପଞ୍ଚ ବିଶ୍ୱଜିତ ମାଝୀ, ବ୍ରହ୍ମପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ, ରଂଜିତ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମଧୁସ୍ମିତା ସେଠି, ଶଙ୍କରପୁର ସରପଞ୍ଚ ପ୍ରମୋଦିନୀ ଖଟୁଆ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ , ଠିକାଦାର ପ୍ରମୁଖ ଙ୍କ ସହ ବରିଷ୍ଠ କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ |