ଆଗରପଡା ପୋଲିସର ବର୍ବୋଚିତ କାଣ୍ଡ, ଚାନ୍ଦା ନଦେବାରୁ କଳାକାରଙ୍କୁ ମରଣାନ୍ତକ ଆକ୍ରମଣ |

122

କଟକ(ଉତ୍କଳ ନିଉଜ)୧/୧/୨୦୨୪ : ଭଦ୍ରକ ଜିଲ୍ଲା ଆଗରପଡା ପୋଲିସର ବର୍ବୋଚିତ କାଣ୍ଡ, ଚାନ୍ଦା ନଦେବାରୁ କଳାକାରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ନୂଆ ବର୍ଷରେ ମଦମାଂସ ସହ ଧୂମଧାମରେ ପାଳନ କରିବା ଲାଗି ରତିଅଧିଆ ପୋଲିସମାନେ ଚାନ୍ଦା ଆଦାୟ କରୁଥିବା ପରି ସଂଗୀନ ଅଭିଯୋଗ ମଧ୍ୟ ହୋଇଛି । ତେବେ ଶହଶହ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଥିବା ପୋଲିସ ବିଳମ୍ବିତ ରାତିରେ ଚାନ୍ଦା ଆଦାୟର ଅଭିଯାନ ଆରମ୍ଭ କରୁଛନ୍ତି । ଥାନାବାକୁ ଜାଣତରେ ହେଉ ବା ଅଜାଣତରେ ଏହା ସମାଜ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ରାତିସାରା ବୁଲିବୁଲି କାହାର ଦୁର୍ବଳତା ଅଥବା ଦୋଷକୁ ଆୟୁଧ କରି ଚାନ୍ଦା ଆଦାୟ କରୁଛନ୍ତି । ଥାନା ଅଞ୍ଚଳରେ ଘରକୁ ଫେରୁଥିବା ଜଣେ କଳାକାରଙ୍କୁ ବିଳମ୍ବିତ ରାତିରେ ଚାନ୍ଦା ମାଗିଥିଲେ ପୋଲିସ ମାତ୍ର କଳାକାର ଜଣକ ନଦେବାରୁ ତାଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ପୋଲିସର ସଙ୍ଘବଦ୍ଧ ଆକ୍ରମଣ ଏପରିକି ବାଡିରେ ବାଡେଇ ମୁର୍ମୁଷ ଅବସ୍ଥାରେ ଛାଡି ଚାଲିଗଲେ । ସୂଚନା ମୁତାବକ, ଆଗରପଡା ଥାନା ଅଧିନସ୍ଥ ଚାରୀଗାଁ ପଂଚାୟତ ତେଲନଟି ଗାଁର ମଞ୍ଚ କଳାକାର ଗୋପୀନାଥ ନାୟକ ଭଦ୍ରକରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଘରକୁ କାର ଯୋଗେ ଫେରୁଥିବା ବେଳେ ନିଜ ଗାଁ ରାସ୍ତାରେ ଆଗରପଡା ପୋଲିସର ଏକ ପେଟ୍ରୋଲିଙ୍ଗ ଗାଡି ତାଙ୍କୁ ଅଟକାଇଥିଲା । ପ୍ରଥମେ ଗାଡିର କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ସବୁ ଠିକ୍ ଠାକ୍ ଥିବାବେଳେ କଳାକାରଙ୍କ ୪ ଜଣ ପୋଲିସ କର୍ମଚାରୀ ଟଙ୍କା ମାଗିଥିଲେ । ତାଙ୍କ ପାଖରେ ଟଙ୍କା ନାହିଁ ତାହା ଛଡା ସେ କାହିଁକି ଟଙ୍କା ଦେବେ ବୋଲି କହିବାରୁ ପୋଲିସମାନେ ଉତ୍ୟକ୍ତ ହୋଇ ବାଡ଼ିରେ ଅତର୍କିତ ଭାବେ ସଂଘବଦ୍ଧ ହୋଇ ବାଡେଇଥିଲେ । ପରେ ସେ ବହୁ କଷ୍ଟରେ ତାଙ୍କ ଘରେ ପହଞ୍ôଚ ଘରଲୋକଙ୍କ ସହଯୋଗରେ ଚିକିତ୍ସା ପାଇଁ ଆଗରପଡା ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ପୋଲିସ କର୍ମଚାରୀ ମାନେ ମଦ୍ୟପାନ କରି ଅତି ଅମାନୁଷିକ ଭାବେ ଗୋପୀନାଥଙ୍କୁ ଆକ୍ରମଣ କରିଥିବା ଏବଂ ତାଙ୍କ ଶରୀରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ସହ ବଡ଼ ବଡ଼ ଦାଗ ପଡି ରହିଛି । ଘଟଣାକୁ ନେଇ ଗୋପୀନାଥଙ୍କ ସ୍ତ୍ରୀ ଆଗରପଡା ଥାନାରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ଏବଂ ସମ୍ପୃକ୍ତ ପୋଲିସ କର୍ମଚାରୀ ଙ୍କ ବିରୋଧରେ ଏତଲା ଦେଇଛନ୍ତି । ତେବେ ଥାନାଧିକାରୀ ଘଟଣାର ପାତର ଅନ୍ତର କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବେ ବୋଲି ଚେତାବନି ଦେଇଛନ୍ତି । ଅନ୍ୟପଟେ କଳକାରଙ୍କୁ ଆକ୍ରମଣ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଥାନାଧିକାରୀ । ତେବେ ଥାନାଧିକାରୀ ତାଙ୍କ ତଳିଆ କର୍ମଚାରୀଙ୍କ ବିରୋଧରେ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହାକୁ ଅନେଇ ବସିଛନ୍ତି କଳାକାର । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟଉତ୍କଳ ନିଉଜ ।