ବିଏନ୍‌ଏମ୍‌ଏ କଲେଜ ଶିକ୍ଷା ସମ୍ମାନ ବିଭାଗରେ ପାଠଚକ୍ର, ଉଚ୍ଚଶିକ୍ଷାରେ ଅଧ୍ୟୟନ, ଅଧ୍ୟବସାୟ ଓ ଗବେଷଣା ଅପରିହାର୍ଯ୍ୟ।

139

କଟକ(ଉତ୍କଳ ନିଉଜ)୧/୧/୨୦୨୪ :ଉଚ୍ଚଶିକ୍ଷାରେ ଅଧୁନା ଗୁଣାତ୍ମକତା ହ୍ରାସ ପାଉଛି । ସଂଖ୍ୟାଧିକ ଛାତ୍ର ନାମ ଲେଖାଉଥିଲେ ହେଁ ଶ୍ରେଣୀକକ୍ଷରେ ଉପସ୍ଥାନ ଊଣା । ଶିକ୍ଷାନୁଷ୍ଠାନରେ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ । ଆବଶ୍ୟକୀୟ ସ୍ଥାୟୀ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ନିଯୁକ୍ତି ନାହିଁ । ଶିକ୍ଷାନୁଷ୍ଠାନ ଗୁଡ଼ିକୁ ରାଜନୈତିକ ଚାପମୁକ୍ତ ରଖିଲେ ଏଠାରେ ଅଧ୍ୟୟନ, ଅଧ୍ୟବସାୟ ଓ ଗବେଷଣା ପାଇଁ ବ୍ୟାପକ ପରିସର ସୃଷ୍ଟି ହୋଇପାରିବ ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଘଟିବ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରାୟଣ ମାଧବ- ଅର୍ଜୁନ ମହାବିଦ୍ୟାଳୟର ଶିକ୍ଷାସମ୍ମାନ ବିଭାଗ ପକ୍ଷରୁ ଆୟୋଜିତ ପାଠଚକ୍ରରେ ମତପ୍ରକାଶ ପାଇଛି । ‘ଓଡ଼ିଶାରେ ଉଚ୍ଚଶିକ୍ଷାରେ ସମସ୍ୟା ଓ ସମ୍ଭାବନା’ ଶୀର୍ଷକରେ ଅନୁଷ୍ଠିତ ଏହି ପାଠଚକ୍ରକୁ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା ପୌରୋହିତ୍ୟ କରିଥିଲେ । ବିଷୟ ବିଶାରଦ ଭାବେ ଶିକ୍ଷା ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁରେନ୍ଦ୍ରନାଥ ଗିରି ଯୋଗଦେଇ ଉଚ୍ଚଶିକ୍ଷାରେ ସମସ୍ୟା ଓ ଏହାର ସମାଧାନର କେତେଗୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଶିକ୍ଷା ବିଭାଗର ସହକାରୀ ମଖ୍ୟ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗ ମୁଖ୍ୟ ଅଧ୍ୟାପକ ଅମିୟ ରଞ୍ଜନ ଦାସ ଓ ଅଧ୍ୟାପିକା ଦୀପ୍ତିବାଳା ରାଉତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଛାତ୍ରୀ ଆଦ୍ୟାଶ୍ରୀ ବେଜ୍‌, ମନୀଷା ନାୟକ, ଦେବପ୍ରଭା ମଲ୍ଲିକ୍‌, ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ବେଳେ ଛାତ୍ରୀ ସସମ୍ମିତା ଗିରି ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ଛାତ୍ରୀ ବିନିଲତା ଦାସ, ରୁକ୍ମଣୀ ଜେନା, ଅନୀତା ମହଲ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ, ଅଧ୍ୟାପକ ଦୀପକ କୁମାର ପଣ୍ଡା, ମଞ୍ଜୁର ଅହମଦ ଖାନ, ଦେବାଶିଷ ଦାସ, ସୌମେନ ମହାପାତ୍ର, ଡକ୍ଟର ରାଜେନ୍ଦ୍ର ଭୁଏ, ଡକ୍ଟର ସାଣ୍ଡ୍ରା ରୋଜାରିଓ, ବୈଷ୍ଣବ ମହାନ୍ତି, ଡକ୍ଟର ସ୍ୱପ୍ନା ସାମନ୍ତ, ଡକ୍ଟର ଚିନ୍ମୟୀ ସେନାପତି, ଡକ୍ଟର ସୁଜାତା ଗିରି, ଅଧ୍ୟାପିକା ହୀରକଲତା ଦାସ, ସୁସ୍ମିତା ପଣ୍ଡା, ପଦ୍ମାଳୟା ଖଟୁଆ, ଅନୀତା ତ୍ରିପାଠୀ, ବନଜବାସିନୀ ବାରିକ୍‌, ପ୍ରିୟଙ୍କା ସାହୁ, ସ୍ୱପ୍ନା ରାୟ, ଅଜୟ ପୃଷ୍ଟି, ଭରତ ପାତ୍ର, ବିଧୁଭୂଷଣ ମୁଦୁଲି, ସୁବ୍ରତ ମଲ୍ଲିକ୍‌, ରଂଜନ ଗିରି ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରୀ ରାନୁବାଳା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟଉତ୍କଳ ନିଉଜ ।