ଭାଟପଡା ତାରିଣୀ ପୀଠ ଉତ୍ସବ ମୁଖର |

194

କଟକ (ଉତ୍କଳ ନ୍ୟୁଜ ) ୧୧-୦୪-୨୦୧୩ : ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିତ ଭାଟପଡା ତାରିଣୀ ପୀଠ( ସାର୍ବଜନୀନ) ଉତ୍ସବ ମୁଖର ହୋଇ ଉଠିଛି। ପବିତ୍ର ପଣା ସଂକ୍ରାନ୍ତୀ ଉପଲକ୍ଷେ ଆଜିଠାରୁ ଉତ୍ସବ ହୋଇ ଯାଇଛି। ମଙ୍ଗଳବାର ବିଶ୍ବଶାନ୍ତି ମହାଯଜ୍ଞର ଅଧିବାସ କରାଯିବା ସହିତ ନାମଯଜ୍ଞ ଆରମ୍ଭ ହୋଇଛି। ୧୨ ତାରିଖରେ ମହାଯଜ୍ଞ ସହିତ ସଂଧ୍ଯାରେ ପ୍ରବଚନ କାର୍ଯ୍ଯକ୍ରମ ରହିଛି। ୧୩ ତାରିଖରେ ଭଜନ ସମାରୋହ ସହିତ ନୃତ୍ୟ, ୧୪ ତାରିଖରେ ପ୍ରବଚକ ଏବଂ ୧୫ ତାରିଖରେ ପାଟୁଆ ମେଳନ ରହିଛି। ଉତ୍ସବକୁ ସରସ ସୁନ୍ଦର କରିବା ଲାଗି ପୂଜକ ଦୀନବନ୍ଧୁ ବେହେରାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ସରପଞ୍ଚ ଶଭ୍ରନାରାୟଣ ସେଠୀ, ସମ୍ପାଦକ ସୀତାକାନ୍ତ ନାୟକ, ଲକ୍ଷ୍ମୀଧର ପତି, ପ୍ରତାପ ଜେନା, ମାୟାଧର ବାରିକ, ତପନ ମିଶ୍ର, ସନା ସାହୁ ଓ ଧିରେନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।