ହିମ ସ୍ଖଳନ ରେ ୭ ପର୍ଯ୍ୟଟକ ମୃତ , ଉଦ୍ଧାର କାର୍ଯ୍ୟ ଜାରି |

134

କଟକ (ଉତ୍କଳ ନ୍ୟୁଜ ) ୫-୦୪-୨୦୨୩: ହଠାତ ବରଫ ଅତଡ଼ା ଧସିବା ରୁ ୭ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟିଛି | ସିକିମ ର ନାଥୁଲା ମାଉଣ୍ଟେନ ପାସ ରେ ଭୟାନକ ର ହିମ ସ୍ଖଳନ ହୋଇଥିଲା | ଏହି ବରଫ ଅତଡ଼ା ତଳେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି | ମୃତକ ଙ୍କ ମଧ୍ୟ ରେ ଜଣେ ଛୋଟ ପିଲା ରହିଛି | ଅନେକ ଅବାବୀ ମଧ୍ୟ ବରଫ ଅତଡ଼ା ତଳେ ଫସି ରହିଥିବା ରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି | ସୁରକ୍ଷିତ ରହିଥିବା ପର୍ଯ୍ୟଟକ , ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ଲୋକଙ୍କୁ ବରଫ ଅତଡ଼ା ତଳୁ ବାହାର କରି ଅପାଇଁ ପ୍ରୟାସ କରାଯାଉଛି | ମିଳିଥିବା ସୂଚନା ନୌଯାୟୀ , ମଙ୍ଗଳବାର ଦିନ ପ୍ରାୟ ୧୨.୨୦ ମିନିଟ ସମାୟା ରେ ହଠାତ ବରଫ ଅତଡ଼ା ଧସିବା ଆରମ୍ଭ କରିଥିଲା | ଯେଉଁ ଅଂଚଳ ରେ ହିମ ସ୍ଖଳନ ହୋଇଥିଲା ସେତାହାରେ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ | ସେମାନଙ୍କ ମଧ୍ୟ ରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ରହଥିବା କୁହାଯାଉଛି | ୬ ଜାନନଂକ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ବରଫ ଅତଡ଼ା ତଳୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛଂହି | ସିକିମ ପୋଲିସ, ସିକିମ ର ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ , ପର୍ଯ୍ୟଟନ ବିଭାଗ ଅଧିକାରୀ , ସେନା କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ରେ ଲାଗି ପଡିଛନ୍ତି |