ବାରବାଟିଆ ଦୁର୍ଗାପୂଜା ୪ ଶହ ବର୍ଷର ପରମ୍ପରା, ଯେଉଁଠି ମା’ଙ୍କ ମହିମାରେ ଶହସ୍ରାଧିକ ଆଟିକା ଭୋଗ ଲାଗିଥାଏ।

173

କଟକ (ଉତ୍କଳ ନ୍ୟୁଜ) ୩-୧୦-୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବାରବାଟିଆ ଦୁର୍ଗାପୂଜା ୪ ଶହ ବର୍ଷର ପରମ୍ପରା, ଯେଉଁଠି ମା’ଙ୍କ ମହିମାରେ ଶହସ୍ରାଧିକ ଆଟିକା ଭୋଗ ଲାଗିଥାଏ। ଅଷ୍ଟମୀ ପୂଜାରେ ପ୍ରତିକୂଳ ପାଗ ସତ୍ବେ ମଧ୍ଯ ଭକ୍ତଙ୍କ ଭିଡ ଜମିଛି। ଦୁଇ ବର୍ଷ ଧରି କରୋନା କଟକଣାରେ ପୂଜା ପାର୍ବଣ ଫିକା ପଡିଥିବା ବେଳେ ଚଳିତ ବର୍ଷର ମାହୋଲକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଦୁର୍ଗାପୂଜା ବଡ ନିଆରା। ପ୍ରତିବର୍ଷ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ପୂଜା କାର୍ଯ୍ୟରେ ବିଭିନ୍ନ ଦାୟିତ୍ୱ ନେବା ଏପରିକି ପାଲା, ଦାସ କାଠିଆ ପରିବେଷଣ କରିଥାନ୍ତି। ଏହି ଗାଁର ନାରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ କାକଟପୁର ମଙ୍ଗଳା ପୀଠରେ ଚଣ୍ଡି ପାଠ କରୁଥିବା ବେଳେ ମା ତାଙ୍କ ଉପରେ ପ୍ରିତ ହୋଇଥିଲେ । ସ୍ୱପ୍ନାଦେଶ ବଳରେ ତାଙ୍କ ଠାରୁ ପୂଜା ପାଇବାକୁ କହିବା ସହ ତାଙ୍କ ସହ ଆସିଥିଲେ । ସେତେବେଳ ଏହି ଗାଁର ଏକ ବିଶାଳ ବଟବୃକ୍ଷ ମୂଳେ ଏକ ଧୂଳିଆ ଘର ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଥିଲା । ଦୁର୍ଗାପୂଜାରେ ପୂଜକ ପରିବାର ଲୋକେ କାଦୁଅ ପିଣ୍ଡୁଆ ତିଆରି କରାଯାଏ ଏବଂ ପୂଜା ଦିନ ମା ଙ୍କ ଆବିର୍ଭାବ ହୋଇଥାଏ । ୨ ଶହ ବର୍ଷ ଧରି ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଆଜବେଷ୍ଟସ ଘର ନିର୍ମାଣ ହୋଇ ପୂଜାକାର୍ଯ୍ୟ ଚାଲୁଥିଲା । ଏବଂ ପ୍ରାୟ ୫୩ ବର୍ଷ ତଳେ ଜଣେ ବଦାନ୍ୟ ବକ୍ତିଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ପୂଜକ ତଥା କର୍ତ୍ତାଭାବେ ସାଧୁଚରଣ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କୈଳାସ ସାହୁ, ଶ୍ୟାମସୁନ୍ଦର ପରିଡା, ସୁରେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀଧର ମିଶ୍ର ଓ ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଗ୍ରାମବାସୀ ସହଯୋଗ ଓ ସହାୟତାରେ ଉଜ୍ୱଳ ଆଲୋକମାଳା, ସାଜସଜ୍ଜା ସହ ଦୈନିକ ପାଲା ଓ ଦାସକାଠିଆରେ ପୀଠ ଚଳଚଞ୍ଚଳ ହୋଇଥାଏ । ସବୁଠୁ ବଡକଥା ହେଉଛି ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତ ମାନେ ଆଟିକା ଭୋଗ ଲଗାଇଥାନ୍ତି । ଏଥିସହ ହଜାର ହଜାର ଭକ୍ତଙ୍କ ସମାଗମରେ ପୀଠ ଶୋଭାବର୍ଦ୍ଧନ କରିଥାଏ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |