ଶୁଭଦ୍ରା ଶତପଥି ହେଲେ ତିହିଡି ବ୍ଳକ ଉପାଧ୍ୟକ୍ଷା।

698

କଟକ(ଉତ୍କଳ ନିଉଜ)୨୩/୦୩/୨୦୨୨ :ଭଦ୍ରକ ଜିଲ୍ଲା ତିିହିଡି ବ୍ଳକ ଉପଧ୍ୟକ୍ଷା ଭାବେ ମଙ୍ଗଳପୁର ସମିତିସଭ୍ୟା ଶୁଭଦ୍ରା ଶଥପଥି ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ପଦବୀଟି ବିଜେଡି ହାତକୁ ଯାଇଥିବା ବେଳେ ଉପାଧକ୍ଷା ପଦବୀଟି ମଧ୍ୟ ବିଜେଡି ଅକ୍ତିଆର କରି ନେଇଛି । ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଉପାଧ୍ୟକ୍ଷା ନିର୍ବାଚନରେ ବ୍ଳକର ୩୧ ସମିତି ସଭ୍ୟଙ୍କ ମଧ୍ୟରୁ ଜଣେ ସଭ୍ୟ ଅନୁପସ୍ଥିତ ରହିଥିଲେ । ଯାହା ଫଳରେ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ଫଳାଫଳ ଅନୁଯାୟୀ ବିଜେଡି ସମର୍ଥିତ ଉପାଧ୍ୟକ୍ଷା ପ୍ରାର୍ଥୀ ଶୁଭଦ୍ରାଙ୍କୁ ୧୬ ଜଣ ସଭ୍ୟଙ୍କ ସମର୍ଥନ ମିଳିଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଶୁକଦେବ ମଳିକଙ୍କୁ ୧୪ ଜଣ ସଭ୍ୟଙ୍କ ସମର୍ଥନ ମିଳିଥିଲା । ନିର୍ବାଚନ ଜିତିବା ପରେ ଦଳୀୟ ନେତୃବୃନ୍ଦ ଓ କର୍ମୀ ବ୍ଳକ ପରିସରେ ପହଞ୍ଚି ବିଜୟୀ ଉପାଧ୍ୟକ୍ଷାଙ୍କୁ ସ୍ୱାଗତ କରିବା ସହ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଳକ କାର୍ଯ୍ୟାଳୟରୁ ବିଜେଡି ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ବିଜୟ ଉତ୍ସବ ପାଳନ କରିବା ପରେ ନବନିର୍ବାଚିତ ଉପାଧ୍ୟକ୍ଷା ଏବଂ ତାଙ୍କର ସମର୍ଥକ ମାନେ ନିଜ ପଞ୍ଚାୟତ ମଙ୍ଗଳପୁର ଅଭିମୁଖେ ଯାତ୍ରା କରିଥିଲେ । ଆଜିର ଏହି ବିଜୟର ଶ୍ରେୟ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମେତ ବ୍ଳକ ସ୍ତରୀୟ ନେତୃବୃନ୍ଦଙ୍କୁ ଦେଇଛନ୍ତି । ବ୍ଳକ ବିଜେଡି ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସୁଶ୍ରୀ ବିଦ୍ୟୁତ୍‌୍‌ଲତା ନାୟକ, ଅମୂଲ୍ୟ ମାଝୀ, ସୁମତୀ ସେଠୀ ଓ ରୁଜାତା ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସୁରେନ୍ଦ୍ର ନାୟକ, ହରିହର ସେନାପତି, ପ୍ରଦୀପ ପଣ୍ଡା, କମଳାକାନ୍ତ ଲେଙ୍କା, କମଳାକାନ୍ତ ଦାସ, ପ୍ରଫୁଲ ଦାସ, ହରେକୃଷ୍ଣ ଜେନା,

ପ୍ରତାପ ଜେନା, ଲକ୍ଷ୍ମୀକାନ୍ତ ମହାପାତ୍ର, ପ୍ରବୀର କୁମାର ନାୟକ, ବୈକୁଣ୍ଠନାଥ ପାଣି, କୀର୍ତ୍ତନ ରାଉତ, ଆଦିତ୍ୟ ଜେନା, ଗଣେଶ ବିଶ୍ୱାଳ, କମଳାକାନ୍ତ ଦାସ, ପ୍ରଶାନ୍ତ ବିଶ୍ୱାଳ, ରାଜେନ୍ଦ୍ର ବଳ, ଅମର ଦାସ, କୈଳାସ ଦାସ, ରବିନ୍ଦ୍ର ପାଣି, ଗୋପବନ୍ଧୁ ସେନାପତି, ପ୍ରଭାତ ମିଶ୍ରକଙ୍କ ସମେତ ନବ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମାନେ ଏହି ବିଜୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |