ବିଜୟୀଙ୍କ ଟାହି ଟାପରା ସହିନପାରି ପରାଜିତ ପ୍ରାର୍ଥିନୀଙ୍କ ବିଷପାନ, ସ୍ବାମୀ ଝୁଲିଲେ ଫାଶି ଦଉଡିରେ।

689

କଟକ(ଉତ୍କଳ ନିଉଜ)୧୪/୦୩/୨୦୨୨ :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରାଜିତ ପ୍ରାର୍ଥୀନୀ ବିଷ ପିଇ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ। ସ୍ଵାମୀ ଝୁଲନ୍ତା ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସୁମତୀ ପରିଡ଼ା ସମିତିସଭ୍ୟା ପ୍ରାର୍ଥୀନୀ ଭାବେ ପ୍ରତିଦ୍ଵନ୍ଦିତା କରି ପରାଜିତ ହୋଇଥିଲେ। ତେବେ ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରା ଚାଲୁଥିବା ସମୟରେ, ପରାଜିତ ସମିତିସଭ୍ୟା ପ୍ରାର୍ଥୀନୀଙ୍କ ସ୍ଵାମୀ ରମାକାନ୍ତ ପରିଡ଼ାଙ୍କ ସହ ରାଜନୈତିକ ବିବାଦକୁ କେନ୍ଦ୍ର କରି, ବିଜୟୀ ପ୍ରାର୍ଥୀ ସମର୍ଥକଙ୍କ ସହ ପାଟିତୁଣ୍ଡ ଓ ଗାଳିଗୁଲଜ ହୋଇଥିବା ସୂଚନା ମିଳିଛି।

ଏହି ଘଟଣାରେ ମାନସିକ ଭାରସାମ୍ୟ ହରାଇ ରମାକାନ୍ତ ଝୁଲନ୍ତା ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏହା ଜାଣି ତାଙ୍କ ପତ୍ନୀ ପରାଜିତ ସମିତି ସଭ୍ୟା ପ୍ରାର୍ଥୀନୀ ସୁମତୀ ବିଷ ପିଇ ଆତ୍ମହତ୍ଯା ଉଦ୍ୟମ କରିଥିବା ଜଣାପଡିଛି। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ ସ୍ଥାନାନ୍ତରିତ କରା ଯାଇଥିଲା। ହେଲେ ବିଧିର ବିଧାନ, ସ୍ଵାମୀ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପତ୍ନୀ ସୁମତୀଙ୍କୁ ସଙ୍କଟାପନ୍ନ ଅବସ୍ତାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ, ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |