ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପାଇଁ ସିପିଆଇ(ଏମ)ର ନାମାଙ୍କନ ଦାଖଲ |

359

କଟକ(ଉତ୍କଳ ନିଉଜ)୦୬/୦୩/୨୦୨୨ : ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ, ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ସମସ୍ତ ଅଞ୍ଚଳରେ ଜଳ ଓ ପରିମଳ ବ୍ୟବସ୍ଥାର ଗ୍ୟାରେଣ୍ଟି କରିବା, ସମସ୍ତ ଗ୍ରାମକୁ ପକ୍କା ରାସ୍ତା, ଦଳିତ ଓ ମହିଳାମାନଙ୍କ ସୁରକ୍ଷା, ଦୁର୍ନୀତିମୁକ୍ତ ବିକାଶ ଆଦି ଦାବୀ ନେଇ ସିପିଆଇ(ଏମ) ପକ୍ଷରୁ ଏକ ଶୋଭାଯାତ୍ରା ସିପିଆଇ(ଏମ) ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ଚାନ୍ଦବାଲି ସହର ପରିକ୍ରମା କରି ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା ।

ଚାନ୍ଦବାଲି ଆଞ୍ଚଳିକ ପରିଷଦ ଅଧ୍ୟକ୍ଷା ପାଇଁ ସିପିଆଇ(ଏମ) ପ୍ରାର୍ଥିନୀ ଭାବେ ସସ୍ମିତା ଦାସ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରାରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ମଳୟ ଭୋଇ, ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ, ଚାନ୍ଦବାଲି ଶାଖା ସଂପାଦକ ଘନଶ୍ୟାମ ଦାସ, ଗୌରାଙ୍ଗ ଯେନା, ଅଭିରାମ ବଳ, କୀର୍ତ୍ତନ ବିଶ୍ବାଳ, ବିପ୍ର ସେଠୀ , ବିଜୟ ଦାସ, ଅନୂଶୟା ସେଠୀ, ମିନାରାଣୀ ନାୟକ ଓ ସୃଷ୍ଟି ବିଶ୍ୱାଳ ପ୍ରମୁଖ ଯୋଗଦେଇ ନେତୃତ୍ବ ନେଇଥିଲେ। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |