ରାଜନୈତିକ ଆକ୍ରୋଶରେ ଦୋକାନ ଗୃହ ପୋଡି ଅଭିଯୋଗ |

442

କଟକ(ଉତ୍କଳ ନିଉଜ)୦୬/୦୩/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ବଜାରରେ ଏକ ଦୋହକୁ ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ପୋଡି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ପୋଡିରେ ଲକ୍ଷାଧିକ ଟଙ୍କାର ତେଜରାତି ଓ ପନି ପରିବା ସାମଗ୍ରୀ ଭଷ୍ମିଭୁତ ହୋଇଥିବା ଦୋକାନୀ ଅରୁଣ କୁମାର ଭୋଇ ଏତଲାରେ ଦର୍ଶାଇଛନ୍ତି । ପୋଲିସ ତଦନ୍ତ କରି ଦୁର୍ବୁର୍ତ୍ତମାନଙ୍କୁ ଧରିବା ସହିତ ସେମାନଙ୍କ ବିରୋଧରେ ଆଇନ୍‌ଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ସୂଚନା ମୁତାବକ, ଅରୁଣ ଭୋଇ ଓ ତାଙ୍କ ଭାଇ ତରୁଣ ଭୋଇ ଏହି ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଦଳର ସକ୍ରିୟ କର୍ମୀଭାବେ କାର୍ଯ୍ୟ କରୁଥିଲେ । ଚଳିତ ନିର୍ବାଚନରେ ପ୍ରାର୍ଥିଙ୍କ ପ୍ରଚାର ପ୍ରସାର ଠାରୁ ଆରମ୍ଭ କରି ମତଦାନ ଓ ଭୋଟ ଗଣତି କେନ୍ଦ୍ରରେ ଦଳ ପକ୍ଷରୁ ଏଜେଣ୍ଟଭାବେ କାର୍ଯ୍ୟ କରୁଥିଲେ ।

ଶେଷରେ ଉକ୍ତ ଦଳର ପ୍ରାର୍ଥିଙ୍କ ବିଜୟ ମଧ୍ୟ ହୋଇଛି । ତେବେ ସବୁଦିନ ପରି ଶନିବାର ରାତି ୧୧ ଘଟିକାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ପରେ ରାତି ପ୍ରାୟ ୧୨ ଘଟିକାରେ ତାଙ୍କ ଦୋକାନ ଭିତରେ ନିଆଁ ଲାଗୁ ଜଳୁଥିବାର ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଆସି ଦେଖନ୍ତି ତ ସବୁକିଛି ଭଷ୍ମିଭୁତ ହୋଇଯାଇଛି । ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ôଚ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |