ମୁକୁନ୍ଦପୁର ଓ ମହରମପୁରରେ ବିଦ୍ରୋହୀ ପ୍ରାର୍ଥିଙ୍କ ବାଜିମାତ୍‌, ବ୍ୟକ୍ତିତ୍ୱ ଆଗରେ ଫିକା ପଡିଲା ବିଜେଡିର ଦଳୀୟ ପତିଆରା |

680

କଟକ(ଉତ୍କଳ ନିଉଜ)୦୪/୦୩/୨୦୨୨ : ନିର୍ବାଚନରେ କୌଣସି ଦଳୀୟ ବେନରରେ ପ୍ରାର୍ଥିହୋଇ ବିଜୟୀ ହେବା କିଛି ନୂଆ କଥା ନୁହେଁ । ହେଲେ ଦଳକୁ ଅଥବା ଦଳୀୟ ପ୍ରାର୍ଥିଙ୍କୁ ବିରୋଧ କରି ବିଜୟ ବାନା ଉଡାଇବା କ୍ୱଚିତ୍ ଦେଖା ଦେଇଥାଏ । ଦଳୀୟ ସମର୍ଥନ ଏବଂ ଦଳୀୟ ନେତାଙ୍କ ସହଯୋଗ ସବୁକିଛି ଫିକା ପଡିଯାଏ ଏହି ବିଦ୍ରୋହୀ ଅଥବା ସ୍ୱାଧିନ ପ୍ରାର୍ଥିଙ୍କ କ୍ଷେତ୍ରରେ । ଏମିତି କେତୋଟି ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ପଞ୍ଚାୟତ ନିର୍ବାଚନରେ । କେତେକ ପଞ୍ଚାୟତରେ ଶାସକ ଦଳ ଅର୍ଥାତ୍ ବିଜେଡିର ଦଳୀୟ ପ୍ରାର୍ଥିଙ୍କୁ ଧରାଶାୟୀ କରିଛନ୍ତି ବିଦ୍ରୋହୀ ପ୍ରାର୍ଥିମାନେ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ବିଦ୍ରୋହୀ ପ୍ରାର୍ଥିମାନେ ନିଜର ଦମ ଦେଖାଇଛନ୍ତି । ଦଳ ଏପରିକି ଖୋଦ୍ ବିଧାୟକଙ୍କୁ ଚେଲେଞ୍ଚ କରି ଏହି ବିଦ୍ରୋହୀ ପ୍ରାର୍ଥିମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ବିଦ୍ରୋହୀ ଗୋଷ୍ଠିର ପ୍ରାର୍ଥିଙ୍କ ବ୍ୟକ୍ତିତ୍ୱ୍ ସହିତ ସମର୍ଥକଙ୍କ ସହଯୋଗ ସେମାନଙ୍କୁ ଏପରି ସଫଳତା ଆଣି ଦେଇଥିବା ବାରି ହୋଇଛି । ବିଶେଷ କରି ତିହିଡି ବ୍ଲକର ମହରମପୁର ଓ ବିଧାୟକଙ୍କ ନିଜ ପଞ୍ଚାୟତ ମୁକୁନ୍ଦପୁର ପଞ୍ଚାୟତରେ ବିଜେଡିର ବିଦ୍ରୋହୀ ଗୋଷ୍ଠିର ଦବଦବା ଦେଖିବାକୁ ମିଳିଛି ।

ଉଭୟ ଶାସକ ଦଳ ଓ ବିରୋଧି ବିଜେପିକୁ ଚିତ୍‌ପଟାଙ୍ଗ କରି ସଫଳତା ହାସଲ କରିଛନ୍ତି । ଏହି ଦୁଇ ପଞ୍ଚାୟତରେ ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ଖୋଦ୍ ବାସୁଦେବପୁର ବିଧାୟକ ପ୍ରଚାର କରିବା ସହ ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ବିଧାୟକ ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ପ୍ରଚାର କରିବା ପରେ ଏହି ଗୋଷ୍ଠି ତେଜିଆନ୍ ହୋଇଥିଲେ । ସମ୍ମାନ ରକ୍ଷା କରିବା ଲାଗି କେଡରମାନେ ଜିଯାନ୍ ଲଗେଇ ଦେଇଥିଲେ । ଫଳାଫଳକୁ ନେଇ ଆରମ୍ଭ ହୋଇଥିଲା ଅଙ୍କକଷା । ବିଶେଷକରି ଶାସକ ଦଳର ସମର୍ଥିତ ପ୍ରାର୍ଥିଙ୍କୁ ଏହି ବିଦ୍ରୋହୀ ଗୋଷ୍ଠି ଏପରି ଧୂଳି ଚଟାଇବ ସେକଥା କେହି କେବେ ଆକଳନ କରିପାରିନଥିଲେ । ଅବଶ୍ୟ ଉଭୟଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ମୁକୁନ୍ଦପୁର ପଞ୍ଚାୟତରେ ଉଲଟା ହୋଇଥିଲା । ସେଠାରେ ବିଜେଡି ସମର୍ଥିତ ପ୍ରାର୍ଥି ୧୦୮୭ ଭୋଟ ପାଇଥିବା ବେଳେ ବିଦ୍ରୋହୀ ପ୍ରାର୍ଥିନୀ ସଶ୍ମିତା ମଳିକ ୨୨୬୯ ଖଣ୍ଡ ଭୋଟ ପାଇ ବଡ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ମହରମପୁରରେ ଉଭୟ ଶାସକ ବିଜେଡି ଓ ବିରୋଧି ବିଜେପି ସମର୍ଥିତ ପ୍ରାର୍ଥିଙ୍କୁ ପଛରେ ପକାଇ ବିଦ୍ରୋହୀ ପ୍ରାର୍ଥି ତାପସ କୁମାର ବେହେରା ବିଜୟର ମୁକୁଟ ପିନ୍ଧିଛନ୍ତି । ତେବେ ଉଭୟ ପଞ୍ଚାୟତରେ ପ୍ରାର୍ଥିଙ୍କ ବ୍ୟକ୍ତିତ୍ୱ ସହିତ ପ୍ରମୁଖ ସହଯୋଗିଙ୍କ ସମର୍ଥନ ଏବଂ ପଞ୍ଚାୟତବାସୀଙ୍କ ଆଶିର୍ବାଦ ଏପରି ସଫଳତା ଆଣି ଦେଇଥିବା ବେଶ ବାରି ହୋଇଛି । ମହରମପୁ ପଞ୍ଚାୟତର ପ୍ରମୁଖ ସହଯୋଗିଭାବେ ବିଷ୍ଣୁ କୁଅଁର, ଅଜୟ ବେହେରା, ରବିନ୍ଦ୍ର ରାଉତ, ରତିକାନ୍ତ ଦାସ, ଅକ୍ଷୟ ସେଠୀ, ରୁଦ୍ର ନାରାୟଣ ପଣ୍ଡା, ରମାକାନ୍ତ ରାଉତ, ଚିତ୍ତରଞ୍ଜନ ଧଳ, ରାକେଶ ନାୟକ, ବିନୋଦ ନାୟକ, ଗୋପାଳ ଚନ୍ଦ୍ର ବେହେରା, ତୃପ୍ତିସ୍ ରାଉତ, ଜ୍ୟୋତିପ୍ରକାଶ ଧଳ, ପ୍ରଶାନ୍ତ ମହାଳିକ, ଅଭିମନ୍ୟୁ ମହାଳିକ, ସୁଦାମ ଜେନା, ତନ୍ମୟ ପଣ୍ଡା, ଦୌପଦୀ ବୈଆରୀ, ମମତା ଜେନା, ଶ୍ୟାମସୁନ୍ଦର ବେହେରା, ଶାନ୍ତନୁ ମଳିକ, ଅନିମା ରାଉତ, ଜାନକୀ ନାୟକ, କବିତା ସାହୁ, ଅମୁଲ୍ୟ ମହାଳିକ, ଜଖମଣି ବେହେରା ଓ ବାସନ୍ତୀ ସେଠୀ ପ୍ରମୁଖ ପ୍ରାର୍ଥିଙ୍କ ବିଜୟ ଅଭିଯାନରେ ସାମିଲ ହୋଇଥିଲେ ।

ସେହିପରି ମୁକୁନ୍ଦପୁର ପଞ୍ଚାୟତରେ କମଳାକାନ୍ତ ସ୍ୱାଇଁ, ପଦ୍ମଲୋଚନ ପତି, ସ୍ୱରାଜ କୁମାର ରାଉତ, ବିରେନ୍ଦ୍ର ସାହୁ, ସୁଜିତ ପ୍ରଧାନ, ସବ୍ୟସାଚୀ ପଣ୍ଡା, ଶଙ୍କର ସାହୁ, ହେମନ୍ତ ମହାନ୍ତି, ବିଭୁତି ଭୁଷଣ ପାଟ୍ଟ, ବେଣୁଧର ନାୟକ, ବାଦଲ ମହାଳିକ, ବ୍ରଜକିଶୋର ବେହେରା, ବାବାଜୀ ନାୟକ, ପ୍ରମୋଦ କୁଣ୍ଡ, ସତ୍ୟବ୍ରତ ନାୟକ, ସହଦେବ ଦଳେଇ, ଅଜୟ ବେହେରା, ବ୍ରଜକିଶୋର ବେହେରା, ଅନାମ ପାଟ, ରାଜେଶ ପାଇଲଟ, ଦେବ ପତି, ଶିବ ପାଟ ଓ ଅଭିଷେକ ନାୟକ ପ୍ରମୁଖ ଶସ୍ମିତା ମଲିକଙ୍କ ସପକ୍ଷରେ ଲଢେଇ ଜାରି ରଖିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ