୩୧ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀନୀ ସସ୍ମିତା ବାରିକ |

205

କଟକ(ଉତ୍କଳ ନିଉଜ)୦୩/୦୩/୨୦୨୨ : କଟକ ମହାନଗର ନିର୍ବାଚନ ପାଇଁ ଉଷ୍ମତା ପ୍ରକାଶ ପାଇଲାଣି । ପ୍ରାର୍ଥୀ ଚୟନ ଓ ଦାଖଲ ପାଇଁ ଅଣ୍ଟା ଭିଡ଼ିଲେଣି ପ୍ରାର୍ଥୀ ପ୍ରାର୍ଥୀନି । କଟକ ମହାନଗର ନିଗମ ୩୧ ନମ୍ବର ୱାର୍ଡରୁ କଂଗ୍ରେସ ପକ୍ଷରୁ ଆଜି ମହିଳା କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ୱାର୍ଡରେ କର୍ପୋରେଟର ଭାବେ କଂଗ୍ରେସର ପ୍ରାର୍ଥୀନି ଭାବେ ସସ୍ମିତା ବାରିକଙ୍କୁ ବହୁ ମାତ୍ରାରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ସ୍ଥିର କରିଥିଲେ ୱାର୍ଡବାସି । ୱାର୍ଡର ଉନ୍ନତି ପାଇଁ ସସ୍ମିତା ଏକମାତ୍ର ବିକଳ୍ପ ବୋଲି ବୈଠକରେ ଚର୍ଚ୍ଚା ହୋଇଛି । କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନିଉଜ |