ଦୌଲତପୁରରେ ବିଜେଡିର ବାଜିମାତ, ପଞ୍ଚାୟତବାସୀଙ୍କୁ ଭେଟି ସହଯୋଗ କାମନା କଲେ ସରପଞ୍ଚ ଓ ସମିତି ସଭ୍ୟା।

615

କଟକ(ଉତ୍କଳ ନିଉଜ)୦୩/୦୩/୨୦୨୨ : ବହୁ ଚର୍ଚ୍ଚିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡିୁ ବ୍ଲକ ଅଧିନ ଦୌଲତପୁର ପଞ୍ଚାୟତରେ ବିଜେଡି ବାଜିମାତ୍ କରିଛି । ସରପଞ୍ଚଭାବେ ପ୍ରଭାତ କୁମାର ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ସମର୍ଥିତ ସନାତନ ମିଶ୍ରଙ୍କ ଠାରୁ ୫୫୦ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟା ସଂଘମିତ୍ରା ମୋହିନୀ ତାଙ୍କର ନିକଟତମ ବିଜେପି ସମର୍ଥିତ ପ୍ରାର୍ôଥନୀ ମମତାମୟୀ ରଣାଙ୍କ ଠାରୁ ୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏନେଇ ପଞ୍ଚାୟତର ବିଜେଡି ପକ୍ଷରୁ ଖୁସିର ଲହରୀ ଖେଳି ଯାଇଛି । ବୁଧବାର ଅପରାହ୍ନରେ ନିରାଡମ୍ବର ଭାବେ ପୀରହାଟର ଆରାଧ୍ୟ ଦେବୀ ମା ବାସନ୍ତୀଙ୍କ ଠାରୁ ଆଶିର୍ବାଦ ନେଇ ପଞ୍ଚାୟତର ବିଭିନ୍ନ ଗାଁ ଗଣ୍ଡା ବୁଲି ପଞ୍ଚାୟତବାସୀଙ୍କୁ ଭେଟ ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗର କାମନା କରିଥିଲେ ଏହି ନବ ନିର୍ବାଚିତ ଜନପ୍ରତିନିଧିମାନେ । ଚଳିତ ନିର୍ବାଚନ ରଣାଙ୍ଗନରେ ଏହି ପ୍ରାର୍ଥିଙ୍କୁ ବିରୋଧି ଦଳର ଦୁଇ ଗୋଷ୍ଠିର ପ୍ରାର୍ଥିଙ୍କ ସମେତ ବିଜେଡିର ଏକ ବିଦ୍ରୋହୀ ଗୋଷ୍ଠିଙ୍କ ସହିତ କଡ୍ଡା ମୁକାବିଲା କରିବାକୁ ପଡିଥିଲା । ଗତ ପାଳିରେ କ୍ଷମତାରେ ରହିଥିବା ଏହି ଦଳ ସରକାରୀ ଯୋଜନା ଗୁଡିକୁ କାର୍ଯ୍ୟକ୍ଷମ କରିବା ସହିତ ଲୋକଙ୍କ ସୁଖ ଦୁଃଖର ଭାଗିଦାର ହୋଇଥିଲେ ଯାହାର ସୁଫଳ ପାଇଛନ୍ତି ଚଳିତ ନିର୍ବାଚନରେ ।

ଏହି ଜନାଦେଶରେ ସମସ୍ତ ଭୋଟର ଭାଇଭଉଣୀମାନଙ୍କୁ ଶ୍ରେୟ ଦେବା ସହିତ ପୂର୍ବତନ ସରପଞ୍ଚ ସୁବାଶିନୀ ନାୟକ, ପାର୍ଥସାରଥି ନାୟକ, ବରିଷ୍ଠ ନେତା ବୈଲୋଚନ ନାୟକ, ହରିଶ୍ଚନ୍ଦ୍ର ବାରିକ, ପୂର୍ବତନ ସମିତି ସଭ୍ୟ ବାବୁରାମ ବାରିକ, ବଂଶୀଧର ସ୍ୱାଇଁ, ଉଗ୍ରସେନ ନାୟକ, ପୂର୍ଣ୍ଣଚନ୍ଦ୍ର ଓଝା, ଗଙ୍ଗାଧର ସାହୁ, ରାଜେନ୍ଦ୍ର ମହାନ୍ତି, ଅକ୍ଷୟ ବଳ, କରୁଣାକର ନାୟକ, ଚୁଁଚୁଲୀ ସ୍ୱାଇଁ, ପଞ୍ଚାନନ ଦାସ, ରମ୍ୟରଞ୍ଜନ ବଳ, ମହେଶ୍ୱର ବେହେରା, ପ୍ରହ୍ଲାଦ ବାରିକ, ପ୍ରଶାନ୍ତ ଜେନା, ବାବାଜୀ ରାଉତ, ଜଗବନ୍ଧୁ ମହାନ୍ତି, ପ୍ରଫୁଲ ବେହେରା, ଶଶିକାନ୍ତ ମହାରଣା, ଜିତେନ୍ଦ୍ର ମିଶ୍ର, ଶ୍ରୀଧର ବାରିକ, ପ୍ରଶାନ୍ତ ଦାସ, ବୁଲୁ ବେହେରା, ବାବୁ ମହାନ୍ତି, ବିଜୟଲକ୍ଷ୍ମୀ ନାୟକ, ବନସ୍ମିତା ପାଢୀ, ଦିପ୍ତିରେଖା ମହାନ୍ତି, ବନଶ୍ରୀ ଭୋଇ, ଭାରତୀ ଦାସ, ନମି ବେହେରା, ରାଧାରାଣୀ ନାୟକ, ଛବି ସାହୁ, ମାମିଲା ବେହେରା, ମିନାକ୍ଷୀ ଜେନା, ସୁଲୋଚନା ସେନାପତି ଓ ମେନକା ବାରିକ ପ୍ରମୁଖ ପଞ୍ଚାୟତବାସୀଙ୍କ ସହଯୋଗରେ ଆଜି ସେମାନେ ସଫଳତା ପାଇଥିବା ଏବଂ ଆଗାମି ଦିନରେ ଏହି ପଞ୍ଚାୟତକୁ ଏକ ସ୍ୱଚ୍ଛ ଏବଂ ଆଦର୍ଶ ପଞ୍ଚାୟତଭାବେ ଗଠନ କରିବା ଲାଗି ପ୍ରତିଶୃତିବଦ୍ଧ ହୋଇଥିବା ପ୍ରତିକ୍ରିୟାରେ ପ୍ରକାଶ କରଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |