ବ୍ଲକ ସ୍ତରରେ ବିଜେଡିର ବାଜିମାତ, ବିଜେଡିର ୩ଟି ଗଡକୁ ଅକ୍ତିଆର କଲା ବିଜେପିି।

1309

କଟକ(ଉତ୍କଳ ନିଉଜ)୦୧/୦୩/୨୦୨୨ : ଗଣତନ୍ତ୍ରର ମହାନ୍ ପର୍ବ ନିର୍ବାଚନ । ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ବେଳେ ୩ଟି ପର୍ଯ୍ୟାୟରେ ଏହାର ଗଣତି ପ୍ରକାଶ ପାଇଛି । ଶେଷ ପର୍ଯ୍ୟାୟରେ ଦୁଇଟି ଜୋନର ୧୮ଟି ପଞ୍ଚାୟତର ବିଜୟୀ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା କରାଯାଇଛି । ୮ ନମ୍ବର ଜୋନ ଅଧିନ କୋହ୍ଲ ପଞ୍ଚାୟତର କୈଳାସ ପରିଡା, ଫତେପୁରର ପ୍ରଦୀପ କୁମାର ବଳ, ବାହାବଳପୁରର ଲକ୍ଷ୍ମୀପ୍ରିୟା ସାମଲ, ମଙ୍ଗଳପୁରର ପୁଷ୍ପାଞ୍ଜଳି ଲେଙ୍କା, ଭାଟପଡାର ଶୁଭ୍ରନାରାୟଣ ସେଠୀ, ମହରମପୁରର ତାପସ କୁମାର ବେହେରା, ମୁକୁନ୍ଦପୁରର ସସ୍ମିତା ମଲିକ, ସୟାର ରୀତାଞ୍ଜଳି ପଣ୍ଡା, ସିନ୍ଦୋଳ ପଞ୍ଚାୟତର ସୁପ୍ରଭା ପାଣି ପ୍ରମୁଖ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଜଣାଯାଇଛି । ସେହିପରି କୋହ୍ଲ ପଞ୍ଚାୟତର ତିଳୋତମା ବେହେରା, ଫତେପୁରର ମଧୁସ୍ମିତା ନାୟକ, ବାହାବଳପୁରର ପ୍ରିୟବନ୍ଧୁ ମାଝୀ, ମଙ୍ଗଳପୁରର ଶୁଭଦ୍ରା ଶତପଥି, ଭାଟପଡାର ଜ୍ୟୋସ୍ନାରାଣୀ ଜେନା, ମହରମପୁରର ଧର୍ମାନନ୍ଦ ବେହେରା, ମୁକୁନ୍ଦପୁରର ଶୁକଦେବ ମଳିକ, ସୟାର ରୋଜାଲିଶା ବିଶ୍ୱାଳ, ସିନ୍ଦୋଳ ପଞ୍ଚାୟତର ନକୁଳ ପାଣି ପ୍ରମୁଖ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଜଣାଯାଇଛି । ୮ ନମ୍ବର ଜୋନ ଅଧିନ ଗୋବିନ୍ଦପୁର ପଞ୍ଚାୟତର କ୍ଷୀରାବ୍ଧୀ ତନୟା ମଲିକ, ଜାମଯୋଡିର ପ୍ରଶାନ୍ତ ବିଶ୍ୱାଳ, ଦୌଲତପୁରର ପ୍ରଭାତ କୁମାର ମିଶ୍ର, ନରେନ୍ଦ୍ରପୁରର ଦୀପ୍ତିମୟୀ ନାୟକ, ବାମନବିନ୍ଧାର ମଧୁସ୍ମିତା ସେଠୀ, ବାରସରର ଚକ୍ରଧର ଦାସ, ହରସିଂପୁରର ଅଜୟ କୁମାର ମହାନ୍ତି, ରାଜନଗରର ଗୌରମଣି ପାଣିଗ୍ରାହି ଓ ସାହାପୁର ପଞ୍ଚାୟତର ଗାୟତ୍ରୀ ଦାସ ପ୍ରମୁଖ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଗୋବିନ୍ଦପୁର ପଞ୍ଚାୟତର କୈଳାସ ମାଝୀ, ଜାମଯୋଡିର ମଧୁସ୍ମିତା ରାଉତ, ଦୌଲତପୁରର ସଂଘମିତ୍ରା ମୋହିନୀ, ନରେନ୍ଦ୍ରପୁରର ଦାମୋଦର ଧଳ, ବାମନବିନ୍ଧାରନରୋତ୍ତମ ମିଶ୍ର, ବାରସରର ମମତା ମାଝି, ହରସିଂପୁରର ଧିରେନ୍ ସାହୁ, ରାଜନଗରର ଦେବେନ୍ଦ୍ର ଦାସ, ଓ ସାହାପୁର ପଞ୍ଚାୟତର ପ୍ରକାଶ ଚନ୍ଦ୍ର ମାଝି ପ୍ରମୁଖ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ।

ସବୁଠୁ ବଡ କଥା ହେଉଛି ମଙ୍ଗଳପୁର ପଞ୍ଚାୟତର ଗତ ନିର୍ବାଚନରେ ଯେଉଁ ସରପଞ୍ଚ ନିର୍ବାଚିତ ହୋଇଥିଲେ ସେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପଦବୀରୁ ବହିଷ୍କୃତ ହୋଇଥିଲେ ଏବଂ ଜନମତ ବିଜେଡି ପ୍ରାର୍ଥିନୀ ପୁଷ୍ପାଞ୍ଜଳୀ ଲେଙ୍କା ସପକ୍ଷରେ ଆସିଛି ଏବଂ ନିକଟତମ ପ୍ରତିଦ୍ୱନ୍ଦି ଶ୍ରଦ୍ଧାପ୍ରକାଶ ନାୟକଙ୍କ ଠାରୁ ସର୍ବାଧିକ ୯୭୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଯାହାକୁ ନେଇ ଦଳ ପକ୍ଷରୁ ଖୁସିର ଲହରୀ ଖେଳି ଯାଇଛି । ସେହିପରି ସମିତି ସଭ୍ୟା ଭାବେ ଶୁଭଦ୍ରା ଶତପଥି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ମଧୁସ୍ମିତା ନାୟକଙ୍କ ଠାରୁ ୧୧୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଆଜିର ଫଳାଫଳରେ ଭାଟପଡା ଓ ଫତେପୁର ପଞ୍ଚାୟତ ସରପଞ୍ଚ ପଦବୀ ବିଜେପି ରକ୍ଷା କରିପାରିଥିବା ଜଣାଯାଇଛି । ଅନ୍ୟପଟେ ଲଗାତରଭାବେ ବିଜେଡି ଅକ୍ତିଆର କରି ରଖିଥିବା ସାହାପୁର, ବାମନବିନ୍ଧା ଓ ଗୋବିନ୍ଦପୁର ପଞ୍ଚାୟତକୁ ବିଜେପି କବଜା କରିବାରେ ସକ୍ଷମ ହୋଇଛି । ଅନ୍ୟପଟେ କହିବାକୁ ଗଲେ ୨୦୧୭ ମସିହାରେ ନବଗଠିତ ନରେନ୍ଦ୍ରପୁର ଓ ହରସିଂପୁର ପଞ୍ଚାୟତରେ ବିଜେପି ସରପଞ୍ଚ ଆସନକୁ ଦଖଲ କରିବାରେ ସକ୍ଷମ ମଧ୍ୟ ହୋଇଛି । ଏହି ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥିତ ସମିତି ସଭ୍ୟ ୧୬ଟି ଓ ବିଜେପି ସମର୍ଥିତ ୧୩ଟି ହାତେଇଥିବା ବେଳେ ୨ ପଞ୍ଚାୟତର ବିକାଶ ମଞ୍ଚ ବାଜିମାତ୍ କରିଛି । ଆଗାମି ଦିନରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ଲାଗି କିଏ କେଉଁ ଭୂମିକା ନିର୍ବାହ କରିବ ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |