୭ ନମ୍ବର ଜୋନର ୭ ପଞ୍ଚାୟତର ଫଳାଫଳ ଘୋଷଣା। ବିଜେଡିର ସର୍ବାଧିକ ବାଜିମାତ।

516

କଟକ(ଉତ୍କଳ ନିଉଜ) ୨୮/୦୨/୨୦୨୨ : ଭଦ୍ରକ ଜିଲ୍ଲା ୭ ନମ୍ବର ଜୋନର ୭ ପଞ୍ଚାୟତର ଫଳାଫଳ ଘୋଷଣା ହୋଇଯାଇଛି । ଗତକାଲି ଚାଲିଥିବା ଭୋଟ ଗଣତି ଆଜି ସକାଳେ ସମାପ୍ତି ହୋଇଛି । ଏହି ଜୋନର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ସୁଶ୍ରୀ ବିଦ୍ୟୁତଲତା ନାୟକ ତାଙ୍କର ନିକତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥିନୀ ସୁଚିସ୍ମିତା ପୁହାଣଙ୍କ ଠାରୁ ୪ ହଜାର ୪୦୦ ଭୋଟରେ ବିଜୟୀ ହୋଇଥିବା ଜଣାଯାଇଛି । ଜଣେ ବିରଷ୍ଠ ନାରୀନେତ୍ରୀଭାବେ ସୁଶ୍ରୀ ବିଦ୍ୟୁତଲତା ନାୟକ ବ୍ଲକ ତଥା ଜିଲ୍ଲାରେ ବେଶ ପରିଚିତ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାଗୁଡିକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ହୋଇଥିବା ଏହି ନେତ୍ରୀ ବ୍ଲକ ଅଧ୍ୟକ୍ଷା ଭାବେ ୫ ବର୍ଷ କାଳ ନିର୍ବିବିବାଦୀୟ ହୋଇ କାର୍ଯ୍ୟ କରିଥିଲେ । ଏହି ସବୁ କାରଣ ପାଇଁ ତାଙ୍କୁ ଏପରି ସଫଳତା ମିଳିଥିବା ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ଏହି ଗଣତିରେ ବିଜେଡି ଶହେରୁ ଶହେ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ବିରୋଧି ବିଜେପି ଖାତା ଖୋଲିବାକୁ ସୁଯୋଗ ପାଇନଥିବା ଜଣାଯାଇଛି । ଏହି ୭ ନମ୍ବର ଜୋନ ମଧ୍ୟରେ ଥିବା ୭ଟି ପଞ୍ଚାୟତର ଫଳାଫଳ ମଧ୍ୟ ଘୋଷଣା କରାଯାଇଛି । ସେଥିରେ ୪ଟି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥି ବିଜୟୀ ହୋଇଥିବା ବେଳେ ୨ଟି ବିଜେପି ଓ ଗୋଟିଏ ବିକାଶ ମଞ୍ଚର ପ୍ରାର୍ଥି ବିଜୟଲାଭ କରିଥିବା ବେଳେ ସମାନ ସଂଖ୍ୟାରେ ସମିତି ସଭ୍ୟମାନେ ବିଜୟଲାଭ କରିଥିବା ଜଣାଯାଇଛି । କାଁପଡା ପଞ୍ଚାୟତର ସରପଞ୍ଚ ଭାବେ କୁନ୍ତଳା ମଳିକ ଓ ସମିତି ସଭ୍ୟା ଭାବେ ଅବନ୍ତୀ ଦାସ ବିଜୟ ହାସଲ କରିଛନ୍ତି । କୁବେରା ପଞ୍ଚାୟତର ପଞ୍ଚାୟତର ସରପଞ୍ଚ ଭାବେ କିର୍ତ୍ତିଚନ୍ଦ୍ର ସେଠୀ ଓ ସମିତି ସଭ୍ୟା ଭାବେ ସଶ୍ମିତା ବେହେରା ବିଜୟ ହାସଲ କରିଛନ୍ତି । ତଳଗୋପବିନ୍ଧା ପଞ୍ଚାୟତର ସରପଞ୍ଚ ଭାବେ ସଞ୍ଜିବ ବେହେରା ଓ ସମିତି ସଭ୍ୟା ଭାବେ ଦୀପାଞ୍ଜଳୀ ନାୟକ ବିଜୟ ହାସଲ କରିଛନ୍ତି ।

ବାରୋ ପଞ୍ଚାୟତର ସରପଞ୍ଚ ଭାବେ ଉଦ୍ଧବ ଚରଣ ନାୟକ ଓ ସମିତି ସଭ୍ୟା ଭାବେ ବିଷ୍ଣୁପ୍ରିୟା ପତି ବିଜୟ ହାସଲ କରିଛନ୍ତି । ବିଲଣା ପଞ୍ଚାୟତର ସରପଞ୍ଚ ଭାବେ ପବିତ୍ରା ବିଶ୍ୱାଳ ଓ ସମିତି ସଭ୍ୟା ଭାବେ ଭାଗିରଥି ମଳିକ ବିଜୟ ହାସଲ କରିଛନ୍ତି । ବୋଡକ ପଞ୍ଚାୟତର ସରପଞ୍ଚ ଭାବେ ସୁବାସିନୀ ଜେନା ଓ ସମିତି ସଭ୍ୟା ଭାବେ ଜୟପ୍ରକାଶ ମଳିକ ବିଜୟ ହାସଲ କରିଛନ୍ତି । ଶ୍ୟାମସୁନ୍ଦପୁର ପଞ୍ଚାୟତର ସରପଞ୍ଚ ଭାବେ ପବିତ୍ର ମୋହନ ମଳିକ ଓ ସମିତି ସଭ୍ୟା ଭାବେ ମାମିନା ମଳିକ ବିଜୟ ହାସଲ କରିଛନ୍ତି । ବାରୋ ପଞ୍ଚାୟତର ବିଜୟଲାଭ କରିଥିବା ଉଦ୍ଧବ ଚରଣ ନାୟକ କଂଗ୍ରେସର ଜଣେ ବରିଷ୍ଠ ନେତା । ଚାଷୀ ମୂଲିଆ ଖଟିଖିଆ ମାନଙ୍କର ମସିହା ଭାବେ ପରିଚିତ ତଥା ବିଭିନ୍ନ ସମୟରେ ଅନ୍ୟାୟ ଓ ଦୂର୍ନୀତି ବିରୋଧରେ ସ୍ୱର ଉତ୍ତଳନ କରି ସେ ଲୋକଙ୍କ ସାଥିରେ ରହିଛନ୍ତି । ପୂର୍ବରୁ ନିଜ ପଞ୍ଚାୟତର ସରପଞ୍ଚ ଓ ପଡୋଶୀ ଲାଁପଡା ପଞ୍ଚାୟତର ସମିତି ସଭ୍ୟଭାବେ ନିର୍ବାଚିତ ହୋଇ ନିଜର ପରାକାଷ୍ଠା ପ୍ରାମଣିତ କର ିପାରିଛନ୍ତି । କୃଷି ଓ କୃଷକର ଉନ୍ନତି ପାଇଁ ସେ ବିଭିନ୍ନ ସମୟରେ ଜଳସେଚନ ବ୍ୟବସ୍ଥା, ସାଳନ୍ଦି ସଂସ୍କାର, ରୋଗପୋକ, ଗଜା ମରୁଡି, ବନ୍ୟା ପ୍ରପିଡିତ ଏହି ଅଞ୍ଚଳକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେଥିନେଇ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଠା ଚଳାଇ ଆସିଛନ୍ତି । ବିଜେଡିର ଦୁଇଗୋଷ୍ଠିଙ୍କୁ ମୁକାବିଲା କରିବା ଲାଗି ବିକାଶ ମଞ୍ଚ ନାଆଁରେ ସେ ସରପଞ୍ଚ ପ୍ରାର୍ଥିଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ତାଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥିନୀ ବିଷ୍ଣୁପ୍ରିୟା ପତି ମଞ୍ଚର ଗୋଟି ଚାଳନାରେ ସାମିଲ ହୋଇଥିଲା ।ଶାସକ ଦଳର ସମର୍ଥିତ ଓ ବିଦ୍ରୋହୀ ଗୋଷ୍ଠିଙ୍କ ସମେତ ବିରୋଧି ଦଳ ବିଜେପିକୁ କଡା ଟକ୍କର ଦେଇ ଆଜି ମିନି ସଚ୍ଚିବାଳୟର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ଖବର ଲେଖା ହେବା ଯାଏଁ ଅଧା ପର୍ଯ୍ୟାୟରେ ପହଂଚିଥିବା ଜଣାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |