୨ୟ ପର୍ଯ୍ୟାୟରେ ଗଣତି ଜାରି

377

କଟକ(ଉତ୍କଳ ନିଉଜ) ୨୭/୦୨/୨୦୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଫଳାଫଳ ଘୋଷଣା ହେବା ପରେ ଏବେ ଦ୍ୱିତୀୟ ଦିନର ଭୋଟ ଗଣତି ଜାରି ରହିଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ସହ ଭୋଟ ଗଣତି ହେଉଛି । ଦ୍ୱିତୀୟ ଦିନରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକରେ ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣତି ହେଉଛି । ପ୍ରଥମ ଦିନରେ ୭ ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୫୩ ଟି ଗ୍ରାମପଞ୍ଚାୟତ ର ଭୋଟ ଗଣତି ସଂପୂର୍ଣ ହୋଇଛି । ଦ୍ୱିତୀୟ ଦିନ ରେ ୯ ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହେଉଛି ।

ଦ୍ୱିତୀୟ ଦିନରେ ଚାନ୍ଦବାଲି ବ୍ଲକର ୨ ଓ ୩ ନମ୍ବର ଜୋନ, ତିହିଡି ବ୍ଲକର ୭ ନମ୍ବର ଜୋନ, ଧାମନଗର ବ୍ଲକର ୧୧ ନମ୍ବର ଜୋନ, ବନ୍ତ ବ୍ଲକର ୧୫ ନମ୍ବର ଜୋନ, ବାସୁଦେବପୁର ବ୍ଲକର ୧୮ ଓ ୧୯ ନମ୍ବର ଜୋନ, ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନ ଏବଂ ଭଦ୍ରକ ବ୍ଲକର ୨୬ ନମ୍ବର ଜୋନ ପାଇଁ ଭୋଟ ଗଣତି ଜାରି ରହିଛି । ଦ୍ୱିତୀୟ ଦିନରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ୭ ଟି ବ୍ଲକରେ ଥିବା ୯ ଟି ଜିଲ୍ଲାପରିଷଦ ଜୋନ୍ ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନ ରେ ବିଜେଡି ଆଗୁଆ ଥିବା ପ୍ରାକ୍ ସୂଚନା ମିଳିଛି । ରାତି ୮ଟା ସୁଦ୍ଧାର ଅପଡେଟ ଅନୁଯାଇ ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନରେ ବିଜେଡି ପ୍ରାଥୀ ରଞ୍ଜନ ସାହୁ ୪୯୯୦ ପାଇଥିବା ବେଳେ ବିଜେପି ୩୨୫୫, ଚାନ୍ଦବାଲି ବ୍ଲକର ୩ ନମ୍ବର ଜୋନରେ ବିଜେଡି ପାର୍ôଥନି ଗୀତାଞ୍ଜଳି ଦାସ ୩୯୬୭ ଓ ବିଜେପି ୨୪୯୩, ତିହିଡି଼ ବ୍ଲକର ୭ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ବିଦ୍ୟୁତଲତା ନାୟକ ୬୦୩୧ ଓ ବିଜେପି ୪୦୬୨, ଧାମନଗର ବ୍ଲକର ୧୧ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀନି ଉର୍ମିଳା ବିଶ୍ୱାଳ ୭୭୨୩ ଓ ବିଜେପି ୫୮୫୬, ବନ୍ତ ବ୍ଲକର ୧୫ ନମ୍ବର ଜୋନରେ ବିଜେଡି ପ୍ରାଥୀ ପ୍ରଫୁଲ୍ଲ ଜେନା ୮୭୪୯ ଓ କଂଗ୍ରେସ ୪୪୩୭, ବାସୁଦେବପୁର ବ୍ଲକର ୧୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଜୟକୃଷ୍ଣ ନାୟକ ୨୫୫୪ ଓ ବିଜେପି ୧୨୭୮, ବାସୁଦେବପୁର ବ୍ଲକର ୧୯ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଯଦୁନାଥ ନାୟକ ୨୭୭୦ ଓ କଂଗ୍ରେସ ୧୪୬୯, ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଲକ୍ଷ୍ମୀଧର ସାହୁ ୫୪୦୧ ଓ ବିଜେପି ୩୫୩୨, ଭଦ୍ରକ ବ୍ଲକର ୨୬ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଗୀତାରାଣୀ ମଲ୍ଲିକ ୯୬୯୪ ଓ ବିଜେପି ୪୦୯୮ ପାଇଥିବା ଜଣାଯାଇଛି । ଏହି ଗଣତି ରାତିସାରା ହେବ ବୋଲି ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |