୪ ପଞ୍ଚାୟତରେ ବିଜେଡ଼ି ଓ ୨ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ ବିଜୟୀ।

845

କଟକ(ଉତ୍କଳ ନିଉଜ)୨୭/୦୨/୨୦୨୨ :ଭଦ୍ରକ ଜିଲ୍ଲାରେ ସମସ୍ତ ବ୍ଲକରେ ଜୋନ ସ୍ତରୀୟ ଗଣତି ଆରମ୍ଭ ହେଉଥିବା ବେଳେ ଆଜି ତିହିଡି ବ୍ଲକରେ ମଧ୍ୟ ଦ୍ଵିତୀୟ ଦିନରେ ୭ ନମ୍ବର ଜୋନରେ ୭ ପଞ୍ଚାୟତକୁ ନେଇ ଆରମ୍ଭ ହୋଇଛି ଗଣତି ପ୍ରକ୍ରିୟା। ଗତକାଲି ତିହିଡି ବ୍ଲକରେ ୪ଟି ଜୋନ, ପ୍ରଥମ ଦିନରେ ୬ନମ୍ବର ଜୋନର ସହିତ ୬ ପଞ୍ଚାୟତରେ ଗଣତି ସରିବା ପରେ ଜୋନରେ ବିଜେଡ଼ି ପ୍ରାର୍ଥୀ ରୁଜାତା ପଣ୍ଡା ୧୨୧୩୪ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପକ୍ଷରୁ ପ୍ରିୟଙ୍କା ନନ୍ଦ ୯୫୪୦ ଖଣ୍ଡ ପାଇ ପରାଜୟରେ ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ଜୋନ ଅଧିନ ୬ ପଞ୍ଚାୟତରେ ମଧ୍ୟରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ୪ଟି ପଞ୍ଚାୟତରେ ବିଜୟୀ ହୋଇଥିବା ବେଳେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ୨ ଟିରେ ବିଜୟୀ ହୋଇଛି। ସେହିପରି ବିଜେଡ଼ି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ୩ ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ୩ ଟିରେ ବିଜୟୀ ହୋଇଛନ୍ତି। ତାଳପଦା ପଞ୍ଚାୟତରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଜୟଶ୍ରୀ ବେହେରା ୧୧୦୪ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଦେବଶ୍ରୀ ପଣ୍ଡା ୭୪୮ ଖଣ୍ଡ ଭୋଟ ପରାଜୟ କରିଥିବା ଜଣାପଡିଛି।ସେହିପରି ସମିତି ସଭ୍ୟ ଭାବେ ଚିନ୍ତାମଣି ଦାସ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ସାରସ ନାୟକ ୪୨୫ ଭୋଟ ପାଇଁ ପରାଜୟ କରିଥିବା ଜଣାପଡିଛି। ଅଚକ ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରେମଲତା ବିଶ୍ଵାଳ ୨୧୭୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ରାଜଶ୍ରୀ ନାୟକ ୧୭୯୬ ଖଣ୍ଡ ଭୋଟ ପାଇ ପରାଜୟ କରିଛନ୍ତି। ସେହିପରି ସମିତି ସଭ୍ୟ ଭାବେ ମାଧବୀଲତା ଭୋଇ ୨୮୬୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ମିନା ସେଠୀ ୧୨୬୬ ଖଣ୍ଡ ଭୋଟ ପାଇ ପରାଜୟ କରିଥିବା ଜଣାପଡିଛି। ପାଳିଆ ପଞ୍ଚାୟତରେ ସରପଞ୍ଚ ଭାବେ ଯଶୋଦା ମଲିକ ୨୩୫୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ମିନତି ଦାସ ୨୧୦୨ ଖଣ୍ଡ ଭୋଟ ପାଇ ପରାଜୟ କରିଥିବା ଜଣାପଡିଛି।ସେହିପରି ସମିତି ସଭ୍ୟ ଭାବେ ଜୀବନ ଜ୍ୟୋତି ୨୨୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ସତ୍ୟବ୍ରତ ୧୮୮୩ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି। ଗୁଆମାଳ ପଞ୍ଚାୟତରେ ସରପଞ୍ଚ ଭାବେ ମାମିନା ଜେନା ୨୨୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ସ୍ୱର୍ଣଲତା ଜେନା ୨୧୪୫ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି।

ସେହିପରି ସମିତି ସଭ୍ୟ ଭାବେ ପୁଷ୍ପାଞ୍ଜଳି ଜେନା ୨୩୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଝିଲି ସାମଲ ୨୨୮୮ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି। ନୟାନନ୍ଦ ପଞ୍ଚାୟତରେ ସରପଞ୍ଚ ଭାବେ ୧୧୬୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ୯୨୩ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି।ସେହିପରି ସମିତି ସଭ୍ୟ ଭାବେ ଭକ୍ତହରି ମଳିକ ୧୨୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ଅର୍ଚ୍ଚନା ନାୟକ ୮୯୩ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି। ଦୋଳସାହି ପଞ୍ଚାୟତରେ ସରପଞ୍ଚ ଗୌରୀ ଜେନା ୨୦୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ୨୦୬୯ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି। ସେହିପରି ସମିତି ସଭ୍ୟ ଭାବେ ଲକ୍ଷ୍ମୀପ୍ରିୟା ଟୁଡୁ ୨୨୫୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାବେ କପୁରା ସୋରେନ୍ ୧୯୨୩ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିବା ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ|