ଭଦ୍ରକ : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶେଷ।

542

କଟକ(ଉତ୍କଳ ନିଉଜ)୨୭/୦୨/୨୦୨୨ : ଭଦ୍ରକ ଜିଲ୍ଲାର ପ୍ରଥମ ପର୍ଯ୍ୟୟ ଗଣତି ଶେଷ ହୋଇଛି। ଜିଲ୍ଲାର ୧ ନଂ ଜୋନର ବିଜେଡ଼ି ପ୍ରାଥୀ ପ୍ରିନ୍ସ ରାକେଶ ନାୟକ ତାଙ୍କ ନିକଟତମ ବିଜେପି ପ୍ରାଥୀଙ୍କ ଠାରୁ ୩୪୭୮ ଖଣ୍ଡ ଭୋଟରେ ବିଜୟୀ ଘୋଷିତ ହୋଇଛନ୍ତି। ୬ନଂ ଜୋନର ବିଜେଡ଼ି ପ୍ରାଥୀନି ରୁଜାତା ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାଥୀନିଙ୍କ ଠାରୁ ୨୫୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ। ୧୦ ନଂ ଜୋନର ବିଜେଡ଼ି ପ୍ରାଥୀନି ଟୁନିବାଳା ବିଶ୍ୱାଳ ତାଙ୍କ ନିକଟତମ ବିଜେପିର ପ୍ରାଥୀନି ରଞ୍ଜିତା ସ୍ୱାଇଁଙ୍କ ଠାରୁ ୪୦୬୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ। ୨୫ ନଂ ଜୋନରେ ବିଜେଡ଼ି ପ୍ରାଥୀନି ପ୍ରତିମା ଜେନା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାଥୀନିଙ୍କ ଠାରୁ ୭୪୧୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଛନ୍ତି। ୧୭ ନଂ ଜୋନର ବିଜେଡ଼ି ପ୍ରାଥୀନି ଜୟନ୍ତୀ ବାରିକ ତାଙ୍କ ନିକଟତମ ପ୍ରତିଦୋନ୍ଦି ବିଜେପି ପ୍ରାର୍ଥୀନି ସନ୍ଧ୍ୟାରାଣୀ ଷଢଙ୍ଗୀଙ୍କ ଠାରୁ ୪୨୦୨ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ଘୋଷିତ। ୧୪ ନଂ ଜୋନର ବିଜେଡ଼ି ପ୍ରାଥୀନି ରୁନିତା ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସ ପ୍ରାଥୀନି ସଂଯୁକ୍ତା ଦାସଙ୍କ ଠାରୁ ୧୦୪୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଛନ୍ତି। ସେହିପରି ଭଣ୍ଡାରିପୋଖରୀ ବ୍ଲକ ୨୨ ନମ୍ବର ଜୋନର ବିଜେଡି ପାର୍ଥି ବଦ୍ରୀ ନାରାୟଣ ରାଉତ କଂଗ୍ରେସ ପାର୍ଥି ରମେଶ ଭାରତୀଙ୍କ ଠାରୁ ବିଜୟୀ ହୋଇଥିବା ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |