୮ମ ଥର ପରାଜୟର ସ୍ବାଦ ଚାଖିଲେ ଅଶ୍ବିନୀ।

423

କଟକ(ଉତ୍କଳ ନିଉଜ)୨୭/୦୨/୨୦୨୨ : ୮ମ ଥର ପରାଜୟର ସ୍ବାଦ ଚାଖିଲେ ଅଶ୍ବିନୀ। ୩୫ ବର୍ଷର ସଂଘର୍ଷ। ତଥାପି ଗଣିତର ସୁକ୍ଷ୍ମ ମାପଚୂପର ସଶକ୍ତ ସୀମାରେଖାକୁ ଅତିକ୍ରମ କରିବାରେ ବାରମ୍ବାର ବିଫଳ। ୟୁକ୍ରେନ ସୈନିକମାନଙ୍କ ପରି ଖୁବ ଏକ ଜିଦିଆ। ଜୀବନ ଦେଇ ଦେବେ ପଛକେ ପରାଜୟ ତାଙ୍କ ପାଇଁ ଅଦୌ ଗ୍ରହଣୀୟ ନୁହଁ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର ୧୮ ନମ୍ବର ୱାର୍ଡର ଦିର୍ଘ ୩୫ ବର୍ଷ ଧରି ନିର୍ବାଚନ ପ୍ରତିଦ୍ବନ୍ଦିତା କରି ପୂର୍ବପରି ସବୁଥର ପରେ ବି କ୍ରମାଗତ ଭାବରେ ହାରି ମଧ୍ୟ ଥକି ପଡି ନ ଥିବା ଅଶ୍ବିନୀ ଏଥର ବି ପୁଣି ଥରେ ପରାଜୟ ବରଣ କରିଛନ୍ତି। ଅତ୍ୟାଧୁନିକ ଯାନ ମନସ୍କ ମଣିଷ କାହିଁକି ଅବା ତାଙ୍କର ଶଗଡକୁ ପଚାରିବ ସତେ? ଅଶ୍ବିନୀଙ୍କ ପ୍ରତିଦ୍ବନ୍ଦୀ ସନ୍ତୋଷ ୧୨୩ ଖଣ୍ଡ ଭୋଟ ପାଇଥିବା ବେଳେ ଅଶ୍ବିନୀ କିନ୍ତୁ ତାଙ୍କ ଜୀବନର ସର୍ବାଧିକ ୧୦୪ ଖଣ୍ଡ ଭୋଟ ପାଇଛନ୍ତି ଏଥର। ତାଙ୍କ ସମର୍ଥକମାନେ ଯେଉଁ ସ୍ନେହ ଭଲ ପାଇବା ତାଙ୍କୁ ଦେଇଛନ୍ତି ତାକୁ ପାଥେୟ କରି ଆସନ୍ତା ନିର୍ବାଚନରେ ମଧ୍ୟ ସେହି ୱାର୍ଡରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଏବେ ଠାରୁ ଘୋଷଣା କରିବାରେ ସେ ପ୍ରଥମ ବ୍ୟକ୍ତି। ଅଶ୍ବିନୀଙ୍କ ଏହି ଏକ ଜିଦିଆ ପ୍ରକୃତି ୟୁକ୍ରେନର ରାଷ୍ଟ୍ରମୁଖ୍ୟ ଭ୍ଲାଡେମିର ଜେଲେସ୍କିଙ୍କ ଠାରୁ କମ ନୁହଁ ବୋଲି ଆଲୋଚନା ହେଉଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |