ବିଶ୍ୱମାତୃତ୍ୱ ଦିବସରେ 'କସ୍ତୁରବା' ସମ୍ମାନ ପ୍ରଦାନ |

237

କଟକ(ଉତ୍କଳ ନିଉଜ)୨୨/୦୨/୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସେନବାଡସ୍ଥିତ ଗୁରୁକୂଳ ଶିକ୍ଷାନିକେତନର ୧୨ତମ ବାର୍ଷିକ ଉତ୍ସବ ଏବଂ ଶ୍ରୀମାଙ୍କର ୧୪୪ତମ ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଆଦିତ୍ୟ କୁମାର ବାରିକ ପାତୃ ପତାକା ଉତ୍ତୋଳନ କରିବା ପରେ ଶିକ୍ଷାନିକେତନର ଅଧ୍ୟକ୍ଷ ଦୈତାରୀ ଜେନାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭା ଭାବେ ରାଜୀବ ପରମାର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ଅରବିନ୍ଦ ପାଠଚକ୍ରର ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ଜେନା, ସମ୍ମାନୀତ ଅତିଥିଭାବେ ଇଂ ପ୍ରତିକ ପରମାର ଏବଂ ଟ୍ରଷ୍ଟି ପଦ୍ମିନୀ ଜେନା, ଆଶୁତୋଷ କରଣ, ରବି କୁମାର ମହାନ୍ତି ଓ ପଦନ ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଅନ୍ଧ କବି ଶ୍ରୀଧର ମହାଳିକ ମାତୃବନ୍ଦନା ଗାନ କରିଥିଲେ । ସିନ୍ଦୋଳ ଶିକ୍ଷା ମଣ୍ଡଳର ସମସ୍ତ ଉଚ୍ଚ ଶିକ୍ଷିତା ମାନଙ୍କ ମଧ୍ୟରୁ ବୟୋଜେଷ୍ଠ ମାଆ ଅନିତା ପାଣିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ 'କସ୍ତୁରବା' ସମ୍ମାନ ପ୍ରଦାନ କରାଯାଇଥିଲା ।

ଗୁରୁକୂଳ ଶିକ୍ଷାନିକେତନର ଆଦର୍ଶ ଛାତ୍ରୀ ଭଦ୍ରକ ଜିଲ୍ଲା ଜବାହାର ନବୋଦୟ ପରୀକ୍ଷାରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ସୌମ୍ୟା ସୁରମିତାଙ୍କୁ ଏକଲବ୍ୟ ସମ୍ମାନରେ ପୁରଷ୍କୃତ କରାଯାଇଥିଲା । ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଗୁରକୂଳର ଟିକିଟିକି ପିଲାମାନଙ୍କର ସାହିତ୍ୟ ପ୍ରାଚୀର ପତ୍ର “ଅଙ୍କୁର” ଲୋକାର୍ପଣ କରାଯାଇଥିଲା । ଅଞ୍ଚଳର ଅନ୍ଧ ଖଞ୍ଜଣି ବାଦକଙ୍କ ପଥରାଣୀ ମଞ୍ଜୁ ମହାଳିକଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଭଗବତୀ ପରିଡା, ଅନୁସୟା ପରିଡା, ମାନସୀ ବେହେରା, ଶସ୍ମିତା ବାରିକ, ଅତଶିଲତା ପାଣ୍ଡବ, ସୁପ୍ରଭା ପାଣି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |