ମୁକୁନ୍ଦପୁରରେ ରାଜନୈତିକ ପରବର୍ତ୍ତୀ ହିଂସା, ରାତିଅଧରେ ଗାଁରେ ପଶି ଆକ୍ରମଣ, ଘରଦ୍ୱାର ସମେତ କାରକୁ ଭାଙ୍ଗିଲେ

436

ମୁକୁନ୍ଦପୁରରେ ରାଜନୈତିକ ପରବର୍ତ୍ତୀ ହିଂସା, ରାତିଅଧରେ ଗାଁରେ ପଶି ଆକ୍ରମଣ, ଘରଦ୍ୱାର ସମେତ କାରକୁ ଭାଙ୍ଗିଲେ କଟକ(ଉତ୍କଳ ନିଉଜ)୨୧/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ଦେଖା ଦେଇଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଯାହାକୁ ନେଇ ପୋଲିସ ପ୍ରଶାସନ ସଂପ୍ରତି ନାକେଦମ ହେବାକୁ ପଡିଛି । ତେବେ ସୋମବାର ଦିନତମାମ ପୋଲିସ ପେଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ମଧ୍ୟ ନଜରୁ ଆସିଛି । ଲୋକେ ଭୟଭିତ ନହେବାକୁ ପୋଲିସ ପ୍ରଶାନ ପରାମର୍ଶ ଦେଉଥିବା ବେଶ ବାରି ହୋଇଛି । ଉଭୟ ପକ୍ଷରୁ ଥାନାରେ ଏକାଧିକ ଏତଲା ହୋଇଥିବା ବେଳେ ଗୋଟିଏ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁୁରା କରୁଥିବା ଜଣାଯାଇଛି । ମୁକୁନ୍ଦପୁର ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସରିବା ପରେ ଗୋଟିଏ ଗୋଷ୍ଠି ପ୍ରତିଶୋଧ ପରାୟଣ ହୋଇଥିବା କୁହାଯାଇଛି । ରାତି ପ୍ରାୟ ୧୧ଟା ସମୟରେ ୫୦ରୁ ୬୦ରୁ ଉର୍ଦ୍ଧ ସେହି ବିରୋଧି ଗୋଷ୍ଠି ସଂଘବଦ୍ଧ ହୋଇ ହାତରେ ମାରଣାସ୍ତ୍ର ଧରି ଗାଁରେ ପଶି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଝିଅ ବୋହୁଙ୍କୁ ଟଣା ଘୋଷରା କରି କବାଟ ଝରକା ଭାଙ୍ଗି ଦେଇଥିଲେ । ଏହାର ପ୍ରତିବାଦ କରାଯିବାରୁ ସେମାନେ ଭୁଜାଲୀରେ ହାଣି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏଥିସହ ଉକ୍ତ ଆକ୍ରମଣରେ ବାପୁଲୁ ପରିଡା ଓ ସର୍ବେଶ୍ୱର ପରିଡା ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । କେବଳ ସେତିକି ନୁହେଁ ସେହି ଗୋଷ୍ଠି ମଧ୍ୟ ହିମାଦ୍ରୀ ରାଉତରାୟଙ୍କ କାରକୁ ଭାଙ୍ଗି ଚୁର୍‌ମାର କରି ଦେଇଛନ୍ତି । ଗାଁରେ ଥିବା କ୍ଲବର କବାଟ ଭାଙ୍ଗି ଯାବତୀୟ ସାମଗ୍ରୀ ସହ ଏକ ସ୍କୁଟି ନେଇ ଯାଇଛନ୍ତି ।

ଗ୍ରାମବାସୀ ପ୍ରମୁଖ ଏଥିରେ ଭୟଭିତ ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ପହଁଞ୍ôଚବା ବେଳେ ସେମାନେ ଫେରାର୍ ହୋଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଏହି ପଞ୍ଚାୟତରେ ଦଳୀୟ ସମର୍ଥନ ପ୍ରାର୍ଥି ଚୟନକୁ ନେଇ ବିବାଦ ଦେଖା ଦେଇଥିଲା । ଏବଂ ପରେ ମଧ୍ୟ ଏହାର ଜୋରଦାର ଜାରି ରହିଥିଲା । ହିମାଦ୍ରୀ ରାଉତରାୟଙ୍କ ଉପରେ ରାଗ ରଖି ବିରୋଧି ଗୋଷ୍ଠି ବହୁବାର ଗାଳି ଗୁଲଜ କରିବା ସହିତ ତାଙ୍କ କାରକୁ ମଧ୍ୟ ଟେକା ପଥର ଫିଙ୍ଗିଥିଲେ । ତେବେ କାର ସୁରକ୍ଷା ପାଇଁ ସେ ଅନ୍ୟ ଜଣକ ଘର ସମ୍ମୁଖରେ ରଖିଥିଲେ ଯାହାକୁ ଗତକାଲି ରାତିରେ ସେମାନେ ପିଟିପିଟି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ କେତେକ ନ୍ୟସ୍ଥସ୍ୱାର୍ଥ ବ୍ୟକ୍ତି ସହି ନପାରିବାରୁ ଏବଂ ତାଙ୍କର କୌଣସି ଶତୃନଥିଲେ ମଧ୍ୟ ଏହି ନିର୍ବାଚନୀ ପରିପ୍ରେକ୍ଷିରେ ଅପରପକ୍ଷ ଏପିର ନାରକୀୟ କାଣ୍ଡ ଭିଆଣ କରୁଛନ୍ତି । ଯାହା ଦ୍ୱାରା ଗାଁର ଶାନ୍ତି ଶୃଙ୍ଖଳା ଭଙ୍ଗ ହେଉଛି ଏବଂ ପୋଲିସ ସର୍ଜମିନ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ହିମାଦ୍ରୀ ରାଉତରାୟଙ୍କ ସମେତ କାର୍ତ୍ତି ସେଠୀ, ପ୍ରତାପ ନାୟକ, ବିଜୟ ତ୍ରିପାଠୀ, ସୁଧାକର ଯେନା, ଗୋବିନ୍ଦ ମହାଳିକ, ଭାଗିରଥି ଯେନା, ଶରତ ମାଝୀ, କିଶୋର ନାୟକ, ଅମିତ ରାଉତ, ହିମାଂଶୁ ନାୟକ, କମଳାକାନ୍ତ ନାଥ, କବିତା ରାଉତ, ରାଜକିଶୋର ରାଉତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ଅପରପକ୍ଷରୁ ମଧ୍ୟ ଥାନାରେ ଏତଲା ହୋଇଛି । ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।