ପାଟଣାସାହିରେ ଅଗ୍ନିକାଣ୍ଡ, ଜଳିଗଲା ୨ବଖରା ବାସଗୃହ |

483

କଟକ(ଉତ୍କଳ ନିଉଜ)୧୯/୦୨/୨୦୨୨ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ହରସିଂପୁର ପଞ୍ଚାୟତ ପାଟଣାସାହିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ବଖରା ବାସଗୃହ ଭଷ୍ମିଭୁତ ହୋଇଥିବା ସୂଚନା ମିଳିଛି । ତେବେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିବା ସହିତ ପାଶ୍ୱର୍ ଗୃହଗୁଡିକୁ ବିପଦମୁକ୍ତ କରିଥିବା ଜଣାଯାଇଛି । ସୂଚନା ମୁତାବକ, ଏହି ଗାଁର ନାରଣ ସାହୁଙ୍କ ଘରେ ଦିବା ପ୍ରାୟ ୨.୩୦ ଘଟିକା ସମୟରେ କୌଣସି ନିଆଁ ଲାଗିଥିଲେ ।

ଗ୍ରାମବାସୀ ଦୌଡି ଆସି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ସାମଗ୍ରୀ ନିଆଁର ଆଁରେ ଭଷ୍ମିଭୁତ ହୋଇଯାଇଥିଲା । ତେବେ ପାଶ୍ୱର୍ ଗୃହସ୍ଥ ମହେନ୍ଦ୍ର ସାହୁଙ୍କ ଘର ମଧ୍ୟ ଆଂଶିକଭାବେ କ୍ଷତିଗ୍ରସ୍ଥ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନି ବିପନ୍ନ ପରିବାର ସଂପ୍ରତି ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ । ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |