ଗୁଆମାଳରେ ଗୀତଗାଇ ଭୋଟରଙ୍କ ମନ ଜିଣୁଛନ୍ତି ଅନ୍ନପୂର୍ଣ୍ଣା |

683

କଟକ(ଉତ୍କଳ ନିଉଜ)୧୮/୦୨/୨୦୨୨ : 'ଏ ପଞ୍ଚାୟତବାସୀ ନୁହଁନ୍ତି ଖେଳନା- କାହାତେ ନାଚିବା ପାଇଁ, ଲଢୁଛି ଲଢିବି ଏମାଟି ପାଇଁ-ରହିଛି ରହିବି ତୁମରି ପାଇଁ, ଅନ୍ୟାୟକୁ ଦେଲେ ଦୂରେ ପ୍ରଗତୀ ଯେ ହେବ-ମୋ ଚିହ୍ନ ଜିତିଗଲେ ଉନ୍ନତି ଯେ ହେବ' ଏପରି କୋକିଳ କଣ୍ଠ ସ୍ୱରରେ ନିଜର ନିର୍ବାଚନୀ ଇସ୍ତାହାରକୁ ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଁଞ୍ଚାଉଛନ୍ତି । ନିଆରା ଢଙ୍ଗରେ ହାତଗଣତି କେଇଜଣ ସମର୍ଥକ ଓ ନିଜ ସ୍ୱାମୀଙ୍କୁ ଧରି ପଞ୍ଚାୟତର ପ୍ରତିଟି ଗଳିକନ୍ଦି ବୁଲି ଘରକୁ ଘର ଯାଇ ଆଶିର୍ବାଦ ଭିକ୍ଷା କରୁଛନ୍ତି । ବୟସ୍କ ଓ ଗୁରୁଜନ ମାନଙ୍କୁ ଆଣଣ୍ଠୁମାଡି ପ୍ରଣାମ କରି ନିଜର ଆଭିମୁଖ୍ୟ ସମ୍ପର୍କରେ ଅତି ସୁନ୍ଦରଭାବେ ବୁଝଉଛନ୍ତି । ତାଙ୍କର ବୁଝେଇବା ଶୈଳୀ ଏତେ ଆକର୍ଷଣୀୟ ହେଉଛି ବାଟ ଯାଉଥିବା ଲୋକେ ଘଡିଏ ଅଟକି ଯାଇ କାନଟେରି ଶୁଣୁଥିଲେ । ଅତି ସାଧାରଣ ପରିବାରରୁ ଆସିଥିବା ଉଚ୍ଚ ଶିକ୍ଷିତା ଏହି ପଞ୍ଚାୟତର ଝିଅ ତଥା ପାଠୋଇ ବୋହୁ ହେଉଛନ୍ତି ଗୁଆମାଳ ପଞ୍ଚାୟତ ଅଧିନ ମୋଡସାହି ରାଜକିଶୋର ନାୟକଙ୍କ ନବବିବାହିତା ପତ୍ନୀ ଅନ୍ନପୂର୍ଣ୍ଣା ପରିଡା । ନିଜର ଉତ୍ତମ ବ୍ୟବହାର ଓ ମେଳାପୀ ମନୋଭାବ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ରା ହୋଇ ପାରିଛନ୍ତି । ଆଜିର ବ୍ୟୟବହୁଳା ନିର୍ବାଚନ ଲଢିବାକୁ ତାଙ୍କ ପାଖରେ ନାଁ ଅଛି କୌଣସି ଦଳର ସମର୍ଥନ ନାଁ ଅଛି ଆର୍ଥିକ ସମ୍ବଳ । ନିଜର ଦୃଢ ଆତ୍ମବିଶ୍ୱାସ ଲଢିିବାର ଦକ୍ଷତାକୁ ନେଇ ସେ ଏହି ମୈଦାନରେ ଉଭା ହୋଇଛନ୍ତି । ତାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ଓ ଶ୍ୱଶୁର ପୂର୍ଣ୍ଣ ସହଯୋଗ କରୁଛନ୍ତି । ନିଜର ସ୍ୱଳ୍ପ ସମ୍ବଳରେ ପୋଷ୍ଟର ବେନର ସହ ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ବେଶ ତ୍ୱରାନ୍ନିତ କରିଛନ୍ତି । ଯାହା ସମଗ୍ର ବ୍ଲକରେ ଚର୍ଚ୍ଚା ହେଉଛି ।

ଛାତ୍ର ରାଜନୀତିରୁ ଆଉ ପାଦେ ଆଗକୁ ଆସି ଏହି ପ୍ରତ୍ୟେକ୍ଷ ନିର୍ବାଚନରେ ଭାଗନେଇ ଲୋକଙ୍କ ସେବା କରିବାର ମନୋବୃତି ତାଙ୍କୁ ବହୁପାଦ ଆଗକୁ ଆଣିପାରିଛି । ବିଗତ ଦିନରେ କ୍ଷମତାରେ ଥିବା ଜନପ୍ରତିନିଧି ବ୍ୟାପକ ଦୂର୍ନୀତି କରିଥିବା ବେଳେ ବିରୋଧିମାନେ ମଧ୍ୟ ପରୋକ୍ଷରେ ଏପରି ଦୂର୍ନୀତିକୁ ସମର୍ଥନ ଦେଇଛନ୍ତି । ଏବେ ନିର୍ବାଚନ ଆସିବାରୁ ଉଭୟ ଉଭୟଙ୍କ ବିରୋଧରେ ଦୂର୍ନୀତିର ଛିଟା ପକାଇ ମୋ ପଞ୍ଚାୟତବାସଙ୍କୁ ଭୁଆଁ ବୋଲାଉଛନ୍ତି । ଏ ଅନ୍ୟାୟ, ଅନୀତି ଓ ଦୂର୍ନୀତିକୁ ମୁଁ ବରଦାସ୍ତ କରନପାରି କୌଣସି ବଡପଣ୍ଡା ଅଥବା ରାଜନୈତିକ ଦଳର ବିନା ସହଯୋଗରେ ଏକ ଦୂର୍ନୀତିମୁକ୍ତି ଗୁଆମାଳ ପଞ୍ଚାୟତ ଗଠନ କରିବା ପାଇଁ ଆଗକୁ ଆସିଛି । ଏଥିପାଇଁ ପଞ୍ଚାୟତବାସୀଙ୍କ ତରଫରୁ ମୋତେ ଆଶିର୍ବାଦ ଓ ଭଲପାଇବା ମିଳିଛି ଯାହା ମୋତେ ନିର୍ବାଚନ ବୈତରଣୀ ପାର କରିବା ପାଇଁ ମୂଳପୁଞ୍ଜି ହେବ । ନିର୍ବାଚନରେ ହାରଜିତ ବଡକଥା ନୁହେଁ ଲୋକଙ୍କ ସହିତ ସବୁଦିନ ସୁଖଦୁଃଖରେ ସାଥି ହୋଇ ରହିବା ମୋର ଏକାମାତ୍ର ଲକ୍ଷ୍ୟ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |