ଚର୍ଚ୍ଚାରେ ମହରମପୁର ବିଜେପି, ସମର୍ଥିତ ଓ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା |

275

କଟକ(ଉତ୍କଳ ନିଉଜ)୧୮/୦୨/୨୦୨୨ : ଚର୍ଚ୍ଚାରେ ମହରମପୁର ବିଜେପି, ସମର୍ଥିତ ଓ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକ ଅଧିନ ମହରମପୁର ପଞ୍ଚାୟତ ନିର୍ବାଚନୀ ମାହୋଲ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏହି ପଞ୍ଚାୟତରେ ଉଭୟ ବିଜେଡି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଉଭୟ ଦଳର ବିଦ୍ରୋହୀ ପ୍ରାର୍ଥୀମାନେ ଅଙ୍କ କଷିବା ସହ ପ୍ରତିଦ୍ୱନ୍ଦିତାକୁ ତୀବ୍ର କରିଛନ୍ତି । ଏହି ପଞ୍ଚାୟତରେ ମୋଟ ୧୧ ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ନାମାଙ୍କନ କରିଥିବା ବେଳେ ଏବେ ମଇଦାନରେ ୬ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ବ୍ୟତୀତ ଜଣେ ସ୍ୱାଧିନ ପ୍ରାର୍ଥୀ ଓ ୨ ଜଣ ଦଳୀୟ ବିଦ୍ରୋହୀ ପ୍ରାର୍ଥୀ ଅଛନ୍ତି । ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ମୈଦାନରେ ଉଭା ହୋଇଥିବା ଦିଅର ଭାଉଜଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ଗତ ନିର୍ବାଚନର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଅଲିଳପ୍ରଭା ରାଉଳଙ୍କୁ ଦଳ ସମିତି ସଭ୍ୟା ଓ ତାଙ୍କ ଦିଅର ଶଶାଙ୍କ ଶେଖର ରାଉଳଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ସମର୍ଥନ ଦେଇଛି । ଅନ୍ୟ ପଟେ ଏହି ପ୍ରାର୍ଥୀଙ୍କୁ ବିରୋଧ କରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ କରୁଣାକର ମଳିକ ପ୍ରାର୍ଥୀ ହୋଇଛନ୍ତି । ଉଭୟ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ଧରି ପ୍ରଚାର କରିବା ସହ ଆଜି ପ୍ରଚାରର ଶେଷ ଦିନରେ ଏକ ସମାନ୍ତରାଳ ବାଇକ ରାଲି କରି ଚର୍ଚ୍ଚାକୁ ଆହୁରି ଅଧିକ ରୋଚକ କରିଛନ୍ତି । ରାଣୀପୁର ତାରିଣୀ ନିକଟରୁ ବିଜେପି ସମର୍ଥୀତ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କ ସହ ଜିଲ୍ଲା ପରିଷଦ ପ୍ରାର୍ଥୀ ଝରଣା ଯେନା ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ପରିକ୍ରମା କରିଥିଲେ ।

ସେହିପରି ବିଦ୍ରୋହୀ ପ୍ରାର୍ଥୀ କରୁଣାକର ମଳିକ ନିଜ ସମର୍ଥକଙ୍କୁ ଧରି ମଧ୍ୟ ବାଇକ ଶୋଭାଯାତ୍ରା କରିଥିଲେ । ଅମୂଲ୍ୟ ରାଉତ, ଅନୁସୂଚିତ ଜାତି ମୋର୍ଚ୍ଚା ମଣ୍ଡଳ ସଭାପତି ଶଙ୍କର୍ଷଣ ମଳିକ, କାଳନ୍ଦୀ ମଳିକ, ସଞ୍ଜୟ ମଳିକ, ରମେଶ ମଳିକ, ମାତାଜୀ ମଳିକ, ଅରୁଣ ପୋଥାଳ, ମିନତୀ ମଳିକ, ନୟନା ମଳିକ, ଖଗେଶ୍ୱର ରାଉତ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ଉଭୟଙ୍କ ବାଇକ ଶୋଭାଯାତ୍ରା ଓ ସମର୍ଥକଙ୍କ ନାରାବାଜିକୁ ନେଇ ଚର୍ଚ୍ଚା ଯୋର ଧରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |