ପାଳିଆବିନ୍ଧାେରେ ବିଜେପିର ଶକ୍ତି ପ୍ରଦର୍ଶନ, ଦମଦାର ବାଇକ୍ ଶୋଭାଯାତ୍ରାରେ ଦୁଲୁକିଲା ଗାଁ ଦାଣ୍ଡ |

429

କଟକ(ଉତ୍କଳ ନିଉଜ)୧୮/୦୨/୨୦୨୨ : ନିର୍ବାଚନ ପ୍ରଚାରର ଆଜି ଶେଷ ଦିନରେ ପ୍ରାର୍ଥୀମାନେ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଟା କରିଛନ୍ତି । ପୂର୍ବାହ୍ନରେ ଧାମନଗର ବ୍ଳକ ତିହିଡି ବ୍ଲକ ଅଧିନ ପାଳିଆବିନ୍ଧା ପଞ୍ଚାୟତରେ ଆଜି ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଦମଦାର ତଥା ସମାନ୍ତରାଳ ରାଲି ଓ ଶୋଭାଯାତ୍‌୍ରା ଦେଖିବାକୁ ମିଳିଥିଲା । ବିଜେଡିର ଗଡ ଥିବା ପାଳିଆବିନ୍ଧା ପଞ୍ଚାୟତକୁ ଗତ ନିର୍ବାଚନରେ ଦେଢ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜେପି ଅକ୍ତିଆର କରିଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ କବଜା କରିବାକୁ ଉଦ୍ୟମ କରିଛି । ଇତିପୂର୍ବରୁ ବିଜେପି ପ୍ରଚାର ମୈଦାନରେ ସେମତି ଝଲକ ଦେଖାଇନଥିଲା । ଯାହା ଫଳରେ ବିଜେଡି ଦୁଇ ଦୁଇଟି ଶୋଭାଯାତ୍ରା କରି ଭୋଟରଙ୍କୁ ଆକୃଷ୍ଟ କରିଥିବା ଆକଳନ କରିଥିଲା । ଉଷାକାନ୍ତଙ୍କ ସପକ୍ଷରେ ଅନ୍ତଃସ୍ରୋତ ସହ ଦଳୀୟ ଏପରିକି ବ୍ୟକ୍ତିଗତ ସମର୍ଥନ ଥିବା ଆଜିର ମାହୋଲରୁ ବେଶ ବାରି ହୋଇଛି । ଏହି ବିଶାଳ ଶୋଭାଯାତ୍ରା ବିରୋଧିଙ୍କୁ ଚକମା ଦେଖାଇଥିଲା । ଯାହାକୁ କାଉଣ୍ଟର ଦେବାପାଇଁ ବିଜେଡି ମଧ୍ୟ ଖୋଜିଖୋଜି ସମର୍ଥକ ସାଉଣ୍ଟି ଏକ ସମାନ୍ତରାଳ ଶୋଭାଯାତ୍ରା କରିଥିଲା । ଜିଝାରପୁର ଗାଁ ମୁଣ୍ଡରେ ଏହି ଦୁଇଟି ଶୋଭାଯାତ୍ରା ମୁହାଁମୁହିଁ ମଧ୍ୟ ହୋଇଥିଲା । କେହି କାହାରିକୁ ବାଟ ଛାଡିବାକୁ ସତେ ଯେପରି ନାରାଜ ହୋଇଯାଇଥିଲେ । ତେବେ ଏହି ସମାନ୍ତରାଳ ଶକ୍ତି ପ୍ରଦର୍ଶନ କାହା ସପକ୍ଷରେ କେତେ ଭୋଟ ଆଣିବ ତାକୁ ନେଇ ଚାଲିଛି ଅଙ୍କକଷା ।

ସରପଞ୍ଚ ଉଷାକାନ୍ତ ନାୟକଙ୍କ ଧର୍ମପତ୍ନୀ ମିନତୀଲତା ନାୟକଙ୍କୁ ସରପଞ୍ଚ ପ୍ରାର୍ଥୀନି ଭାବେ ଓ ସତ୍ୟବ୍ରତ ପାତ୍ରଙ୍କୁ ସମିତିସଭ୍ୟ ପ୍ରାର୍ଥୀ ମୈଦାନରେ ଉଭା କରିଛନ୍ତି । ଉଭୟ ପ୍ରାର୍ଥୀ ବିଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଆୟୁଧ କରି ଏହି ନିର୍ବାଚନୀ ବୈତରଣୀ ପାର ହେବାକୁ ମୁଦ୍ଦା କରିଛି । ପଞ୍ଚାୟତର ବିକାଶ ଧାରାକୁ ଆଗକୁ ନେବା ପାଇଁ ପଞ୍ଚାୟତବାସୀ ପୁଣି ଥରେ ସେମାନଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ଆଶା ପୋଷଣ କରିଛନ୍ତି । ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପ୍ରିୟଙ୍କା ନନ୍ଦ, ବିଜେପି ଆଇଟି ସେଲ ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଭୋଟରଙ୍କ ମନ ଜିଣିଥିଲେ । ଚଳିତ ନିର୍ବାଚନରେ ଆଶାନୁରୁପ ସଫଳତା ମିଳିବ ବୋଲି ସମର୍ଥକ ମାନେ ଆଶା ପୋଷଣ କରିଛନ୍ତି ।

ବିଶ୍ୱମ୍ବର ସାହୁ, ଅଭିମନ୍ୟୁ ମହାନ୍ତି, ପ୍ରମୋଦ ରାଉତ, ରତିକାନ୍ତ ପାତ୍ର, ନିରଞ୍ଜନ ନାୟକ, ବାବୁରାମ ମଳିକ, ନିରଞ୍ଜନ ବେହେରା, ସତ୍ୟନାରାୟଣ ମଳିକ, ଗଙ୍ଗାଧର ଶଥପତି, ଦିଲ୍ଲୀପ ନାୟକ, ନିରଞ୍ଜନ ନାୟକ, ପ୍ରଦୀପ ନାୟକ, ସଞ୍ଜୟ ଦଳେଇ ଓ ନାରୀନେତ୍ରୀ ସାବିତ୍ରୀ ପାଣିଗ୍ରାହୀ ପ୍ରମୁଖ ପ୍ରଚାର ମଙ୍ଗ ଧରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |