ମଙ୍ଗଳପୁର ଓ ସିନ୍ଦୋଳରେ ବିଧାୟକ ବିଷ୍ଣୁବ୍ରତଙ୍କ ପ୍ରଚାର |

456

କଟକ(ଉତ୍କଳ ନିଉଜ)୧୮/୦୨/୨୦୨୨ :ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ମଙ୍ଗଳପୁର ଓ ସିନ୍ଦୋଳ ପଞ୍ଚାୟତରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରଚାର କରିଛନ୍ତି । ପୂର୍ବାହ୍ନରେ ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆ ଗାଁର ଲକ୍ଷ୍ମୀନାରାୟଣ ମନ୍ଦିରରେ ପୂର୍ଜାର୍ଚ୍ଚନା କରି ଦଳୀୟ ପ୍ରାର୍ଥି ଓ ଶହଶହ ସମର୍ଥକଙ୍କୁ ସାଥିରେ ଏକ ବିରାଟ ପଦଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁମତି ସେଠୀ, ସରପଞ୍ଚ ପ୍ରାର୍ଥିନୀ ପୁଷ୍ପାଞ୍ଜଳୀ ଲେଙ୍କା ଓ ସମିତି ସଭ୍ୟ ପ୍ରାର୍ଥିନୀ ସୁଭଦ୍ରା ଶତପଥିଙ୍କ ସମେତ ବହୁ ମହିଳା ଓ ପୁରୁଷ ସାମିକ ହୋଇଥିଲେ । ଦିର୍ଘ ଅଡେଇ କିଲୋମିଟର ଅତିକ୍ରମ କଲାପରେ ମଙ୍ଗଳପୁରସ୍ଥିତ ମା’ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଏକ ସଭାରେ ଯୋଗ ଦେଇଥିଲେ । ପଞ୍ଚାୟତ ସଭାପତି ମହେଶ୍ୱର ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ସମାଜସେବୀ ହରିହର ଲେଙ୍କା, ଉମାକାନ୍ତ ସେଠୀ, ରବିକୁମାର ମହାନ୍ତି, ପ୍ରବୀର ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଦଳୀୟ ପ୍ରାର୍ଥିଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଏହି ବିଶାଳ ପଦଯାତ୍ରା ଓ ଜନସମାବେଶକୁ ଦେଖି ବିଧାୟକ ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆସ୍ଥା ଥିବା ଅନୁଭବ କରିବା ସହ ମଙ୍ଗଳପୁର ପଞ୍ଚାୟତରେ ସମର୍ଥିତ ପ୍ରାର୍ଥିମାନେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତି ବ୍ଲକରେ ରେକର୍ଡ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ପିତା ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ଅବିଭକ୍ତ ସିନ୍ଦୋଳ ପଞ୍ଚାୟତରୁ ସୃଷ୍ଟି ହୋଇଥିବା ଏହି ମଙ୍ଗଳପୁର ପଞ୍ଚାୟତକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ବିଧାୟକ ସଭାରେ ପ୍ରତିଶୃତି ଦେଇଥିଲେ ।

ଭୋଟର ପୂର୍ବ ନିର୍ବାଚନରେ ଯେଉଁ ଭୁଲ କରିଥିଲେ ତାହା ନକରି ପଞ୍ଚାୟତର ବିକାଶ ପାଇଁ ଉପଯୁକ୍ତ ପ୍ରାର୍ଥି ଚୟନ କରିବେ ବୋଲି କର୍ମୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ସେହିପରି ଅପରାହ୍ନରେ ସିନ୍ଦୋଳ ପଞ୍ଚାୟତ ଅଧିନ ଶିବ ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନୀ ସଭାରେ ଯୋଗଦେଇ ବିଧାୟକ ଶ୍ରୀ ରାଉତରାୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ସହିତ ବିଜେଡିର ଗଡ ପାଲଟିଥିବା ଏହି ପଞ୍ଚାୟତକୁ ପୂନର୍ବାର ଦଖଲ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିକାଶକୁ ମୁଦ୍ଦାକରି ଓ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ନିକଟରେ ପହଁଞ୍ଚାଇବା ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଦଳୀୟ ସମର୍ଥି ସରପଞ୍ଚ ପ୍ରାର୍ଥିନୀଭାବେ ସୁପ୍ରଭା ପାଣି ଓ ସମିତି ସଭ୍ୟ ପ୍ରାର୍ଥି ନକୁଳ ଚନ୍ଦ୍ର ବାରିକଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରିବା ସହିତ ବିରୋଧିଙ୍କୁ ଚକମା ଦେଖାଇବା ଲାଗି ପରାମର୍ଶ ଦେଇଥିଲେ । ସରପଞ୍ଚ ବୈକୁଣ୍ଠନାଥ ପାଣିଙ୍କ ପୌରୋହିତ୍ୟରେ ବିଧାୟକଙ୍କ ସମେତ ସମସ୍ତ ପ୍ରାର୍ଥି, ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବରିଷ୍ଠ ନେତା ହରିହର ସେନାପତି ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । କପିଳେନ୍ଦ୍ର ବାରିକ, ଶ୍ରୀଧର ବାରିକ, ପ୍ରଦୀପ ଦାସ, ଭାଗିରଥି ସ୍ୱାଇଁ, ମନୋଜ ସାହୁ, ସୟଦ୍ କାଲା, ରାଜଶ୍ରୀ ଦାସ, ସନାତନ ପରିଡା ଓ ଅନିରୁଦ୍ଧ ଦାସ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏଠାରେ ସୂଚନା ଥାଉକି, ପୂର୍ବାହ୍ନରେ ଏକ ବିଶାଳ ବାଇକ୍ ରାଲିରେ ପ୍ରାର୍ଥିମାନେ ସମଗ୍ର ପଞ୍ଚାୟତର ଗାଁ ଗଣ୍ଡା ପରିକ୍ରମା କରି ଭୋଟରଙ୍କୁ ଆକୃଷ୍ଟ କରିଥିଲେ । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |