ଗୋବିନ୍ଦପୁରରେ ବିଜେଡିକୁ କଡ୍ଡା ଟକ୍କର ଦେଉଛି ସ୍ୱାଧିନ ପ୍ରାର୍ଥି |

536

କଟକ(ଉତ୍କଳ ନିଉଜ)୧୮/୦୨/୨୦୨୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଗୋବିନ୍ଦପୁର ପଞ୍ଚାୟତରେ ବିଜେଡିକୁ କଡ୍ଡା ଟକ୍କର ଦେଉଛନ୍ତି ସ୍ୱାଧିନ ପ୍ରାର୍ଥି । ଏହି ପଞ୍ଚାୟତରେ ଦୁଇଟି ଜାତୀୟ ରାଜନୈତିକ ଦଳ ପକ୍ଷରୁ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥି ଦେଇନଥିବା ବଡ କୌତୁହଳ ସୃଷ୍ଟି ହୋଇଛି । ବିଗତ ଦୁଇପାଳି ଧରି ବିଜେଡି କ୍ଷମତା ହାତେଇ ଥିବାବେଳେ ଚଳିତ ନିର୍ବାଚନରେ ପୂନର୍ବାର ଗାଦି ମାଡି ବସିବାକୁ ପ୍ରୟାସ କରୁଥିବା ବେଳେ ଏହି ସ୍ୱାଧିନ ପ୍ରାର୍ଥି ଏଥିରେ ବାଧା ଉପୁଯାଇବ ବୋଲି ଚର୍ଚ୍ଚା ଚାଲୁଛି । ବିଜେଡି ଗଡ ରକ୍ଷା କରିବାକୁ ଫୁଲ୍ ଦମରେ ଏକାକୀ ଲଢୁଥିବା ବେଳେ ଏହାକୁ ରୋକିବା ପାଇଁ ଏଠାରେ ବିଭିନ୍ନ ବର୍ଗର ଛାମୁଆ ନେତାଙ୍କ ମିଳିତ ସହଯୋଗରେ ସ୍ୱାଧିନ ପ୍ରାର୍ଥି ଛିଡା କରାଇ ମୈଦାନରେ ଲଢୁଥିବା ବେଶ ବାରି ହୋଇଛି । ବିଜେଡି ସମର୍ଥିତ ପ୍ରାର୍ଥିନୀଭାବେ ସରପଞ୍ଚମାନସ ରଞ୍ଜନ ସାହୁଙ୍କ ଧର୍ମପତ୍ନୀ ଭାଗ୍ୟବତୀ ସାହୁ ଓ ସମିତି ସଭ୍ୟ ପ୍ରାର୍ଥି ଭାବେ ସରୋଜ ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ପଞ୍ଚାୟତରେ ଯେଉଁ ବିିକାଶ ମୂଳକ କାର୍ଯ୍ୟ ହୋଇଛି ସେଥିରେ ବୟାଙ୍ଗ ଅଞ୍ଚଳର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି । ଦିନଥିଲା ଏହି ଅଞ୍ଚଳକୁ ରାସ୍ତାଘାଟର ସୁବିଧା ନଥିବାରୁ ବାହାର ଲୋକେ ଏହି ଅଞ୍ଚଳକୁ ଆସିବାକୁ ମଣୁନଥିଲେ ଏପରିକି କେତେକ ସ୍ଥଳରେ ବାହାଘର ପ୍ରସ୍ତାବ ମଧ୍ୟ ଭାଙ୍ଗି ଯାଉଥିଲା । ଖାଲି ଗମନଗମନ ନୁହେଁ ବିଦ୍ୟୁତ ସେବା ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ଅବସ୍ଥାରେ ଥିଲା । ଗତ ଦୁଇପାଳିରେ ବିଧାୟକଙ୍କ ଡ.ବ୍ୟୋମକେଶ ରାୟଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ବହୁ ବିକାଶ ମୂଳକ ଯୋଜନାକୁ ପଞ୍ଚାୟତରେ କାର୍ଯ୍ୟକାରୀ କରାଯାଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ନଦୀନାଳ ଭରା ଅଞ୍ଚଳରେ ସେତୁ ସହ ଚାଷୀଙ୍କ ପାଇଁ ଫୁଟ୍ ବ୍ରିଜ୍ ନିର୍ମାଣ, କେନାଲ ଖନନ, ବିଦ୍ୟୁତ ସେବା, ଆଲୋକିକରଣ, ଶିକ୍ଷା ଅନୁଷ୍ଠାନର ପୂନରୁଦ୍ଧାର ଭଳି ବହୁବିଧ କାର୍ଯ୍ୟ ହାତକୁ ନିଆଯାଇଛି । ୧୦ ବର୍ଷ ପୂର୍ବର ଗୋବିନ୍ଦପୁର ଓ ଆଜିର ଗୋବିନ୍ଦପୁର ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହି ବିକାଶ ଧାରାକୁ ମୁଦ୍ଦାକରି ଆମର ଦଳୀୟ ପ୍ରାର୍ଥିମାନେ ନିର୍ବାଚନ ବୈତରଣୀ ପାର ହେବା ସହ ବିଜେଡି ଲଗାତର ତୃତୀୟ ଥର ପାଇଁ ପଞ୍ଚାୟତ ଦଖଲ କରିବ ବୋଲି ଆଜି ଏକ ବିଶାଳ ରୋଡ ଶୋରେ ଯୋଗଦେଇ ଡ.ବ୍ୟୋମକେଶ ରାଉୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଉକ୍ତ ରୋଡ ଶୋରେ ବିଜେଡି ଷ୍ଟାର ପ୍ରଚାରକ ଲିପ୍ସା ମିଶ୍ର, ଜିଲ୍ଲା ପରିଷଦ ପ୍ରାର୍ଥି ଅମୁଲ୍ୟ ମାଝୀ, ସରପଞ୍ଚ ମାନସ ରଞ୍ଜନ ସାହୁ, ସମିତି ସଭ୍ୟା ଦିବ୍ୟାବତୀ ମହାନ୍ତି, ଲଳିତା ଦାସ, ସୁବ୍ରତ ମହାନ୍ତି, ସଦାନନ୍ଦ ବାରିକ, ସୁରେନ୍ଦ୍ର ବଳ, କେଶବ ନାୟକ, ସନ୍ତୋଷ ବିଶ୍ୱାଳ, ଲିଙ୍ଗରାଜ ନାୟକ, ଲକ୍ଷ୍ମୀକାନ୍ତ ବଳ, ମାନସ ମାଝୀ, ଏକାଦଶ ନାୟକ ପ୍ରମୁଖ ପ୍ରଚାରରେ ସାମିଲ ହୋଇଥିଲେ ।

ତେବେ ବନ୍ୟା ପ୍ଲାବିତ ଏହି ବୟାଙ୍ଗ ଅଞ୍ଚଳରେ ବିଗତ ୧୦ ବର୍ଷରେ ଯାହାକିଛି ଉନ୍ନତି ମୂଳକ ଯୋଜନା କାର୍ଯ୍ୟକାରୀ ହୋଇଛି ସେଥିରେ ଦୂର୍ନୀତି ହୋଇଥିବା ସ୍ୱାଧିନ ପ୍ରାର୍ଥି ଏବଂ ସେମାନଙ୍କ ସମର୍ଥକ ଆରୋପ କରିବା ସହ ଏଥର ବିଜେଡିର ଗଡ ଦଖଲକୁ ବାଟ ଓଗାଳିବା ପାଇଁ ପୁରା ପ୍ରସ୍ତୁତ ଥିବା କହିଛନ୍ତି । ଆବାସ ଯୋଜନା ଠାରୁ ଆରମ୍ଭ କରି ରେସନ କାର୍ଡ, ପାଇଖାନା, ମନରେଗା ଏପରିକି ଭତ୍ତା ବଣ୍ଟନରେ ଅନିୟମିତା କରାଯାଇ ଦଳୀୟ ଭିତ୍ତିରେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରାଯାଉଥିବା ମୁଦ୍ଦା କରିଛି । ଅଯୋଗ୍ୟଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ହିତାଧିକାରୀଙ୍କ ମଧ୍ୟରେ ଅସମାନତା ସୃଷ୍ଟି କରାଯାଉଛି । ଏହି ପ୍ରାର୍ଥିମାନେ କ୍ଷମତାକୁ ଆସିଲେ ବିକାଶର ଧାରାକୁ ସାମଗ୍ରୀକ ଭାବେ ତ୍ୱରାନ୍ନିତ କରାଯିବ ବୋଲି ଭୋଟରଙ୍କୁ ପ୍ରତିଶୃତି ଦିଆଯାଉଛି । ସରପଞ୍ଚ ପ୍ରାର୍ଥିଭାବେ କ୍ଷୀରାବ୍ଧି ତନୟା ମଲ୍ଲିକ ଓ ସମିତି ସଭ୍ୟ ପ୍ରାର୍ଥିଭାବେ କୈଳାସ ମାଝୀ ଗାଁ ଗଣ୍ଡା ବୁଲି ଭୋଟରଙ୍କ ନିକଟରେ ନିଜର ଆଭିମୁଖ୍ୟ ପ୍ରକାଶ କରୁଛନ୍ତି । ରମଣ ରଞ୍ଜନ ମହାନ୍ତି, ମାନସ ରଞ୍ଜନ ନାୟକ, କାଳନ୍ଦି ନାୟକ, ଉପେନ୍ଦ୍ର ବାରିକ, ବୈଲୋଚନ ବାରିକ, ଶ୍ରୀଧର ତରେଇ, ପ୍ରସନ୍ନ ମାଝୀ, ଅକ୍ଷୟ ନାୟକ, ମାୟାଧର ବେହେରା, ସମ୍ବିତ ସାହୁ, ବିଚିତ୍ର ବାରିକ, ପଦ୍ମିନୀ ବେହେରା, ସଞ୍ଜୁକ୍ତା ନାୟକ, ସ୍ମୃତିରେଖା ମହାନ୍ତି, ସ୍ୱର୍ଣ୍ଣଶିଖା ମହାନ୍ତି, ପ୍ରିୟଙ୍କା ପ୍ରିୟ ଦର୍ଶନୀ ମହାନ୍ତି ଓ ସ୍ମୃତି ରଞ୍ଜନ ମହାନ୍ତି ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ । ତେବେ ଏହି ପଞ୍ଚାୟତରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ସମର୍ଥିତ ପ୍ରାର୍ଥି ଦେଇନଥିବା ପ୍ରସଙ୍ଗ କଣ ହୋଇପାରେ ତାହା ଜଳଜଳ କରି ବୁଝାପଡୁଛି ବୋଲି ରାଜନୈତିକ ସମ୍ମିକ୍ଷକମାନେ ମତପୋଷଣ କରିଛନ୍ତି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନିଉଜ |