ଭାଟପଡାରେ ବିଜେଡିର ଛତାମୟ ପ୍ରଚାର |

445

କଟକ(ଉତ୍କଳ ନିଉଜ)୧୫/୦୨/୨୦୨୨ : ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କିଏ କେମିତି ପ୍ର୍‌ଚାର ମୈଦାନରେ ନିଜର ପାରଙ୍ଗମତା ଦେକାଇବା ସେଥିପାଇଁ ଚାଲିଛି ଜୋରଦାର ପ୍ରତିଦ୍ୱନ୍ଦିତା । ବିଶେଷ କରି ପ୍ରାର୍ଥିମାନେ ପାଇଥିବା ନିର୍ବାଚନୀ ସଂକେତକୁ ବ୍ୟବହାର କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛନ୍ତି । ଶୋଭାଯାତ୍ରାରେ ଏହି ସଂକେତକୁ ଏପରି ପ୍ରଦର୍ଶିତ କରୁଛନ୍ତି ଯେ ସତେ ଯେପରି କୌଣସି ଆକସ୍ମିକ ମନୋରମ ପରିବେଶ ସୃଷ୍ଟି କରୁଛି । ବିଶେଷକରି ଯେଉଁ ପ୍ରାର୍ଥିମାନେ ଖୋଲା ଛତା ସଂକେତ ପାଇଛନ୍ତି ସେମାନେ ପ୍ରଚାର ଶୋଭାଯାତ୍ରାକୁ ଛତାମୟ କରି ଦେଉଛନ୍ତି । ଆଜି ଆମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ତିହିଡି କଲେଜ ଛକ ନିକଟରେ ଏକ ବିଶାଳ ଛତା ଶୋଭାଯାତ୍ରାକୁ ଦେଖି ଅଟକି ଯାଇଥିଲେ । ଶତାଧିକ ସମର୍ଥକ ନିଳ ରଙ୍ଗର ଛତା ଧରି ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ନାରା ନଗାଇ ଯାଉଥିବା ଦୃଶ କେବଳ ଆମକୁ ନୁହେଁ ଦେଖଣାହାରିଙ୍କୁ ମଧ୍ୟ ମୋହିତ କରିଥିଲା । ଖବର ସଂଗ୍ରହରୁ ଜଣାଗଲା ଯେ ତିହିଡି ବ୍ଲକର ସଦର ଭାଟପଡା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥି ସୁନିଲ ସେଠଙ୍କୁ ନିର୍ବାଚନୀ ସଂକେତ ଖୋଲା ଛତା ମିଳିଛି ।

ତେଣୁ ସେ ତାଙ୍କ ସମର୍ଥକଙ୍କୁ ଖଣ୍ଡିଏ ଖଣ୍ଡିଏ ଛତା ଦେଇ ନିଜର ସମିତି ସଭ୍ୟ ପ୍ରାର୍ଥିନୀ ସବିତା ଜେନା ଓ ଦଳୀୟ ନେତୃବୃନ୍ଦଙ୍କ ସହ ଶୋଭାଯାତ୍ରାରେ ଯାଉଥିଲେ । ଏଥିସହ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁମତି ସେଠୀଙ୍କ ଦଳୀୟ ଶଙ୍ଖ ଚିହ୍ନକୁ ନେଇ ଦମଦାର ସ୍ଲୋଗାନ୍ ମଧ୍ୟ ହେଉଥିଲା । ଏହି ଶୋଭାଯାତ୍ରାରେ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସମିତି ସଭ୍ୟ ସଂଗ୍ରାମ ଦାସ, ବରିଷ୍ଠ ନେତା ଭଗବାନ ପାଢୀ, ଭରତ ମହାପାତ୍ର, ନରେନ୍ଦ୍ର ବାରିକ, ବିଜୟ ମହାନ୍ତି, ସୁରେନ୍ଦ୍ର ସେଠୀ, ଶଶିକାନ୍ତ ବେହେରା, ରତ୍ନାକର ଧଳ, ଭାଗିରଥି ବାରିକ, ମନମୋହନ ବାରିକ, ହେମନ୍ତ ଜେନା, ଈଶ୍ୱର ନାୟକ, କୃଷ୍ଣଚନ୍ଦ୍ର ଦାସ, ସର୍ବେଶ୍ୱର ନାୟକ, ଭାଗିରଥି ସେଠୀ, ସରୋଜ କର, ଶିବବ୍ରତ ସେଠୀ, ଶିବପ୍ରସାଦ କର, ରାଜକିଶୋର ମିଶ୍ର, ସେକ୍ ଇବ୍ରାହିମ, ଅଶୋକ ବଳ, ତାରାକାନ୍ତ ଜେନା, ନରହରି ନାୟକ, ଅମୁଲ୍ୟ ସେଠୀ ଏବଂ ନାରୀନେତ୍ରୀ କଳ୍ପନା ନାୟକ, ଅଞ୍ଜଳୀ ସେନାପତି ଓ ଗାୟତ୍ରୀ ସେନାପତି ପ୍ରମୁଖ ପ୍ରାର୍ଥିଙ୍କ ବିଜୟ ଲାଗି ମଙ୍ଗ ଧରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |